ଓଡିଶା

odisha

ETV Bharat / state

କାଲିଠୁ ରାଜ୍ୟରେ ହାତୀ ଗଣନା ଆରମ୍ଭ, ଗଛରେ ପ୍ରସ୍ତୁତ ହୋଇଛି ମଞ୍ଚା - Elephant Counting

Elephant Counting In Odisha: ଆସନ୍ତାକାଲି ଠାରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ ହେବ । ୪୬ଟି ଡିଭିଜନରେ ଗଣନା କରାଯିବ । ଏଥିପାଇଁ ୧ହଜାର ୧୩୬ଟି ଟ୍ରି- ହାଉସ ନିର୍ମାଣ କରାଯାଇଛି । ଅଧିକ ପଢ଼ନ୍ତୁ

କାଲିଠୁ ରାଜ୍ୟରେ ହାତୀ ଗଣନା ଆରମ୍ଭ
କାଲିଠୁ ରାଜ୍ୟରେ ହାତୀ ଗଣନା ଆରମ୍ଭ (ETV Bharat Odisha)

By ETV Bharat Odisha Team

Published : May 21, 2024, 5:06 PM IST

ଭୁବନେଶ୍ବର:ଆସନ୍ତାକାଲି ଅର୍ଥାତ ମେ' 22 ତାରିଖରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ ହେବ । ଏହି ଗଣନା ୨୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ଧରି ଚାଲିବ । ହାତୀ ଗଣନା ପାଇଁ ଏକ ଟିମ୍ ନିୟୋଜିତ ହୋଇଛନ୍ତି । ସେମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ଗଛ ଉପରେ ମଞ୍ଚା ପ୍ରସ୍ତୁତ କରାଯାଇଛି । ଦିନ ହେଉ ବା ରାତି, ସବୁବେଳେ ହାତୀ ଗଣନା କରାଯିବ । ରାଜ୍ୟର ୫୧ଟି ଡିଭିଜନ ମଧ୍ୟରୁ ୪୬ଟି ଡିଭିଜନରେ ହାତୀ ଗଣନା କରାଯିବ ।

ଆସନ୍ତାକାଲି ରାଜ୍ୟର ୫୧ଟି ଡିଭିଜନ ମଧ୍ୟରୁ ୪୬ଟି ଡିଭିଜନରେ ହାତୀ ଗଣନା କରାଯିବ । ଯଥା ମାଲକାନଗିରି, କୋରାପୁଟ, ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ବ୍ୟତୀତ ଅନ୍ୟ ସମସ୍ତ ୨୫ଟି ଜିଲ୍ଲାରେ ହାତୀର ଉପସ୍ଥିତି ରହିଛନ୍ତି । ଏହି ଡିଭିଜନ ମଧ୍ୟରେ ୧ହଜାର ୧୩୬ଟି ଟ୍ରି-ହାଉସ ନିର୍ମାଣ କରାଯାଇଛି । ଯାହା ହାତୀ ଗଣନା କରୁଥିବା ଟିମଙ୍କ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ଟ୍ରି-ହାଉସ ମଧ୍ୟରେ ବ୍ୟାରେକ, ୱାଚ୍ ଟାୱାର ଏବଂ ଗଣନା ସମୟରେ ଅନ୍ୟାନ୍ୟ ଜିନିଷର ବ୍ୟବହାର ମଧ୍ୟ କରାଯିବ । ଏନେଇ ବିଶେଷ ଭାବରେ ବନ କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି ।
ସୂଚନା ଅନୁଯାୟୀ, ରାଜ୍ୟରେ କଲରାପତରିଆ ବାଘ ଗଣନା ଚାଲିଛି । ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘଙ୍କ ଗଣନା କରାଯାଉଛି । କଲରାପତରିଆ ବାଘ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ଏହି ଗଣନା ୪୦ ଦିନ ପର୍ଯ୍ୟନ୍ତ ଚାଲିବ । କଲରାପତରିଆ ବାଘ ଗଣନା ପାଇଁ ଟ୍ରାପ କ୍ୟାମେରାକୁ ବ୍ୟବହାର କରାଯାଇଛି । ପାଖାପାଖି ପ୍ରାୟ ରାଜ୍ୟର ୫୧ଟି ଡିଭିଜନରେ ୩ ହଜାର ୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି । ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗକିଲୋମିଟରରେ ୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପୂର୍ବ ବର୍ଷ ବାଘ ଗଣନା ସମୟରେ ଟ୍ରାପ୍ କ୍ୟାମେରାରୁ ମିଳିଥିବା ଚିତାବାଘର ଚିତ୍ରକୁ ଚିହ୍ନଟ ପାଇଁ ବ୍ୟବହାର କରାଯାଉଛି । ତେବେ ସମସ୍ତ ଚିତାବାଘ ଉପରେ କଡାକଡି ଭାବରେ ମନିଟରିଂ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟରେ କଲରାପତରିଆ ଓ ହାତୀ ଗଣନା; କଲରାପତରିଆ ପାଇଁ ୩୩୧୨ ଟ୍ରାପ୍ କ୍ୟାମେରା ଓ ହାତୀ ପାଇଁ ୧୧୩୬ ଟ୍ରୀ-ହାଉସ


କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଚିତାବାଘ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ୨୦୨୨ ମସିହାରେ ଓଡ଼ିଶାର ଚିତାବାଘ ସଂଖ୍ୟା ୫୬୮ରେ ପହଞ୍ଚିଛି । ୨୦୧୮ରେ ରାଜ୍ୟରେ ୭୬୦ଟି ଚିତାବାଘ ଥିଲେ, 4ବର୍ଷରେ ଏହି ସଂଖ୍ୟା ୧୯୨ ହ୍ରାସ ପାଇଛି । ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ରହିଥିଲେ । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଥିଲା । ତେବେ ଗତବର୍ଷ ରାଜ୍ୟରେ ବାଘଗଣନା ସମୟରେ ୧୪୩୨ଟି କ୍ୟାମେରା ଟ୍ରାପ ଜଙ୍ଗଲ ମଧ୍ୟରେ ଲଗାଯାଇଥିଲା । ରାଜ୍ୟରେ ଥିବା ୪୭ଟି ଡିଭିଜନରେ ବାଘ ଗଣନା କରାଯାଇଥିଲା । କେବଳ ଭଦ୍ରକ, ରାଜନଗର, ପୁରୀ ଏବଂ ଚିଲିକାକୁ ଛାଡି ଅନ୍ୟ ଡିଭିଜନରେ କ୍ୟାମେରା ଟ୍ରାପ ଲଗାଯାଇଥିଲା । ଏହାରି ମଧ୍ୟରେ ୫୬୭ଟି ବାଘଙ୍କର ବିଭିନ୍ନ ଦିଗରୁ ଫଟୋ ଉଠାଯାଇଥିଲା । ତେବେ ଏହାରି ମଧ୍ୟରେ କଳାବାଘ ୪୦ ପ୍ରତିଶତ ରହିଥିବା ଜଣାପଡିଥିଲା ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details