ଓଡିଶା

odisha

ETV Bharat / state

ଆଜି ସାବିତ୍ରୀ ବ୍ରତ, ଜଙ୍ଗଲ ଜାତ ଦ୍ରବ୍ୟର ରହିଛି ଚାହିଦା - Sabitri Brata 2024 - SABITRI BRATA 2024

Sabitri Brata 2024: ଆଜି ସାବିତ୍ରୀ ବ୍ରତ । କେନ୍ଦୁଝରରେ ଜଙ୍ଗଲ ଜାତ ଦ୍ରବ୍ୟର ବଢ଼ୁଛି ଚାହିଦା । ଫଳ ରାସ୍ତାକଡ଼ରେ ମିଳୁଛି ଭଳିକି ଭଳି ଫଳ । ଅଧିକ ପଢ଼ନ୍ତୁ

ଆଜି ସାବିତ୍ରୀ ବ୍ରତ
ଆଜି ସାବିତ୍ରୀ ବ୍ରତ (ETV Bharat Odisha)

By ETV Bharat Odisha Team

Published : Jun 6, 2024, 10:40 AM IST

କେନ୍ଦୁଝର: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିଥାନ୍ତି ପତ୍ନୀ । ଏଥିପାଇଁ ମହିଳାମାନଙ୍କୁ ଫଳ ପୂଜା କରି ଦିନତମାମ୍‌‌ ଉପବାସ ରହିବାକୁ ପଡିଥାଏ । ତେବେ ଏହି ସାବିତ୍ରୀ ବ୍ରତକୁ ନେଇ ଫଳ ପାଇଁ ବଜାର ଦର ମଧ୍ୟ ଆକାଶଛୁଆଁ ହୋଇଛି । କେନ୍ଦୁଝରରେ ଫଳ ଦୋକାନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଏହି ସମୟରେ ବ୍ୟବସାୟୀମାନେ ଭଲ ଦୁଇ ପଇସା ରୋଜଗାର କରିବା ବଜାରରେ ପାଇଁ ଫଳର ପସରା ମେଲାଇଛନ୍ତି । ଏହାରି ଭତରେ ରାସ୍ତାକଡରେ ବିକ୍ରି ହେଉଥିବା ଜଙ୍ଗଲ ଜାତ ଦ୍ରବ୍ୟର ଗ୍ରାହକଙ୍କ ମଧ୍ୟରେ ବେଶ ବେଶ ଚାହିଦା ରହିଛି ।

ଆଜି ସାବିତ୍ରୀ ବ୍ରତ (ETV Bharat Odisha)

ଆଜି ସାବିତ୍ରୀ ବ୍ରତ । ଏହି ବ୍ରତ ପାଇଁ ଗାଁରୁ ସହର ସବୁଠି ଚଳଚଞ୍ଚଳ । ସାବିତ୍ରୀ ବ୍ରତରେ ଫଳର ବେସ ଚାହିଦା ଥିବାରୁ ବ୍ୟବସାୟୀମାନେ ଫଳର ପସରା ମେଲାଇଛନ୍ତି । ଏଥି ମଧ୍ୟରେ କେନ୍ଦୁଝରରେ ଜଙ୍ଗଲ ଜାତ ଦ୍ରବ୍ୟ ଗ୍ରାହକଙ୍କ ମଧ୍ୟରେ ବେଶ ଚାହିଦା ରହିଛି । କେନ୍ଦୁଝର ଜିଲ୍ଲା ଏକ ବଣ ପାହାଡ ଘେରା ଅଞ୍ଚଳ । ଏଠାରେ ବହୁ ପ୍ରକାରର ଜଙ୍ଗଲ ଜାତ ଦ୍ରବ୍ୟ ସହଜରେ ମିଳିଥାଏ । ଯେପରିକି କେନ୍ଦୁ, କୁସୁମ, ଚାର, ହରିଡା, ବାହାଡ଼ା, ଖଜୁରୀ, ଶାଳ, ପିଜୁଳି ଓ ପଣସ ସହ ବହୁ ପ୍ରକାର ଜଙ୍ଗଲ ଜାତ ଫଳ । ଏହି ସବୁ ଫଳକୁ ସ୍ଥାନୀୟ ଅଧିବାସୀ ଜଙ୍ଗଲରୁ ସଂଗୃହିତ କରି ବଜାରକୁ ଆଣି ବିକ୍ରି କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଚୈତ୍ରମାସ ଶେଷ ମଙ୍ଗଳବାର, ଭଦ୍ରକରେ ଧୁମଧାମରେ ପାଳନ ହେଲା ବାସନ୍ତୀ ଦୂର୍ଗା ପୂଜା - Basanti Durga Puja In Bhadrak

ସେପଟେ ଏହାକୁ କିଣିବାକୁ ଗ୍ରାହକଙ୍କ ଆଗ୍ରହ ଦେଖିବାକୁ ମିଳିଛି । ଏ ସବୁ ଜଙ୍ଗଲ ଜାତ ଦ୍ରବ୍ଯ ଅନ୍ୟ କୌଣସି ସ୍ଥାନରେ ମିଳୁ ନ ଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏହା ସହଜରେ ମିଳିଥାଏ । ତେଣୁ ଗ୍ରାହକଙ୍କ ପ୍ରଥମ ପସନ୍ଦ ହେଉଛି ଜଙ୍ଗଲ ଜାତ ଦ୍ରବ୍ୟ । ପୌରାଣିକ କିମ୍ବଦନ୍ତୀ ଦୃଷ୍ଟିରୁ ଜଙ୍ଗଲ ଜାତ ଦ୍ରବ୍ଯ ସାବିତ୍ରୀ ଖାଇ ବଞ୍ଚୁଥିବା ନେଇ ଏହି ଜଙ୍ଗଲ ଜାତ ଦ୍ରବ୍ଯ ଚାହିଦା ବୃଦ୍ଧି ପାଇଛି । ଏହାକୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ସ୍ଥାନୀୟ ଆଦିବାସୀ ।

ଆଜି ପବିତ୍ର ସାବିତ୍ରୀ ବ୍ରତ । ପ୍ରତି ସଧବାଙ୍କ ପାଇଁ ଆଜି ଦିନଟି ଗୁରୁତ୍ବ ବହନ କରେ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । କୋରୋନା କଟକଣା କୋହଳ ହେବା ପରେ ଆଜି ମନ୍ଦିର ଯାଇ ପ୍ରାଣନାଥଙ୍କ ପାଇଁ ପୂଜା କରିଛନ୍ତି ପତ୍ନୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଛନ୍ତି ପତ୍ନୀ ।

ଓଡିଆ ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ଏହି ବ୍ରତ କରିଥାନ୍ତି । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ । ସ୍ବାମୀଙ୍କ ଦୀର୍ଘ ଜୀବନ ମନାସି ସାବିତ୍ରୀ ବ୍ରତ ପାଳିଥାନ୍ତି । ସାବିତ୍ରୀ ସଧବା ନାରୀଙ୍କର ଆଦର୍ଶ। ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ପତିଙ୍କର ଦୀର୍ଘ ଆୟୁଷ ପାଇଁ ମଙ୍ଗଳ ମନାସି ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି । ସକାଳୁ ପୂଜା ଥାଳି ସଜେଇବା ସହ ନିଜେ ଶଙ୍ଖା ସିନ୍ଦୁର ରଙ୍ଗବେରଙ୍ଗର ଶାଢୀ ପିନ୍ଧି ମନ୍ଦିର ଯାଇଥାନ୍ତି । ନିର୍ଜଳା ବ୍ରତ କରି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details