ଓଡିଶା

odisha

ETV Bharat / state

ରାଜ୍ୟରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ - Expenditure Monitoring Meeting - EXPENDITURE MONITORING MEETING

Elections Expenditure Monitoring Meeting: ରାଜ୍ୟରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଇଲେକ୍ସନ ଏକ୍ସପେଣ୍ଡିଚର ମନିଟରିଂ ବୈଠକ । ଅଧିକ ପଢ଼ନ୍ତୁ

ରାଜ୍ୟରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ
ରାଜ୍ୟରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ

By ETV Bharat Odisha Team

Published : Apr 8, 2024, 9:30 PM IST

ଭୁବନେଶ୍ବର: ଓଡ଼ିଶାରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଅନୁଷ୍ଠିତ ହୋଇଛି ଇଲେକ୍ସନ ଏକ୍ସପେଣ୍ଡିଚର ମନିଟରିଂ ବୈଠକ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏବଂ ତାଙ୍କ ଟିମ ସହ କେନ୍ଦ୍ରୀୟ ଓ ରାଜ୍ୟର ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶା ପାଇଁ ନିୟୋଜିତ ହୋଇଥିବା ସ୍ପେସାଲ ଏକ୍ସପେଣ୍ଡିଚର ଅବଜରଭର ହିମାଳିନୀ କଶ୍ୟପ ଉପସ୍ଥିତ ରହି ଦେଶରେ ଏକ ସ୍ୱଚ୍ଛ, ମୁକ୍ତ ଓ ଅବାଧ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ।

ରାଜ୍ୟର ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ନେଇ ଅନୁଷ୍ଠିତ ହୋଇଛି ଇଲେକ୍ସନ ଏକ୍ସପେଣ୍ଡିଚର ମନିଟରିଂ ବୈଠକ । ବୈଠକ ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ. ତିରୁମାଲା ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ଗୁରୁଦାୟିତ୍ୱ ଉପରେ ଆଲୋକପାତ କରିଛନ୍ତି । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଅନୈତିକ ଉପାୟରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଉଛି । ଧନ ବଳ, ମାଦକ ଦ୍ରବ୍ୟ ଓ ଉପହାର ଆଦିକୁ ରୋକିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ସକ୍ରିୟ ନିୟନ୍ତ୍ରଣ ବ୍ୟବସ୍ଥା ବିଷୟରେ ସେ ଆଲୋଚନା କରିଛନ୍ତି । ଡାକ୍ତର ଏନ. ତିରୁମାଲା ନାୟକ ପିପିଟି ପ୍ରେଜେଣ୍ଟେସନ ମାଧ୍ୟମରେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଓ ପ୍ରବର୍ତ୍ତନ ପଦକ୍ଷେପ ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଛନ୍ତି ।

ବୈଠକରେ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ପାଇଁ ନିୟୋଜିତ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ହିମାଳିନୀ କଶ୍ୟପ କହିଛନ୍ତି ଯେ, ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି । ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ଫଳସ୍ୱରୂପ ହିଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି । ଗଣତନ୍ତ୍ରର ଏହି ପ୍ରତିଷ୍ଠାକୁ ବଜାୟ ରଖିବା ଓ ଦେଶରେ ଏକ ସ୍ୱଚ୍ଛ, ମୁକ୍ତ ଓ ଅବାଧ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।ତେବେ ସମସ୍ତ ପ୍ରବର୍ତ୍ତନ ପ୍ରକ୍ରିୟାକୁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ କେଉଁଭଳି ଭାବରେ ନିର୍ବାହ କରିବାକୁ ଆପେକ୍ଷିତ ସେ ବିଷୟରେ ସେ ସବିଶେଷ ଆଲୋଚନା କରିଛନ୍ତି । ସମସ୍ତଙ୍କ ଲକ୍ଷ୍ୟ ହେଉଛି ଏକ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା, ତେଣୁ ସମସ୍ତେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ସେ ପ୍ରେରିତ କରିଛନ୍ତି ।

ବୈଠକରେ ଅବକାରୀ ବିଭାଗ, ଆୟକର ବିଭାଗର ଓଡ଼ିଶା ସର୍କଲ, ଆରବିଆଇ, ରାଜ୍ୟସ୍ତରୀୟ ବ୍ୟାଙ୍କର କମିଟି, ଏୟାରପୋର୍ଟ ଅଥରିଟି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଡାକ ବିଭାଗ, ଆରପିଏଫ, ଏନସିବି, ଭାରତୀୟ କୋଷ୍ଟଗାର୍ଡ, ବିଏସଏଫ, ସିଆଇଏସଏଫ, ବ୍ୟୁରୋ ଅଫ ସିଭିଲ ଏଭିଏସନ, ଓଡ଼ିଶା ସରକାରଙ୍କ ପରିବହନ, ଜଙ୍ଗଲ ବିଭାଗର ନୋଡାଲ ଅଧିକାରୀ ମାନେ ଯୋଗ ଦେଇଛନ୍ତି । ସମସ୍ତ ନୋଡାଲ ଅଧିକାରୀ ପିପିଟି ପ୍ରେଜେଣ୍ଟେସନ ମାଧ୍ୟମରେ ନିଜ ନିଜ ସଂସ୍ଥା ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ଓ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଜବତ ସାମଗ୍ରୀ ବିଷୟରେ ସବିଶେଷ ତଥ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ CEOଙ୍କ ବୈଠକ, ୪ ଲୋକସଭା ଓ ୨୮ ବିଧାନସଭା ସିଟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା - ELECTION REVIEW MEETING

ସେହିପରି ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ରାଜ୍ୟର ପ୍ରତିଟି ଜିଲ୍ଲାରେ ସମ୍ଭାବ୍ୟ ଅନୈତିକ ଅର୍ଥ, ମାଦକ ଦ୍ରବ୍ୟ ଓ ଉପହାର ସାମଗ୍ରୀ ବିଷୟରେ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମତ ପଚାରି ବୁଝିଛନ୍ତି । ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ବିଷୟରେ ମଧ୍ୟ ସବିଶେଷ ଆଲୋଚନା ଏବଂ ଯୋଜନା ହୋଇଛନ୍ତି । ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସେ ସମସ୍ତ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details