ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ଘେରରେ କୃଷି ଉଦ୍ୟାନ, ସୁବିଧା ପାଇପାରୁ ନାହାନ୍ତି ଚାଷୀ - Agriculture Park Irregularities

Agriculture Park Irregularities: କୃଷି ଉଦ୍ୟାନ ଥାଇ ମଧ୍ୟ ସୁବିଧା ପାଇପାରୁ ନାହାନ୍ତି ଚାଷୀ । କର୍ମଚାରୀମାନଙ୍କ ଖାମ ଖିଆଲ ନୀତି ମୁଖ୍ୟ କାରଣ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Agriculture Park Irregularities
Agriculture Park Irregularities (ETV Bharat Odisha)

By ETV Bharat Odisha Team

Published : Jun 10, 2024, 7:40 PM IST

ଭବାନୀପାଟଣା:କୃଷି ଉଦ୍ୟାନ ଥାଇ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ।ନା ଚାଷୀଙ୍କୁ ମିଳିପାରୁଛି ଚାରା ନା ରହିଛି ଶୀତଳ ଭଣ୍ଡାର । ଏଭଳିକି ଶୌଚାଳୟର ଟିଏ ମଧ୍ୟ ନାହିଁ । ଏଭଳି ଅଭିଯୋଗ ଆମେ କରୁନାହୁଁ ବରଂ ଏଭଳି ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲାର ଚାଷୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା କୃଷି ଉଦ୍ୟାନ କାର୍ଯ୍ୟାଳୟ ଏବେ ଅବବ୍ୟସ୍ଥା ଘେରରେ ଚାଲିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

Agriculture Park Irregularities (ETV Bharat Odisha)

ପୂର୍ବରୁ ଜୟପାଟଣା ବ୍ଲକରେ କୃଷି ଉଦ୍ୟାନ କାର୍ଯ୍ୟାଳୟ ନ ଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ କାର୍ଯ୍ୟାଳୟ ନିର୍ମାଣ କରିଥିଲେ । ନିର୍ମାଣ ହେବାର କିଛି ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇ ନ ଥିଲା । ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବାରୁ ପ୍ରାୟ କିଛି ବର୍ଷ ହେବ ଉକ୍ତ ଅଫିସ କାର୍ଯ୍ୟକାରୀ ହୋଇ ଆସୁଛି । ବର୍ତ୍ତମାନ ଚାଷୀ ଅଭିଯୋଗ କରୁଛନ୍ତି, "କାର୍ଯ୍ୟାଳୟ ସିନା ନିର୍ମାଣ ହୋଇଗଲା ହେଲେ ଏପର୍ଯ୍ୟନ୍ତ ଆବଶ୍ୟକତା ଅନୁସାରେ ଆନୁସଙ୍ଗିକ ବ୍ୟବସ୍ଥା ହୋଇପାରିନାହିଁ । ଏପରିକି ଶୌଚାଳୟ ଅଛି ହେଲେ କାମରେ ଆସୁନାହିଁ । ଶୌଚାଳୟରେ ଖାଲି ଅଦା ଓ ହଳଦୀ ଭର୍ତ୍ତି କରାଯାଇଛି । ଏହି ଅଫିସରେ ଏକ ଶୀତଳଭଣ୍ଡାରର ଆବଶ୍ୟକତା ଥିବାବେଳେ ତାହା ମଧ୍ୟ ହୋଇନାହିଁ । ଏହି କାର୍ଯ୍ୟାଳୟକୁ ଲକ୍ଷାଧିକ ଟଙ୍କାର ବିଭିନ୍ନ କିସମର ଚାରା ଓ ସାମଗ୍ରୀ ଆସୁଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି। ଜଣେ ମାତ୍ର ମହିଳା କର୍ମଚାରୀଙ୍କ ଦ୍ବାରା ଏହି କାର୍ଯ୍ୟାଳୟ ଚାଲିଛି ।"

ଏହା ମଧ୍ୟ ପଢନ୍ତୁ:ଖିଲି ଖିଲି ହସୁଛି ସୂର୍ଯ୍ୟମୁଖୀ, ଅଭାବୀ ବିକ୍ରିର ଶିକାର ଚାଷୀ

ଏ ସମ୍ପର୍କରେ ଜୟପାଟଣା ବିଭାଗୀୟ କର୍ମଚାରୀ ପିଙ୍କି ଜାଲଙ୍କୁ ପଚାରିବାରୁ ସେ ଏ ବିଷୟରେ ଏକାଧିକ ଥର ଉପରିସ୍ଥ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି । କିନ୍ତୁ ଚାଷୀ ଅଭିଯୋଗ କରୁଛନ୍ତି ଆମ ପାଇଁ ହଳଦୀ ଓ ଅଦା ଆସିଥିବା ବେଳେ କର୍ମଚାରୀମାନଙ୍କ ଖାମ ଖିଆଲ ନୀତି ଯୋଗୁଁ ଚାଷୀଙ୍କୁ ବଣ୍ଟନ କରିବା ପରିବର୍ତ୍ତେ ଘର ଭିତରେ ରଖି ଦେବାରୁ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯିବାର ନଜରକୁ ଆସିଛି । ତେଣୁ ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।



ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details