ଓଡିଶା

odisha

ETV Bharat / state

ଇଦ-ଉଲ-ଜୁହାକୁ ନେଇ ସାରା ଦେଶ ଉତ୍ସବମୁଖର, ଜାଣନ୍ତୁ କାହିଁକି ଏହି ପର୍ବକୁ କୁହାଯାଏ ତ୍ୟାଗ ଓ ସମର୍ପଣର ପର୍ବ ? - Eid al Adha 2024 - EID AL ADHA 2024

Eid- al-Adha 2024: ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଇଦ-ଉଲ-ଜୁହା । ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନେ ନମାଜ ପଢି ଏହି ପର୍ବକୁ ପାଳନ କରୁଛନ୍ତି । ଏହି ଅବସରରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ବହୁ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ତେବେ ଜାଣନ୍ତୁ କାହିଁକି ପାଳନ କରାଯାଏ ବକ୍ରି ଇଦ ?

Eid al Adha 2024
Eid al Adha 2024 (ETV Bharat Odisha)

By ETV Bharat Odisha Team

Published : Jun 17, 2024, 1:30 PM IST

ବଲାଙ୍ଗୀର: ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ-ଜୁହାକୁ ଧୁମଧାମରେ ପାଳନ କରୁଛନ୍ତି ମୁସଲମାନ ଭାଇଭଉଣୀମାନେ । ବିଭିନ୍ନ ମସଜିଦଗୁଡିକରେ ଏକାଠି ହୋଇ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ ମୁବାରକ ଜଣାଇଛନ୍ତି । କୁର୍ବାନି ବା ସମର୍ପଣର ଏହି ପର୍ବ ଯାହାକୁ ବକ୍ରି- ଇଦ୍ ମଧ୍ୟ କୁହାଯାଏ । ଏଥିରେ ଆଜି ମୁସଲମାନମାନେ ଆଲ୍ଲାଙ୍କ ନିକଟରେ କୁର୍ବାନୀ ପ୍ରଦାନ କରୁଛନ୍ତି ।

Eid al Adha 2024 (ETV Bharat Odisha)

ଇସଲାମିକ ମାନ୍ୟତା ଅନୁଯାୟୀ ଇଦ ଉଲ ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଥାଏ । ଅନ୍ୟପଟେ ଏହି ଅବସରରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବହୁ ପ୍ରମୁଖ ବ୍ୟକ୍ତିବିଶେଷମାନେ ଶୁଭେଚ୍ଛା ଜଣାଇଛନ୍ତି ।

ତାଜମହଲରେ ଫ୍ରି ଟିକେଟ:- ଐତିହାସିକ ଜାମା ମସଜିଦରେ ମଧ୍ୟ ଇଦ ଅବସରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମୁସଲମାନ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି । ତାଜମହଲରେ ମଧ୍ୟ ଇଦ ପାଇଁ ଫ୍ରି-ଏଣ୍ଟ୍ରି କରାଯାଇଛି । ଆଜି ସକାଳେ ୩ ଘଣ୍ଟା ଯାଏଁ ଫ୍ରି-ଏଣ୍ଟ୍ରି ବ୍ୟବସ୍ଥା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ରାଜଧାନୀରେ ଇଦ ପାଳନ, ଫିତରା ଓ ଜକାତ ଦେଇ କଲେ ପୂନ୍ୟ ଅର୍ଜନ - EID UL FITR 2024

କାହିଁକି ପାଳନ କରାଯାଏ ଇଦ-ଉଲ-ଜୁହା : ଇସଲାମରେ କୁର୍ବାନୀର ବିଶେଷ ମହତ୍ତ୍ବ ରହିଛି । କୋରାନ ଅନୁଯାୟୀ, ଥରେ ଆଲ୍ଲା ହଜରତ ଇବ୍ରାହିମଙ୍କ ପରୀକ୍ଷା ନେବାକୁ ଯାଇ ଇବ୍ରାହିମଙ୍କୁ ତାଙ୍କ ସବୁଠୁ ପ୍ରିୟର ଜିନିଷ କୁର୍ବାନ(ସମର୍ପଣ) କରିବାକୁ କହିଲେ । ଇବ୍ରାହିମଙ୍କର ତାଙ୍କ ପୁଅକୁ ସବୁଠୁ ପ୍ରିୟ ଥିଲେ । ଆଲ୍ଲାଙ୍କ ହୁକୁମ ପରେ ଆଖିବୁଜି ଇବ୍ରାହିମ ନିଜ ପୁଅ ବେକରେ ଛୁରି ଚଳାଇ ଦେଇଥିଲେ । ହେଲେ ଆଖି ଖୋଲି ଦେଖିବା ବେଳକୁ ତାଙ୍କ ପୁଅ ତାଙ୍କ ନିକଟରେ ଛିଡା ହୋଇଥିଲେ କିନ୍ତୁ ଏକ ଛେଳି ପରି ଜୀବର ତଣ୍ଟି କଟାଯାଇଥିଲା । ଯାହାପରେ ଆଲ୍ଲାଙ୍କ ନାଁରେ ସମର୍ପଣ ଆରମ୍ଭ ହୋଇଥିଲା ।

ଅନ୍ୟପଟେ ଏହି ଅବସରରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବହୁ ପ୍ରମୁଖ ବ୍ୟକ୍ତିବିଶେଷମାନେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଓଡ଼ିଶାରେ ମଧ୍ୟ ହସ ଉଲ୍ଲାସରେ ପାଳନ ହେଉଛି ବକ୍ରିଇଦ । ବଲାଙ୍ଗିରରେ ମୁସଲମାନମାନେ ପରସ୍ପରକୁ ଏହି ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ବଲାଙ୍ଗୀର ସୁନ୍ନି ସଦର ମସଜିଦରେ ସବୁ ମୁସଲମାନ ଭାଇମାନେ ଏକାଠି ଇଦର ନମାଜ ପାଠ କରିଥିଲେ । ନମାଜ ପାଠ ପରେ ଓଡ଼ିଶା ତଥା ସାରା ବିଶ୍ୱରେ ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରିଥିଲେ । ସେହିପରି ନମାଜ ପରେ ସମସ୍ତେ ପରସ୍ପରଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ । ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼, ଲୋଇସିଂହା, ଟିଟିଲାଗଡ ଓ କଣ୍ଟାବାଞ୍ଜି ଠାରେ ମଧ୍ୟ ସବୁ ମସଜିଦରେ ମୁସଲମାନମାନେ ଏକାଠି ନମାଜ ପାଠ କରିଛନ୍ତି ଓ ଇଦର ଶୁଭେଚ୍ଛା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details