ଓଡିଶା

odisha

ETV Bharat / state

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ, ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ - interim bail to prashant jagaddev

Interim bail to Prashant Jagaddev: ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଶାନ୍ତ ଜଗଦ୍ଦେବ । ସର୍ତ୍ତ ରଖି ଜାମିନ ଦେଲେ କୋର୍ଟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 7, 2024, 2:52 PM IST

Updated : Jun 7, 2024, 3:55 PM IST

interim bail to Prashant Jagaddev
interim bail to Prashant Jagaddev (ETV Bharat Odisha)

ଖୋର୍ଦ୍ଧା:ଖୋର୍ଦ୍ଧାରେ ଫୁଟିଲା ଫୁଲ । ବର୍ତ୍ତମାନ ଜେଲ୍‌ରୁ ବାହାରି ଶପଥ ନେବେ ବାହୁବଳୀ ନବନିର୍ବାଚିତ ବିଧାୟକ । ଖୋର୍ଦ୍ଧାର ନବ ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ତିନିଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ଦିନ ବୋଲଗଡ ବ୍ଲକ କାଉଁରିପାଟଣା 114ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

interim bail to Prashant Jagaddev (ETV Bharat Odisha)

ସୂଚନା ଅନୁସାରେ, ଆଜି ଜଗଦ୍ଦେବଙ୍କୁ 3ଦିନ ଅନ୍ତରୀଣ ଜାମିିନ ମିଳିଛି । ଦୁଇଜଣ ଜାମିନଦାରଙ୍କ ସହ ପଚାଶ ହଜାର ଟଙ୍କା ଲେଖାଏଁ ବେଲ ବଣ୍ଡ ଦାଖଲ କରିବା ପରେ ପ୍ରଶାନ୍ତ ଜାମିନରେ ଯିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁନ 9,10 ଏବଂ 11 ତାରିଖ ତିନିଦିନ ପାଇଁ ନୂତନ ସରକାରରେ ଶପଥ ଗ୍ରହଣ ଉତ୍ସବରେ ସାମିଲ ପାଇ କୋର୍ଟ ଏହି ଜାମିନ ପ୍ରଦାନ କରିଥିବା ପ୍ରଶାନ୍ତଙ୍କ ଓକିଲ ପ୍ରଭାତ କୁମାର ଦାଶ ସୂଚନା ଦେଇଛନ୍ତି । ସେହିପରି 12 ତାରିଖରେ କୋର୍ଟରେ ହାଜର ହୋଇ ପୁନର୍ବାର ଜେଲକୁ ଯିବାକୁ ନିର୍ଦେଶ ଦେଇଛନ୍ତି । ସର୍ତ୍ତ ରଖି ତାଙ୍କୁ ବେଲ୍ ପ୍ରଦାନ କରାଯାଇଥିବା କଥା କହିଛନ୍ତି ବିଧାୟକ ।

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧାରେ ଫୁଟିଲା ଫୁଲ, ବିଜୟୀ ହେଲେ ଜେଲରେ ଥିବା ପ୍ରଶାନ୍ତ ଜଗଦ୍ଦେବ - Prashant Jagdev Wins

ସୂଚନା ଥାଉ କି, ଗତ ୨୫ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦ୍ଦେବ ଏକ ବୋଲଗଡ ବ୍ଲକ କାଉଁରୀପାଟଣା ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭଙ୍ଗାରୁଜା କରିବା ନେଇ ଅଭିଯୋଗ ହୋଇଥିଲା । ସେହିଦିନ ତାଙ୍କୁ ଗିରଫ କରାଯାଇ ବିଳମ୍ବିତ ରାତିରୁ ଖୋର୍ଦ୍ଧା ସବ ଜେଲକୁ ପଠାଯାଇଥିଲା । ଗତ ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜଗଦ୍ଦେବ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜେଲରୁ କଟକ ଏସସିବି ମେଡିକାଲରେ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେହିପରି ଗତ ମାସ 31 ତାରିଖରେ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ କହିଛନ୍ତି, "ଆମେ ବିଭିନ୍ନ କାରଣ ଦର୍ଶାଇ ଏକ ମାସ ପାଇଁ ବେଲ୍ ଆବେଦନ କରିଥିଲୁ । କିନ୍ତୁ କୋର୍ଟ ବିଭିନ୍ନ ବିଷୟକୁ ନେଇ ତର୍ଜମା କରି 3ଦିନ ପାଇଁ ଅନ୍ତରୀମ ବେଲ୍ ପ୍ରଦାନ କରିଛନ୍ତି । 2ଟି ସର୍ତ୍ତ ଦର୍ଶାଇ ପ୍ରଶାନ୍ତ ଜଗଦେଦେଙ୍କୁ ବେଲ୍ ଦେଇଛନ୍ତି କୋର୍ଟ ।"

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jun 7, 2024, 3:55 PM IST

ABOUT THE AUTHOR

...view details