ଭୁବନେଶ୍ବର: ଓଡିଶାରେ ସକ୍ରିୟ ଅଛନ୍ତି 60ରୁ 70 ନକ୍ସଲ । ସେଥିରୁ ଓଡିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ମାତ୍ର 6 କିମ୍ବା 7 । ଓଡିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର । ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର । ଦେଶର 38 ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି । ସେଥିରୁ ଓଡିଶାର ରହିଛି 7 ନକ୍ସଲ ପ୍ରଭାବିତ ଜିଲ୍ଲା । 2026 ମାର୍ଚ୍ଚ ମାସ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ ରାଜ୍ୟ କରିବାକୁ ଚାଲିଛି ଜୋରଦାର ପ୍ରୟାସ । ସୂଚନା ଦେଇଛନ୍ତି ବିଏସଏଫ ଆଇଜି ଚାରୁଧ୍ଵଜ ଅଗ୍ରୱାଲ ।
ବିଏସଏଫ(BSF) ଏଣ୍ଟ୍ରି ହୋଇଛି ଗେମ ଚେଞ୍ଜର:
MAOIST FREE ODISHA (ETV Bharat Odisha) ବିଏସଏଫ ଆଇଜି ଚାରୁଧ୍ଵଜ ଅଗ୍ରୱାଲ କହିଛନ୍ତି, ‘2004ରେ କୋରାପୁଟ ପୋଲିସ ଅସ୍ତ୍ରାଗାର ଲୁଟ, 2006ରେ ମୋଟୁ ପୋଲିସ ପୋଷ୍ଟ ଉପରେ ଆକ୍ରମଣ ଓ 2009ରେ ଦାମନଯୋଡ଼ିରେ ସିଆଇଏସଏଫ ଉପରେ ନକ୍ସଲ ଆକ୍ରମଣ କରିଥିଲେ । ନକ୍ସଲଙ୍କ ପାଦ୍ରୁଭାବରେ ଥରୁଥିଲା ଅବିଭକ୍ତ କୋରାପୁଟ ଜିଲ୍ଲା । ନକ୍ସଲ ଦୋରାତ୍ମ୍ୟ ଶିଖରରେ ଥିବା ବେଳେ 2010ରେ ଓଡ଼ିଶାରେ ପ୍ରବେଶ କରିଥିଲା ସୀମା ସୁରକ୍ଷା ବଳ ବା ବିଏସଏସ । କୋରାପୁଟ ଓ ମାଲକାନଗିରିରେ ନକ୍ସଲ ଅପରେସନର ନେତୃତ୍ୱ ନେଇଥିଲା ବିଏସଏଫ । ଓଡିଶା ପୋଲିସ ସହଯୋଗରେ ଉଭୟ ଜିଲ୍ଲାରେ ଆଣ୍ଟି ନକ୍ସଲ ଅପରେସନ ଆରମ୍ଭ କରିଥିଲା ବିଏସଏଫ । ପରବର୍ତ୍ତୀ ସମୟରେ ଅନ୍ୟ ପ୍ରଭାବିତ ଜିଲ୍ଲାରେ ମଧ୍ୟ ନକ୍ସଲ ବିରୋଧୀ ଅପରେସନ କରିଥିଲା ବିଏସଏସ । ଓଡିଶାରେ ବିଏସଏଫ ଏଣ୍ଟ୍ରି ଗେମ ଚେଞ୍ଜର ହୋଇଛି । ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲା ରେଡ଼ ଜୋନରେ ଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିଛି ।’
ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 7:
BSF Pressmeet (ETV Bharat Odisha) ସେ ଆହୁରି କହିଛନ୍ତି, ‘ଚଳିତ ବର୍ଷ ଏପ୍ରିଲ ମାସରେ ନକ୍ସଲ ପ୍ରଭାବିତ ଜିଲ୍ଲା ତାଲିକା ଜାରି କରିଛନ୍ତି କେନ୍ଦ୍ର ସରକାର । 2013ରେ 10 ରାଜ୍ୟରେ ମାଓବାଦୀ ପ୍ରଭାବିତ 126 ଜିଲ୍ଲା ଥିଲା । ଦେଶରେ ବର୍ତ୍ତମାନ ମୋଟ 9ଟି ରାଜ୍ୟରେ 38ଟି ମାଓ ପ୍ରଭାବିତ ଜିଲ୍ଲା ରହିଛି । ଛତିଶଗଡ଼ରେ ସର୍ବାଧିକ 15 ଜିଲ୍ଲା ମାଓ ପ୍ରଭାବିତ । ଝାରଖଣ୍ଡରେ 5, ମଧ୍ୟପ୍ରଦେଶରେ 3, କେରଳରେ 2, ମହାରାଷ୍ଟ୍ରରେ 2 ଓ ତେଲେଙ୍ଗାନାରେ 2ଟି ମାଓ ପ୍ରଭାବିତ ଜିଲ୍ଲା ରହିଛି । ସେହିପରି ଓଡିଶାରେ ମାତ୍ର 7 ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଦେଖିବାକୁ ମିଳୁଛି । ସେଗୁଡିକ ହେଉଛି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡା, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା । ବିଏସଏଫ ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ଏହି ସଂଖ୍ୟା ପ୍ରାୟ 20 ରହିଥିଲା ।
7 ନକ୍ସଲ ପ୍ରଭାବିତ ଜିଲ୍ଲା ହେଲା:
- କଳାହାଣ୍ଡି
- କନ୍ଧମାଳ
- ବଲାଙ୍ଗୀର
- ନୂଆପଡା
- ମାଲକାନଗିରି
- ନବରଙ୍ଗପୁର
- ରାୟଗଡା
ମହିଳା ମାଓବାଦୀ ଗିରଫ, ଏସବୁ ମାଓ ହିଂସାରେ ଥିଲେ ସାମିଲ
ମାଓ କ୍ୟାଡ଼ର ଟିକେସର ଆତ୍ମସମର୍ପଣ
ମାଓ ମୁକାବିଲା ଟ୍ରେନିଂକୁ ସ୍ବାଗତ, ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଦାବି
ଓଡ଼ିଶାରେ ମାଓ ଗତିବିଧିର ନେତୃତ୍ୱ ନେଉଛନ୍ତି ଆନ୍ଧ୍ର କ୍ୟାଡର ନକ୍ସଲ:
ଓଡିଶାରେ ସକ୍ରିୟ ଅଛନ୍ତି 60ରୁ 70 ନକ୍ସଲ । ସେଥିରୁ ଓଡିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ରହିଛି ମାତ୍ର 6 କିମ୍ବା 7 । ଓଡିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର । ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଆନ୍ଧ୍ର କ୍ୟାଡର ମାଓବାଦୀ । ଗତ 15 ବର୍ଷ ହେବ ଆନ୍ଧ୍ର କ୍ୟାଡର ମାଓବାଦୀଙ୍କ ନେତୃତ୍ୱରେ ଚାଲିଛି ଓଡ଼ିଶାରେ ନକ୍ସଲ ଗତିବିଧି । ଛତିଶଗଡ଼ରରେ ମଧ୍ୟ ଆନ୍ଧ୍ର କ୍ୟାଡର ମାଓବାଦୀ ନେତୃତ୍ୱ ନେଉଛନ୍ତି । ଓଡିଶାରେ ଗତ କିଛି ବର୍ଷ ହେବ ବଡ଼ ଧରଣର ମାଓ ହମଲା ହୋଇନାହିଁ । ନକ୍ସଲ ଆକ୍ରମଣକୁ ପ୍ରତିହତ କରିବା ଲାଗି ଅନେକ ପଦକ୍ଷେପ ନିଆଯାଇଛି । ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଉପରେ ରୋକ ଲଗେଇବା ଲାଗି ଅନେକ ପଦକ୍ଷେପ ନିଆଯାଇଛି । ସରକାର ଓ ବିଭିନ୍ନ ସରକାରୀ ସଂସ୍ଥା ଏ ଦିଗରେ କାର୍ଯ୍ୟ କରୁଛନ୍ତି । ଏହି ନେଟୱାର୍କକୁ ବହୁ ମାତ୍ରାରେ ଧ୍ୱଂସ କରାଯାଇଛି ।
3 ଏନକାଉଣ୍ଟର ଓ 24 ମାଓବାଦୀ ଆତ୍ମସମର୍ପଣ:
ଡିସେମ୍ବର 1 ରାଇଜିଂ ଡେ ପୂର୍ବରୁ ଆଜି ଆୟୋଜିତ ହୋଇଛି ବିଏସଏଫର ସାମ୍ବାଦିକ ସମ୍ମିଳନୀ । ସାମିଲ ହୋଇଥିଲେ ଫ୍ରଣ୍ଟିଅର ହେଡକ୍ୱାର୍ଟର(ସ୍ୱତନ୍ତ୍ର ଅପରେସନ) ବିଏସଏଫ ଆଇଜି ଚାରୁଧ୍ଵଜ ଅଗ୍ରୱାଲ, ଡିଆଇଜି ଧୀରେନ୍ଦ୍ର କୁମାର, ଡିଆଇଜି ସଞ୍ଜୀବ କୁମାର । ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ କହିଛନ୍ତି, "ଚଳିତ ବର୍ଷ ଓଡ଼ିଶାରେ ଜାରୀ ରହିଛି ନକ୍ସଲ ମୁକ୍ତ ଅଭିଯାନ । 3 ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ଏନକାଉଣ୍ଟର କରି ନ୍ୟୁଟ୍ରାଲାଇଜ କରିଛି ବିଏସଏଫ । ସେହିପରି 24ରୁ ଊର୍ଦ୍ଧ୍ବ କୁଖ୍ୟାତ କ୍ୟାଡ଼ର ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇବାରେ ବିଏସଏଫ ସଫଳ ହୋଇଛି । ସେହିପରି ବିଭିନ୍ନ ସ୍ଥାନରୁ 34ଟି ଆଇଇଡି, 117ଟି ଗ୍ରେନେଡ ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାରେ ମଧ୍ୟ ସଫଳ ହୋଇଛି ।"
ଦେଶର ମଡେଲ ହୋଇଛି ସ୍ୱାଭିମାନ ଅଞ୍ଚଳ:
ଏକଦା ମାଓ ଅଧ୍ୟୁଷିତ ମାଲକାନଗିରିର ବିଚ୍ଛିନ୍ନା ଅଞ୍ଚଳ ଏବେ ହୋଇଛି ସ୍ୱାଭିମାନ ଅଞ୍ଚଳ । ମାଓ ଗଡ଼ର ଭୟ ଦୂର କରି ସ୍ୱାଭିମାନ ଅଞ୍ଚଳରେ ଏବେ ବିକାଶ ପହଁଚିଛି । ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଓଡିଶା ସହ ସଂଯୋଗ ହୋଇଛି ସ୍ୱାଭିମାନ ଅଞ୍ଚଳ । ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସେଠାରେ ପହଁଚିଛି । 2018ରେ ଗୁରୁପ୍ରିୟା ସେତୁର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଭିମାନ ଅଞ୍ଚଳ ଏବେ ସାରା ଦେଶ ପାଇଁ ମଡେଲ ହୋଇଛି । ଆଗକୁ ମଧ୍ୟ ନକ୍ସଲ ବିରୋଧୀ ଅପରେସନ ଜାରି ରହିବ ।
ପ୍ରଥମଥର ଡିଜି-ଆଇଜି ସମ୍ମିଳନୀ ଆୟୋଜନ ଓଡିଶା ଲାଗି ଗର୍ବର କଥା:
ବିଏସଏଫ ଆଇଜି ଆହୁରି ମଧ୍ୟ କହିଛନ୍ତି, "ଦେଶରୁ ନକ୍ସଲ ସମୂଳ ନାଶ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହ ଟାର୍ଗେଟ ଦେଇଛନ୍ତି । 2026 ମାର୍ଚ୍ଚ ସୁଦ୍ଧା ଟାର୍ଗେଟ ସେଟ ହୋଇଛି । ଏଥିପାଇଁ ବିଏସଏଫ କାର୍ଯ୍ୟ କରୁଛି । ଓଡ଼ିଶା ପୋଲିସ ଏବଂ ଗୁଇନ୍ଦା ସଂସ୍ଥା ସହ ଉତ୍ତର ସମନ୍ଵୟ ରଖି କାର୍ଯ୍ୟ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ଡ୍ରୋନ ଏବଂ ସାଟେଲାଇଟ ସର୍ଭେଲାନ୍ସ ଜରିଆରେ ମାଓ ଗତିବିଧି ଉପରେ ନଜର ରଖାଯିବ । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ । ଓଡିଶାରେ ଡିଜି-ଆଇଜି ସମ୍ମିଳନୀ ଆୟୋଜନ ହେଉଛି । ଏହା ଏକ ନିୟମିତ କାର୍ଯ୍ୟକ୍ରମ । ପ୍ରଥମ ହେଉଥିବାରୁ ଏହା ଓଡିଶା ଲାଗି ଗର୍ବର କଥା । ଦେଶର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଓଡ଼ିଶାରେ ଅଛନ୍ତି । ଦେଶର ଆଇନ ଶୃଙ୍ଖଳା ଉପରେ ଅଧିକ ନଜର ରହିଛି । ଯାହା ଆଗାମୀ ଦିନ ଲାଗି ଭଲ ପଦକ୍ଷେପ ।
ବାଂଲା ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର:
ସେ ଆହୁରି କହିଛନ୍ତି, ‘ହଠାତ ବାଂଲାଦେଶରେ ରାଜନୈତିକ ପରିବର୍ତ୍ତନ ହୋଇଛି । ଅଚାନକ ସେଠାରେ ନିର୍ବାଚିତ ସରକାର ଭାଙ୍ଗି ଦିଆଗଲା । ଏହା ଭାରତ ଓ ବିଏସଏଫ ଲାଗି ଚିନ୍ତାର କଥା ଥିଲା । କାରଣ ବିଏସଏଫ ଇଣ୍ଡୋ-ବଙ୍ଗଳା ସୀମା ସୁରକ୍ଷା ଦାୟି୍ତ୍ୱରେ ରହିଛି । ଗତ 6 ମାସ ହେବ ଆମକୁ କଠିନ ପରିଶ୍ରମ କରିବାକୁ ପଡିଛି । ବାଂଲାଦେଶରେ ସମସ୍ୟାରେ ପଡିଥିବା ଜନତା ଭାରତକୁ ଅନୁପ୍ରବେଶ କରିବେ । ସେମାନଙ୍କୁ ସୀମାରେ ହ୍ୟାଣ୍ଡେଲ କରିବା ଚ୍ୟାଲେଞ୍ଜ ଥିଲା । ଅଧିକାଂଶ ସମସ୍ୟାକୁ ଆମେ ସୀମାରେ ସମାଧାନ କରିଛୁ । ଯାହାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ବର୍ତ୍ତମାନ ଇଣ୍ଡୋ-ବଙ୍ଗଳା ସୀମାର ସ୍ଥିତି ସୁଧାର ଆସିଛି । ଆଗାମୀ ଦିନରେ ବାଂଲାଦେଶରେ ନିର୍ବାଚିତ ସରକାର ଆସିବ । ପରିସ୍ଥିତିରେ ଆହୁରି ସୁଧାର ଆସିବ ।’
ଇଟିଭି ଭାରତ, ଭୁବନେଶ୍ବର