ଭୁବନେଶ୍ବର:ବନ ବିଭାଗ ଟାର୍ଗେଟରେ ଶିକାରୀ। ଜଙ୍ଗଲ ମଧ୍ୟରେ ଜୋରଦାର ଚାଲିଛି କୁମ୍ବିଂ ଅପରେସନ। ଏହାରି ମଧ୍ୟରେ ପାଖାପାଖି ୨୦ ଜଣ ଶିକାରୀଙ୍କୁ ଗିରଫ କଲାଣି ବନ ବିଭାଗ। ଆଗକୁ ମଧ୍ୟ ଏହି ଅପରେସନ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଦିନକୁ ଦିନ ଜଙ୍ଗଲରେ ଶିକାରୀମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। କେତେବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କଲେଣି ତ ଆଉ କେତେବେଳେ ବନ୍ୟଜନ୍ତୁଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି ଶିକାରୀ। ଆଉ କେତେବେଳେ ଜଙ୍ଗଲ ମଧ୍ୟକୁ ଅବାଧ ପ୍ରବେଶ କରି ଜଙ୍ଗଲ ନଷ୍ଟ କରୁଛନ୍ତି। ତେଣୁ ଏନେଇ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇ କୁମ୍ବିଂ ଅପରେସନ। ଏଥିରେ ପାଖାପାଖି ୨୦ ଜଣ ଶିକାରୀ ଗିରଫ ହୋଇଥିବାବେଳେ ଅନେକ ଗୁଡ଼ିଏ ମାରଣାସ୍ତ୍ର ସମେତ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ବନ ବିଭାଗ।
ବନବିଭାଗ ଟାର୍ଗେଟରେ ଶିକାରୀ, ଜୋରଦାର ଚାଲିଛି କୁମ୍ବିଂଅପରେସନ - Combing Operation - COMBING OPERATION
Combing Operation By Forest Officials: ଜଙ୍ଗଲ ମଧ୍ୟରେ ଜୋରଦାର ଚାଲିଛି କୁମ୍ବିଂ ଅପରେସନ। ଶିକାରୀମାନଙ୍କ ଦୌରାତ୍ମ୍ୟ ବଢୁଥିବାବେଳେ ଏଥିରେ ରୋକ୍ ଲଗାଇବାକୁ ପ୍ରୟାସ ଜାରି ରହିଛି । ଅଧିକ ପଢନ୍ତୁ
Published : Mar 28, 2024, 7:48 PM IST
ସୂଚନା ଅନୁସାରେ, ମାର୍ଚ୍ଚ ୧୯ ତାରିଖରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଥିଲେ। ବାଲେଶ୍ଵର ଜିଲ୍ଲା କୁଲଢିଆ ଅଭୟାରଣ୍ୟରେ ଏଭଳି ଏକ ଘଟଣା ଘଟିଥିଲା । ଜଙ୍ଗଲ ମଧ୍ୟରେ ଅବାଧ ପ୍ରବେଶ କରୁଥିବା କିଛି ଶିକାରୀ ଅଚାନକ ଭାବରେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ସେହିଦିନ ଗୁଳି ଚାଳନା କରିଥିବା ଦୁଇ ଜଣ ଶିକାରୀଙ୍କୁ ଗିରଫ କରିବା ସହ ୨ଟି ବନ୍ଧୁକ ମଧ୍ୟ ଜବତ କରିଥିଲା ବନ ବିଭାଗ। ଏହାସହ ବାଲେଶ୍ବରର କୁଲଡ଼ିହା ଅଭୟାରଣ୍ୟ ଅଞ୍ଚଳର ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଶିକାରୀଠାରୁ ବହୁ ମାରଣାସ୍ତ୍ର ସମେତ ବନ୍ଧୁକ ମଧ୍ୟ ଜବତ କରାଯାଇଥିଲା।