ବରଗଡ଼: ଗତ ଶନିବାର ନିର୍ବାଚନର ବିଗୁଲ ବାଜି ସାରିଛି । 2024 ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ସାରିଛନ୍ତି । ଆସନ୍ତା ମେ 20 ତାରିଖରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ୨୬ ଏପ୍ରିଲ ୨୦୨୪ରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ଓ ଏହାର ଶେଷ ତାରିଖ ୩ ମଇ ରଖାଯାଇଛି । ୬ ମଇ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଥିବା ବେଳେ ମଇ ୨୦ରେ ହେବ ମତଦାନ । ୪ ଜୁନରେ ହେବ ଭୋଟ ଗଣତି | ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ସମସ୍ତେ ଅପେକ୍ଷା କରିଛନ୍ତି ଉଭୟ ବିଜେପି ଓ ବିଜେଡି ଦଳର ମେଣ୍ଟକୁ । ତେବେ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୧୦ ବର୍ଷ ଧରି ଲଗାତାର ବିଧାୟକ ଭାବେ ବିଜୟୀ ହୋଇ ଆସୁଥିବା ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ । ତେବେ ଆସନ୍ତୁ ଜାଣିବା ବିଗତ ୧୦ ବର୍ଷରେ ବରଗଡ ବିଧାୟକଙ୍କ କାର୍ଯ୍ୟକାଳରେ କଣ ସବୁ ବିକାଶ ହୋଇଛି ଏବଂ କେଉଁ କ୍ଷେତ୍ରରେ ବରଗଡ଼ ପଛୁଆ ରହିଛି ।
୨୦୧୯ରେ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା 2,16,358 ରହିଥିବା ବେଳେ 1,61,640 ଭୋଟର ଅର୍ଥାତ 72. 84% ଭୋଟର ନିଜର ମତଦାନ କରିଥିଲେ । ବିଜେଡ଼ିରୁ ଦେବେଶ ଆଚାର୍ଯ୍ୟ 75,133 ଭୋଟ ଅକ୍ତିଆର କରିଥିବା ବେଳେ ବିଜେପି ଦଳର ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ 68,681 ଭୋଟ ଏବଂ କଂଗ୍ରେସ ଦଳର ପ୍ରାର୍ଥୀ ନିପନ ଦାସ ମାତ୍ର 16,305 ଭୋଟ ଅକ୍ତିଆର କରିଥିଲେ । ଗତ ୨୦୧୯ ମସିହାରେ ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ 8452 ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କୁ ହରାଇ ବିଜୟୀ ହୋଇଥିଲେ । ତେବେ ୨୦୧୪ରେ ପରେ ପୁଣି ୨୦୧୯ରେ ମଧ୍ୟ ଭୋଟର ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଜ୍ୟଙ୍କୁ ପସନ୍ଦ କରିଥିଲେ ଏବଂ ବିଜୟୀ କରିଥିଲେ । ତେବେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ବିଜେଡିର ଦଳୀୟ ପ୍ରାର୍ଥୀ ଭାବେ ଟିକେଟ ପାଇଁ ଆଶାବାଦୀ ଅଛନ୍ତି |