ଓଡିଶା

odisha

ETV Bharat / state

ଜମିପଟ୍ଟା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଭୂମିହୀନଙ୍କ ଆନ୍ଦୋଳନ

Deogarh Farmers Sangharsh Union: 5 ଦଫା ଦାବି ନେଇ ଦେବଗଡ ଜିଲ୍ଲା କୃଷକ ସଂଘର୍ଷ ସଂଘର ବିକ୍ଷୋଭ । ଶୀଘ୍ର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Feb 20, 2024, 9:06 AM IST

ଜମିପଟ୍ଟା ପାଇଁ ଭୂମିହୀନ ପ୍ରଜାଙ୍କ ଆନ୍ଦୋଳନ
ଜମିପଟ୍ଟା ପାଇଁ ଭୂମିହୀନ ପ୍ରଜାଙ୍କ ଆନ୍ଦୋଳନ

ଜମି ପଟ୍ଟା ପାଇଁ ଭୂମିହୀନ ପ୍ରଜାଙ୍କ ଆନ୍ଦୋଳନ

ଦେବଗଡ଼: ପାଞ୍ଚ ଦଫା ଦାବି ନେଇ ଦେବଗଡ ଜିଲ୍ଲା କୃଷକ ସଂଘର୍ଷ ସଂଘର ବିକ୍ଷୋଭ । ଗତକାଲି (ସୋମବାର) ସଂଘ ସଭାପତି ସେମ ହେମ୍ରମଙ୍କ ନେତୃତ୍ଵରେ ଜିଲ୍ଲାର ହଜାର ହଜାର ଆଦିବାସୀ ଓ ଭୂମିହୀନ ପ୍ରଜା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ତେବେ ଦେବଗଡ଼ରେ ଭୂମିହୀନ ଆଦିବାସୀ ପ୍ରଜାଙ୍କ ଦାବି ପୂରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏହାର ପ୍ରତିବାଦ କରି ସୋମବାର ଜିଲ୍ଲା କୃଷକ ସଂଘର୍ଷ ସଂଘ ସଭାପତି ସେମ ହେମ୍ରମଙ୍କ ନେତୃତ୍ଵରେ ହଜାର ହଜାର ସଂଖ୍ୟାରେ ଗରିବ ଚାଷୀ ଓ ଭୂମିହୀନ ଆଦିବାସୀ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏକ 5 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ଆଦିବାସୀ ଓ ଭୂମିହୀନଙ୍କ ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ଅଧିକାର ଓ ସ୍ଥାୟୀ ପଟ୍ଟା ପ୍ରଦାନ କରିବା, ଭୂମିହୀନମାନଙ୍କୁ ବସୁନ୍ଧରା ଯୋଜନାରେ ଚାରି ଡିସିମିଲ ଘର ଡିହ ପ୍ରଦାନ, ଚାଷ ଜମିର କିସମ ପରିବର୍ତ୍ତନ, ରେଙ୍ଗାଳି ଡ୍ୟାମ ବାସଚ୍ୟୁତଙ୍କୁ ବକେୟା ଜମି ପ୍ରଦାନ ଓ ଜମି ଚିହ୍ନଟ ଏବଂ ଦୀର୍ଘ ଦିନରୁ ସରକାରୀ ଜମି ଦଖଲ କରିଥିବା ଭୂମିହୀନ ବ୍ୟକ୍ତିବିଶେଷଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଆଦି ଅନ୍ତର୍ଭୁକ୍ତ । ତେବେ ପ୍ରଶାସନ ଯଦି ଶୀଘ୍ର ଦାବିଗୁଡ଼ିକୁ ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କୃଷକ ସଂଘର୍ଷ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚାଷୀ ବିକ୍ଷୋଭ, ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଏହା ମଧ୍ୟ ପଢ଼ନ୍ତୁ...ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବି, ବିଶାଳ ଶୋଭାଯାତ୍ରାରେ ଚାଷୀଙ୍କ ବିକ୍ଷୋଭ

ଏହି ଆନ୍ଦୋଳନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସଂଖ୍ୟାରେ ଆଦିବାସୀ, ବନବାସୀ ଓ ଭୂମିହୀନ ପ୍ରଜା ଯୋଗ ଦେଇଥିଲେ । ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଂଘ ସଭାପତି ତଥା ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ ଏହାର ନେତୃତ୍ୱ ନେଇଥିବା ବେଳେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଉପରେ ଏହି ଜନ ଆନ୍ଦୋଳନ ବିଶେଷ ଭାବରେ ପ୍ରଭାବ ପକାଇବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details