ଓଡିଶା

odisha

ପାଣି ଘେରରେ ଜଗତସିଂହପୁର ଜିଲ୍ଲା; ଶହ ଶହ ଏକର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ - Flood Situation in Kujang

By ETV Bharat Odisha Team

Published : Aug 13, 2024, 12:12 PM IST

Flood Situation in Kujang, Jagatsinghpur District Thousands Hectares Of Agricultural Farm Inundated: ପାଣି ଘେରରେ ଜଗତସିଂହପୁର ଜିଲ୍ଲା । ଜିଲ୍ଲାରେ ମହାନଦୀ ଓ ଦେବୀନଦୀରେ ବନ୍ୟା ଜଳ ଆସିବା ପରେ ଏବେ ଦୁର୍ଦ୍ଦଶାରେ ଲୋକଙ୍କ ଜୀବନ । ଏକର ଏକର ଚାଷଜମିରେ ଜଳମଗ୍ନ ହୋଇଥିବା ବେଳେ ପରିବା ଚାଷ ନଷ୍ଟ ହୋଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ,

ପାଣି ଘେରରେ ଜଗତସିଂହପୁର ଜିଲ୍ଲା; ଶହ ଶହ ଏକର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ
ପାଣି ଘେରରେ ଜଗତସିଂହପୁର ଜିଲ୍ଲା; ଶହ ଶହ ଏକର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ (ETV Bharat Odisha)

ଜଗତସିଂହପୁର:ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଛି । ମହାନଦୀ ଓ ଦେବୀନଦୀରେ ବନ୍ୟା ଜଳ ଆସିବା ପରେ ପାଣି ଘେରରେ ରହିଛି ଅନେକ ଅଞ୍ଚଳ । ଏଥିସହ ଏକର ଏକର ପରିବା ଚାଷ ନଷ୍ଟ ହୋଇଛି । ଫଳରେ ଜିଲ୍ଲାରେ ପରିବା ଦର ଆକାଶ ଛୁଇଁଛି । ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ଅନ୍ତର୍ଗତ ଦେବୀନଦୀ ପଠାରେ ହଜାର ହଜାର ହେକ୍ଟର ଜମିରେ ପରିବା ଚାଷ କରାଯାଏ । ଏଠାରୁ ଆମଦାନୀ ହେଉଥିବା ପରିବା ବିରିଡି ହାଟ ଠାରୁ ଆରମ୍ଭ କରି କନ୍ଦର ପୁର ବଜାର ସହିତ କଟକ ମାଲ ଗୋଦାମକୁ ମଧ୍ୟ ଆସିଥାଏ ।

ପାଣି ଘେରରେ ଜଗତସିଂହପୁର ଜିଲ୍ଲା; ଶହ ଶହ ଏକର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ (ETV Bharat Odisha)

ବନ୍ୟାଜଳରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ

ସେହିପରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ, ଜିଲାନାସି ଆଦି ପଞ୍ଚାୟତ ର ଲୋକେ ମହାନଦୀ ପଠା ଅଂଚଳରେ ରେ ଥିବା ହଜାର ହଜାର ହେକ୍ଟର ଜମିରେ ବିଭିନ୍ନ ପ୍ରକାରର ପନି ପରିବା ଚାଷ କରିଥାନ୍ତି।ଏଠାରୁ ଉତ୍ପାଦିତ ପରିବା ପତ୍ର ରାହାମା କୁଜଙ୍ଗ ଓ ପାରାଦୀପରେ ବିକ୍ରି ହେଉଥିବା ବେଳେ ଅନେକ ସମୟରେ କଟକ ମଧ୍ୟ ଯାଇଥାଏ । ଚଳିତ ବର୍ଷ ନଦୀରେ ବନ୍ୟାଜଳ ଆସିବା ପରେ ଏବେ ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ଚିନ୍ତାରେ ଚାଷୀ

କୁଜଙ୍ଗ ବ୍ଲକ ଜିଲାନାସି ପଂଚାୟତର ପ୍ରଭାକର ଦାସ କହିଛନ୍ତି, ''ଖାଲି ଜିଲ୍ଲାନାସି ପଞ୍ଚାୟତ କାହିଁକି ରଘୁନାଥ ପୁର ଠାରୁ କୁଜଙ୍ଗ ପର୍ଯ୍ୟନ୍ତଥିବା ବିସ୍ତୃତ ନଦୀ ପଠାର ଜମିରେ ଶହ ଶହ ଚାଷୀ ପରିବା ପତ୍ର ଚାଷ କରିଥାନ୍ତି । ପ୍ରତ୍ୟେକ ଦିନ କୁଇଣ୍ଟାଲ କୁଇଣ୍ଟାଲ ପୋଟଳ, ଭେଣ୍ଡି, ବାଇଗଣ, ଜହ୍ନି, କୁନ୍ଦୁରି ଆଦି ପନି ପରିବା ଏହିଠାରୁ ଏହିଠାରୁ ବିଭିନ୍ନ ଆଡକୁ ଯାଇଥାଏ। ନଦୀରେ ବନ୍ୟାଜଳ ପ୍ରବାହିତ ହେବାପରେ ପନି ପରିବା ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।''

ଏହା ମଧ୍ୟ ପଢନ୍ତୁ:କମୁଛି ନଦୀ ଜଳସ୍ତର, ଏବେ ବି ଜଳମଗ୍ନ ପୁରୀ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି

ଚାଷୀଙ୍କୁ ସରକାରୀ ସହାୟତା ଦାବି

ସେହିପରି ଆଉଜଣେ ପରିବା ଚାଷୀ ଦିବାକର ସ୍ବାଇଁ କହିଛନ୍ତି, ''ବନ୍ୟାଜଳ ଆସିବା ଫଳରେ ହଜାର ହଜାର ହେକ୍ଟର ପାରିବା ଚାଷ ସମ୍ପୂର୍ଣ୍ଣ ଭାବରେ ଉଜୁଡି ଯାଇଛି।ଫଳରେ ଚାଷ କରିଥିବା ଚାଷୀ ର ଅଣ୍ଟା ଭାଙ୍ଗି ଯାଇଛି । ଏହାର ପ୍ରଭାବ ମଧ୍ୟ ପାରାଦ୍ୱୀପ, କୁଜଙ୍ଗ ଓ ରାହାମା ଅଞ୍ଚଳ ରେ ପଡିଛି । ବର୍ତ୍ତମାନ ବଜାର ରେ ବାଇଗଣ କିଲୋପ୍ରତି 100 ଟଙ୍କା ରହିଥିବା ବେଳେ ପୋଟଳ କିଲୋ ପ୍ରତି 60 ଟଙ୍କା ରହିଛି । ଅନ୍ୟାନ୍ୟ ପାରିବ ପତ୍ର 50 ଉପରେ ଥିବା ପ୍ରଭାକର କହିଛନ୍ତି। ବନ୍ୟା ଆସିବା ଫଳରେ ଭାଗଚାଷୀ ମାନେ ବିଶେଷ ଭାବରେ କ୍ଷତିଗ୍ରସ୍ଥ ହେଉଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବାକୁ ଦିବାକର ଅନୁରୋଧ କରିଛନ୍ତି ।''


ଜଗତସିଂହପୁର, ଇଟିଭି ଭାରତ

ABOUT THE AUTHOR

...view details