ଓଡିଶା

odisha

ETV Bharat / state

ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ ଉଦଘାଟିତ - Vyasa Sarovar Mahotsav 2024

Vyasa Sarovar Mahotsav Inaugurated: ଉଦଘାଟିତ ହେଲା ବ୍ୟାସ ସରୋବର ମହୋତ୍ସବ । ଯାଜପୁର ଜିଲ୍ଲା ପୌର ପରିଷଦ ପକ୍ଷରୁ ଆଜି ଏହି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଅଧିକ ପଢ଼ନ୍ତୁ,

ବ୍ୟାସ ସରୋବର ମହୋତ୍ସବ
ବ୍ୟାସ ସରୋବର ମହୋତ୍ସବ

By ETV Bharat Odisha Team

Published : Feb 21, 2024, 10:43 PM IST

ବ୍ୟାସ ସରୋବର ମହୋତ୍ସବ

ଯାଜପୁର: ଉଦଘାଟିତ ହେଲା ବ୍ୟାସ ସରୋବର ମହୋତ୍ସବ । ଯାଜପୁର ଜିଲ୍ଲା ପୌର ପରିଷଦ ପକ୍ଷରୁ ଆଜି ଏହି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଜିଲ୍ଲାର ଏହି ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବର ଆଲୋଚନା ପୁରାଣରେ ମଧ୍ୟ ରହିଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ l ତେବେ ଏହି ମହୋତ୍ସବ ଆସନ୍ତା 1 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି l ମେଳାରେ ଅନେକ ପ୍ରକାରର ଖାଦ୍ୟ, ଘରକରଣ ସାମଗ୍ରୀ ସାଙ୍ଗକୁ ଖେଳନା ଆଦି ସାମଗ୍ରୀ ପ୍ରଦର୍ଶିତ ହେଉଥିବା ଦେଖିବାକୁ ମିଳିଛି l

ବ୍ୟାସନଗର ପୌର ପରିଷଦ ପକ୍ଷରୁ ଆୟୋଜିତ ଯାଜପୁର ଜିଲ୍ଲାର ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ ଉଦଘାଟିତ ହୋଇଯାଇଛି । ପୌର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନେତୃତ୍ୱରେ ଏହି ମହୋତ୍ସବର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଯୋଗଦେଇ ବ୍ୟାସ ସରୋବର ଅହିତ୍ୟ ପରମ୍ପରା ଉପରେ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମିନି ମାରାଥନରେ ପ୍ରଥମ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କ୍ରୀଡ଼ାବିତଙ୍କୁ ପୁରସ୍କୃତ କରାଯାଇଛି l ପରିଶେଷରେ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ l

ଏହା ମଧ୍ୟ ପଢ଼ନ୍ତୁ....ଆରମ୍ଭ ହେଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ବଢୁଛି ଭକ୍ତଙ୍କ ସମାଗମ

ଚଳିତ ବର୍ଷ ଏହି ମେଳାରେ ପାଖାପାଖି 250ରୁ ଉର୍ଦ୍ଧ ଖାଦ୍ୟପେୟ, ଘରକରଣା ଜିନିଷ,ଦୋଳି, ପୂଜା ସାମଗ୍ରୀ ଦୋକାନ, ବୁକ ଷ୍ଟଲ, ମହିଳା ସ୍ୱୟଂ ସହାୟକ ଗ୍ରୁପ ପ୍ରସ୍ତୁତ କରିଥିବା ସାମଗ୍ରୀ ପ୍ରଦର୍ଶିତ ହେଉଥିବା ଦେଖିବାକୁ ମିଳିଛି l ବିଶେଷ ଭାବରେ ମହାଭାରତ ପୁରାଣକୁ ନେଇ ଏହି ସ୍ଥାନ ପ୍ରସିଦ୍ଧି ଲାଭ କରିଥିବାରୁ ଏହି ମେଳାକୁ ଦେଖିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ହଜାର ହଜାର ଲୋକ ଜିଲ୍ଲା ଯଥା ଜିଲ୍ଲା ବାହାରୁ ଆସିଥାନ୍ତି l ଜିଲ୍ଲା ପୋଲିସ ପକ୍ଷରୁ 10 ଦିନ ମେଳାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି l ପବିତ୍ର ଭୌମ ଏକାଦଶୀରୁ ହିଁ ଆରମ୍ଭ ହୋଇଥାଏ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ । ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ଏକାଦଶୀକୁ ସବୁଠାରୁ ବଡ଼ ଏକାଦଶୀ ଭାବେ ସମସ୍ତେ ମାନିଥାନ୍ତି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗତକାଲି ବ୍ୟାସ ସରୋବରକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜ୍ଜନ କରିଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details