ଓଡିଶା

odisha

ETV Bharat / state

FAQ ଧାନ ଦ୍ବନ୍ଦ୍ବ, ଯୋଗାଣ ମନ୍ତ୍ରୀ କହିଲେ ଚାଷୀଙ୍କୁ ଉସକା ଯାଉଛି - REVENUE MINISTER SURESH PUJARI

FAQ ଧାନ କଥା ସରକାର ପୂର୍ବରୁ ସ୍ପଷ୍ଟ କରିଛନ୍ତି । ବିଭ୍ରାନ୍ତିକର କଥା କହି ଲୋକଙ୍କୁ ଉସକାଯାଉଛି ବୋଲି କହିଲେ ଯୋଗାଣ ମନ୍ତ୍ରୀ ।

FAQ ମାନର ଧାନକୁ ନେଇ ଚାଷୀ ଏବଂ ସରକାର ମଧ୍ୟରେ ଦ୍ବନ୍ଦ, ଏପରି କହିଲେ ମନ୍ତ୍ରୀ
FAQ ମାନର ଧାନକୁ ନେଇ ଚାଷୀ ଏବଂ ସରକାର ମଧ୍ୟରେ ଦ୍ବନ୍ଦ, ଏପରି କହିଲେ ମନ୍ତ୍ରୀ (ETV Bharat Odisha)

By ETV Bharat Odisha Team

Published : Jan 11, 2025, 9:36 PM IST

ଭୁବନେଶ୍ବର: ରାଜ୍ଯରେ ବିଭିନ୍ନ ସ୍ଥାନରେ ଧାନ କିଣାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ‘ଏଫଏକ୍ୟୁ’ ମାନର ଧାନକୁ ନେଇ ଚାଷୀ ଏବଂ ସରକାର ମଧ୍ୟରେ ଏକ ପ୍ରକାର ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ଚାଷୀ ତାଙ୍କର ଧାନକୁ ‘ଏଫଏକ୍ୟୁ’ ମାନର ଦର୍ଶାଉଥିବା ବେଳେ ମଣ୍ଡିରେ ଲାଗିଥିବା ଗ୍ରେନ୍‌ ଆନାଲାଇଜର ମେସିନ୍‌ ଏହାକୁ ଗ୍ରହଣ କରୁନାହଁ ବୋଲି ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି । ଏହି ପ୍ରସଙ୍ଗରେ ଆଜି ଯୋଗାଣ ମନ୍ତ୍ରୀ କହିଛନ୍ତି, ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । କିଛି ସ୍ଥାନରେ ଚାଷୀଙ୍କୁ ଏ ସମ୍ପର୍କରେ ଉସକା ଯାଉଛି ।

FAQ ମାନର ଧାନକୁ ନେଇ ଚାଷୀ ଏବଂ ସରକାର ମଧ୍ୟରେ ଦ୍ବନ୍ଦ, ଏପରି କହିଲେ ମନ୍ତ୍ରୀ (ETV Bharat Odisha)
  • ଚଷୀଙ୍କୁ ‘FAQ’ ସମ୍ପର୍କରେ ବିଭ୍ରାନ୍ତ କରାଯାଉଛି: ଯୋଗାଣ ମନ୍ତ୍ରୀ

ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,‘‘ରାଜ୍ୟରେ ଧାନ ସଂଗ୍ରହ ଠିକ୍‌ ଭାବେ ଚାଲିଛି । କାଁ ଭାଁ କେଉଁଠି ଗଣ୍ଡଗୋଳିଆ ସ୍ଥିତି ଦେଖାଦେଇଛି । ଲୋକମାନଙ୍କୁ କିଛି ନେତା ଉସୁକାଉଛନ୍ତି । ମଣ୍ଡିରେ ଯେଉଁମାନର ଧାନ ଦେଲେ ମଧ୍ୟ 31ଶହ ଟଙ୍କା ମିଳିବ ବୋଲି ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି । ଆମେ ପୂର୍ବରୁ କହିସାରିଛୁ, ମଣ୍ଡିରେ କେବଳ ‘ଏଫ୍ଏକ୍ୟୁ’ ମାନର ଧାନ ବିକ୍ରି ହୋଇପାରିବ । ଧାନର ରଙ୍ଗ ଚେଞ୍ଜ୍‌ ହେଲେ ମଧ୍ୟ ଆମେ ଗ୍ରହଣ କରୁଛୁ । କିନ୍ତୁ ଧାନ ବହୁତ ଖରାପ ହୋଇଯାଇଥିଲେ ଆମେ ନେଇପାରିବୁ ନାହିଁ । ସେପରି ସେହି ଧାନ ଚାଉଳ ହେଲା ପରେ ମାର୍କେଟରେ ଚାଲିବ ନାହିଁ । ଧାନ ଫସଲ କ୍ଷତି ହୋଇଥିବା ମାମଲାରେ ସରକାର ସହୟତା ଦେଉଛନ୍ତି । ତା’ ପରେ ମଧ୍ୟ କ୍ଷତିଗ୍ରସ୍ତ ଚାଉଳକୁ କେମିତି ସରକାର ଗ୍ରହଣ କରିବେ । ଆମେ ‘FAQ’ ମାନର ଧାନ ହିଁ ମଣ୍ଡିକୁ ଆଣିବାକୁ ଚାଷୀଙ୍କୁ ଅନୁରୋଧ କରୁଛୁ ।’’

  • 23 ଲକ୍ଷ ମେଟ୍ରିକ୍‌ ଧାନ କିଣା ସରିଲାଣି: ଯୋଗାଣ ମନ୍ତ୍ରୀ

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି,‘‘ ଭଲ ଗୁଣବତ୍ତାର ଧାନ ଆଣିଲେ ଚାଷୀ ସଠିକ୍‌ ମୂଲ୍ୟ ପାଇବେ । ଏବେ ସୁଦ୍ଧା ପ୍ରାୟ 23 ଲକ୍ଷ ମେଟ୍ରିକ୍‌ ଧାନ କିଣା ସରିଲାଣି । କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ ହେବ । ଯେଉଁଠି କଳାବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେଉଛି । ସେଥିପାଇଁ ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି । ଚାଷୀଙ୍କୁ ଯେମିତି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ଆମେ ଧ୍ୟାନ ଦେଉଛୁ । ଅଦିନିଆ ବର୍ଷାରେ ଯେଉଁ ଧାନ ନଷ୍ଟ ହୋଇଛି ତାକୁ ମଣ୍ଡିକୁ ଆଣନ୍ତୁ ନାହିଁ ।’’

ଏହା ମଧ୍ୟ ପଢନ୍ତୁ:-

୧୧ ଦିନରେ ରାଜ୍ୟରେ ଆଖି ବୁଜିଲେଣି ୧୦ ଚାଷୀ - FARMERS DEATH ODISHA

ଅଦିନିଆ ବର୍ଷା ଉଜାଡ଼ିଲା ଧାନ ଫସଲ, ଜୀବନ ହାରିଲେ ଚାଷୀ

ଋଣ ପାଇଁ ଚାପରେ ଥିଲେ କେନ୍ଦ୍ରାପଡାର ଚାଷୀ, ନେଲେ ଚରମ ନିଷ୍ପତ୍ତି

  • କ୍ଷତିପୂରଣ ପ୍ରଦାନ ଆରମ୍ଭ ହୋଇସାରିଲାଣି: ରାଜସ୍ବ ମନ୍ତ୍ରୀ

ସେପଟେ ଅଦିନିଆ ବର୍ଷାରେ ଫସଲହାନୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,‘‘30 ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଫସଲକୁ କ୍ଷତିପୂରଣ ତାଲିକାଭୁକ୍ତ କରାଯାଉଛି । ସେହି ବାବଦକୁ 292 କୋଟି ଟଙ୍କାର କ୍ଷତିପୂରଣ ରାଶି କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକୁ ପଠାଯାଇଛି । କ୍ଷତିପୂରଣ ରାଶି ବଣ୍ଟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । କେବଳ ଧାନ ନୁହେଁ, ପନିପରିବା, ଚିନାବାଦାମ, କପା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯାଉଛି । ଯେଉଁ ଚାଷୀମାନେ ବୀମା କରିଛନ୍ତି ସେମାନେ ଦୁଇଗୁଣା କ୍ଷତିପୂରଣ ପାଇବେ ।’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details