ମାଲକାନଗିରି:ମାଓବାଦୀ ନାମରେ ଟଙ୍କା ଆଦାୟ କରିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟବସାୟ ସଂସ୍ଥାର ମାଲିକ ମାନଙ୍କୁ ମାଓବାଦୀ ଭୟ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଲକାନଗିରି ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏ ସମ୍ବନ୍ଧରେ ମାଲକାନଗିରି ଏସ୍.ଡି.ପି.ଓ ସଚିନ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଂଚାୟତ ଅନ୍ତର୍ଗତ ଏମ୍.ଭି. ୧୦୦ ଗ୍ରାମର ଅନିଲ ବର୍କନ୍ଦାଜ ନାମକ ବ୍ୟକ୍ତିଙ୍କୁ ଗତ ଏପ୍ରିଲ ୪ ତାରିଖରେ ଜଣେ ବ୍ୟକ୍ତି ହ୍ୱାଟ୍ସପ୍ ନମ୍ବରରେ ଫୋନ କରି ନିଜକୁ ମାଓବାଦୀ ବୋଲି କହିବା ସହ ତାଙ୍କ ନାମ ଆର୍. ରାଜେଶ୍ୱର ତାରାଇ ବୋଲି ପରିଚୟ ଦେଇ ୫ ହଜାର ଟଙ୍କା ପଠାଇବାକୁ ଧମକ ଦେଇଥିଲ । ଯଦି ଟଙ୍କା ନ ପଠାଇଲେ ତୁମକୁ ହତ୍ୟା କରିବି ବୋଲି ମଧ୍ୟ ଧମକ ଦେଇଥିଲୋ ପୁନର୍ବାର ଗତ ଅଗଷ୍ଟ ୯ ତାରିଖ ଦିନ ଅନ୍ୟ ଏକ ନମ୍ବରରେ ଅନିଲଙ୍କୁ ଫୋନ୍ କରି ୨ ହଜାର ଟଙ୍କା ପଠାଇବାକୁ କହିଥିଲା ।
ସେହିଦିନ ଅନିଲ ମାଲକାନଗିରି ଥାନାରେ ଏ ସମ୍ବନ୍ଧରେ ଲିଖିତ ଅଭି ଯୋଗ କରିବା ସହ ଅଭି ଯୁକ୍ତଙ୍କ ଦୁଇଟି ଫୋନ୍ ନମ୍ବର ମଧ୍ୟ ଦେଇଥିଲୋ ତାଙ୍କ ଅଭି ଯୋଗକୁ ଆଧାର କରି ମାଲକାନଗିରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଫୋନ୍ ନମ୍ବରକୁ ଆଧାର କରି ଟ୍ରାକ କରିଥିଲା ମାଲକାନଗିରି ପୋଲିସ୍ । ଏହି ତଦନ୍ତରେ ମାଲକାନଗିରି ଜିଲ୍ଲାର ବିଭଇନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଲକ୍ଷାଧୀକ ଟଙ୍କା ମାଓବାଦୀ ନାରେ ନେଇଥିବା ପୋଲିସ ଜାଣିବାକୁ ପାଇଥିଲା ।