ଓଡିଶା

odisha

ETV Bharat / state

ହାତୀ ଘଉଡ଼ାଇବେ ହାତୀ: ପାଠଶାଳାରେ ମାହୁନ୍ତ ଦେବେ ଟ୍ରେନିଂ

Elephants to be trained: ହିଂସ୍ର ଦନ୍ତା ଉପଦ୍ରବକୁ ଏଡ଼ାଇବା ପାଇଁ ହାତୀଙ୍କୁ ଦିଆଯିବ ପ୍ରଶିକ୍ଷଣ । ରାଜ୍ୟର ୪ଟି ସ୍ଥାନରେ ଏହି ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ। ଅଧିକ ପଢନ୍ତୁ

ହିଂସ୍ର ହାତୀଙ୍କୁ ଘଉଡ଼ାଇବା ପାଇଁ ନିୟୋଜନ ହେବେ ଟ୍ରେନଡ୍‌ ହାତୀ
ହିଂସ୍ର ହାତୀଙ୍କୁ ଘଉଡ଼ାଇବା ପାଇଁ ନିୟୋଜନ ହେବେ ଟ୍ରେନଡ୍‌ ହାତୀ

By ETV Bharat Odisha Team

Published : Jan 20, 2024, 7:42 AM IST

ହିଂସ୍ର ହାତୀଙ୍କୁ ଘଉଡ଼ାଇବା ପାଇଁ ନିୟୋଜନ ହେବେ ଟ୍ରେନଡ୍‌ ହାତୀ

ଭୁବନେଶ୍ବର: ରାଜ୍ୟରେ ନାହାନ୍ତି ଟ୍ରେନଡ୍‌ ମାହୁନ୍ତ । ସେଥିପାଇଁ ରାଜ୍ୟ ବାହାରୁ ଆସି ହାତୀଙ୍କୁ ପ୍ରଶିକ୍ଷଣ ଦେବେ ମାହୁନ୍ତ । ହିଂସ୍ର ହାତୀଙ୍କୁ ଘଉଡ଼ାଇବା ପାଇଁ ନିୟୋଜନ ହେବେ ଟ୍ରେନଡ୍‌ ହାତୀ । ରାଜ୍ୟରେ ମାହୁନ୍ତ ଅଭାବ ଥିବାରୁ ବାହାର ରାଜ୍ୟ ମାହୁନ୍ତଙ୍କ ଜରିଆରେ ହାତୀଙ୍କୁ ଦିଆଯିବ ପ୍ରଶିକ୍ଷଣ । ଏଥିପାଇଁ ରାଜ୍ୟର ୪ଟି ସ୍ଥାନରେ ହାତୀ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି ।

ହାତୀଙ୍କୁ ଘଉଡ଼ାଇବା ପାଇଁ ନିୟୋଜନ ହେବେ ଟ୍ରେନଡ୍‌ ହାତୀ । ରାଜ୍ୟରେ ମାହୁନ୍ତ ଅଭାବ ଥିବାରୁ ବାହାର ରାଜ୍ୟ ମାହୁନ୍ତଙ୍କ ଜରିଆରେ ହାତୀଙ୍କୁ ଦିଆଯିବ ପ୍ରଶିକ୍ଷଣ । ରାଜ୍ୟର ୪ଟି ସ୍ଥାନରେ ହାତୀ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ଚନ୍ଦକା, ସାତକୋଶିଆ, କପିଳାସ ଓ ଶିମିଳିପାଳ ଭଳି ରାଜ୍ୟର ୪ଟି ସ୍ଥାନରେ ହାତୀ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି । ପରବର୍ତ୍ତୀ ସମୟରେ ଦେବ୍ରିଗଡ ଅଭୟାରଣ୍ୟରେ ମଧ୍ୟ ହାତୀ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟଙ୍କ ସହ ଆଲୋଚନା ଚାଲିଥିବା ସେ କହିଛନ୍ତି ।

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, "କୁଙ୍କି ହାତୀଙ୍କ ପରି ଟ୍ରେଣ୍ଡ ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେଣ୍ଡ କରିଥାଏ । ସେମାନଙ୍କ ସହାଯ୍ୟରେ ହାତୀକୁ ଆୟତ୍ତ କରାଯାଇ ପାରିବ । ଅଭୟାରଣ୍ୟରେ ତାଙ୍କୁ ବ୍ୟବହାର କରାଯାଇ ପାରିବ । ସେଥିପାଇଁ କଥାବାର୍ତ୍ତା ଚାଲିଛି । ଆମ ପାଖରେ ମଧ୍ୟ କିଛି ଟ୍ରେଣ୍ଡ ହାତୀ ଅଛନ୍ତି । ବାହାରୁ ଅଧିକ ଆସିଲେ ଆମ ହାତୀ ଅଧିକ ଟ୍ରେଣ୍ଡ ହୋଇ ପାରିବେ । ଯାହାକୁ ହାତୀଙ୍କ ପାଠଶାଳା ବୋଲି କୁହାଯାଉଛି । ଏଥିପାଇଁ ଚନ୍ଦକା, ଶିମିଳିପାଳ, ସାତକୋଶିଆରେ ନିଜର କ୍ୟାପ୍ଟିଭ ହାତୀ ଅଛନ୍ତି । ଏହାସହ କର୍ଣ୍ଣାଟକ ଓ ଆସାମ ସହ ମଧ୍ୟ କଥାବାର୍ତ୍ତା ଚାଲିଛି ।"

ଏହା ମଧ୍ୟ ପଢନ୍ତୁ...ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ପ୍ରକାଶ ଥାଉ କି, କପିଳାସରୁ କାର୍ତ୍ତିକ, ଉମା, ପଦ୍ମା, ଶ୍ୟାମ ଓ ଶିବା, ନନ୍ଦନକାନନରୁ ମାମା, ଶିମିଳିପାଳରୁ ଜଗନ୍ନାଥ ଆଦି ନାମିତ ହାତୀ ଚନ୍ଦକା ଆସିବେ । ଏହାସହ ଚନ୍ଦକାରୁ ଯଶୋଦା, ସାତକୋଶିଆରୁ ମହେନ୍ଦ୍ର ଓ ରାଜକୁମାର ଆଦି ହାତୀ ଶିମିଳିପାଳ ଯିବେ ବୋଲି ସୂଚନା ମିଳିଛି । ଖୁବଶୀଘ୍ର ରାଜ୍ୟର କିଛି ଜଙ୍ଗଲରେ କୁମକି ପ୍ରଶିକ୍ଷଣ ଆରମ୍ଭ କରାଯିବ । ନିକଟରେ ବାରିପଦା ଅଞ୍ଚଳରେ ଏକ ହାତୀ ସହର ମଧ୍ୟରେ ବୁଲୁଥିବାର ନଜରକୁ ଆସିଥିଲା । ପ୍ରାୟ ଦୀର୍ଘ ସମୟ ଧରି ସହରରେ ବୁଲିବା ପରେ ଜଙ୍ଗଲ ମୁହାଁ ହୋଇଥିଲା । ଏଭଳି ହାତୀଙ୍କୁ ସାବାଡ କରିବା ପାଇଁ ଏହି ପାଠଶାଳାରୁ ହାତୀମାନେ ନିୟୋଜିତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details