ଓଡିଶା

odisha

ETV Bharat / state

ବାଜିଲାନି ଡିଜେ; ଫିକା ଫିକାରେ ସରିଲା ମା’ଙ୍କ ମେଲାଣି, ସାମିଲ ହେଲେନି ଏକାଧିକ ମଣ୍ଡପ

ରାଜଧାନୀରେ ଭସାଣିରେ ଡିଜେ ବ୍ୟାନକୁ ନେଇ ଅସନ୍ତୋଷ । ଖାଁ ଖାଁରେ ସରିଲା ଭସାଣି ଉତ୍ସବ । ସାମିଲ ହେଲେନି ଏକାଧିକ ମଣ୍ଡପ ।

By ETV Bharat Odisha Team

Published : Oct 15, 2024, 9:26 AM IST

ବାଜିଲାନି ଡିଜେ; ଫିକା ଫିକାରେ ସରିଲା ମା’ଙ୍କ ମେଲାଣି, ସାମିଲ ହେଲେନି ଏକାଧିକ ମଣ୍ଡପ
ବାଜିଲାନି ଡିଜେ; ଫିକା ଫିକାରେ ସରିଲା ମା’ଙ୍କ ମେଲାଣି, ସାମିଲ ହେଲେନି ଏକାଧିକ ମଣ୍ଡପ (ETV Bharat Odisha)

ଭୁବନେଶ୍ବର:କମିଶନରେଟ ପୋଲିସର ନୂଆ ନିଷ୍ପତ୍ତି ଓ କଟକଣା ମଧ୍ୟରେଶେଷ ହୋଇଛି ମା’ଙ୍କ ମେଲାଣି ତଥା ଭସାଣି ଉତ୍ସବ । ବାଜିଲା ନାହିଁ ଡିଜେ, କେବଳ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭସାଣି ଉତ୍ସବ ଶେଷ ହୋଇଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସାମାନ୍ୟ ଫିକାପଣ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବବର୍ଷ ମାନଙ୍କରେ ଭସାଣି ଉତ୍ସବରେ ଡିଜେର ସାଉଣ୍ଡରେ ରାଜଧାନୀର ରାଜରାସ୍ତା କମ୍ପୁଥିବା ବେଳେ ଏଥର କେବଳ ପାରମ୍ପରିକ ବାଦ୍ୟର ତାଳେ ତାଳେ ମା’ଙ୍କୁ ମେଲାଣି ଦିଆଯାଇଛି । ପୂର୍ବ ବର୍ଷ ପରି ଭସାଣିରେ ଦେଖାଯାଉଥିବା ଜନସମୁଦ୍ର ମଧ୍ୟ ଏଥର ଦେଖିବାକୁ ମିଳିନି । ଏହାକୁ ନେଇ କିଛି ମଣ୍ଡପ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି । ରାଜଧାନୀର 4 ପ୍ରମୁଖ ପୂଜା ମଣ୍ଡପ ପ୍ରଶାସନର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଭସାଣି ଉତ୍ସାବରେ ସାମିଲ ମଧ୍ୟ ହୋଇନାହାନ୍ତି ।

  • ସାମିଲ ହେଲେନି 5 ପୂଜା ମଣ୍ଡପ

ଆସିଲା ଡିଜେ, କିନ୍ତୁ ବାଜିଲାନି । କେବଳ ଲାଇଟ୍ ଆଲୋକରେ ମା’ଙ୍କ ମେଢ ଆଗକୁ ବଢିଲା । ଏଥିରେ କିଛି ଶ୍ରଦ୍ଧାଳୁ ଓ ପୂଜା ମଣ୍ଡପ କାର୍ଯ୍ୟକର୍ତ୍ତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସହିଦ ନଗର ଭସାଣି କମିଟି ଅଧୀନରେ ଆସୁଥିବା ଝାରପଡ଼ା, ଷ୍ଟେସନ ବଜାର, ବମିଖାଲ ଓ ବାଣିବିହାର ସହ ପଳାଶୁଣି ପୁଜା ମଣ୍ଡପ ଏହି ଭସାଣି କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି । ଯେଉଁ ରାସ୍ତାରେ ୫୦ରୁ ଊର୍ଦ୍ଧ୍ବ ମେଢ଼ ଯାଏ, ସେଠାରେ ଚଳିତଥର ୧୫ଟି ମେଢ଼ ଯାଇଥିବା ଦେଖିବାକୁ ମିଳିଥିଲା ।

ବାଜିଲାନି ଡିଜେ; ଫିକା ଫିକାରେ ସରିଲା ମା’ଙ୍କ ମେଲାଣି, ସାମିଲ ହେଲେନି ଏକାଧିକ ମଣ୍ଡପ (ETV Bharat Odisha)
  • ଅସ୍ପଷ୍ଟ ନିଷ୍ପତ୍ତି କହିଲେ ପୂଜା ମଣ୍ଡପ କାର୍ଯ୍ୟକର୍ତ୍ତା

ଏନେଇ ଭୁବନେଶ୍ୱର ଷ୍ଟେସନ ବଜାରର ସମ୍ପାଦକ ଅମରେଶ ଜେନା କହିଛନ୍ତି,‘‘ଆମର ନିଷ୍ପତ୍ତି ହୋଇଛି ଆମେ ସହିଦନଗର ଭଷଣ ଉତ୍ସବରେ ସାମିଲ ହେବୁନି । ଆମ ନିଜ ଅଞ୍ଚଳରେ ମା’ଙ୍କୁ ବୁଲାଇବୁ । ଭସାଣି ଉତ୍ସବ ନିଜେ କରି ସିଧାସଳଖ ମା’ଙ୍କୁ ନେଇ ବିସର୍ଜନ କରିବୁ । ଶହୀଦନଗର କାର୍ଯ୍ୟକ୍ରମରେ ସାମିଲ ହେବୁନାହିଁ । ଚଳିତବର୍ଷ ପଳାଶୁଣୀ ,ବମିଖାଲ ଓ ଆମର ଆମେ ସହିଦନଗର ଭାଷଣରେ ସାମିଲ ହେବୁ ନାହିଁ । ରସୁଲଗଡାରୁ ସାମନ୍ତରାପୁର ଲେନରେ ଯେତେ ପୂଜ ମଣ୍ଡପ ଅଛି ଆମେ ଏକ କମିଟି କରିବୁ ଆଉ ଭସାଣ କରିବୁ । କାରଣ ଏଥର ସେମାନଙ୍କର କୌଣସି ଭିଜନ ନଥିଲା ସହଯୋଗ ନଥିଲା । ଶେଷ ଯାଏଁ ଦ୍ବନ୍ଦରେ ରଖି ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଉଛନ୍ତି ।

ବାଜିଲାନି ଡିଜେ; ଫିକା ଫିକାରେ ସରିଲା ମା’ଙ୍କ ମେଲାଣି, ସାମିଲ ହେଲେନି ଏକାଧିକ ମଣ୍ଡପ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ରାଜଧାନୀର ୧୦ଟି ସ୍ଥାନରେ ସରିଲା ରାବଣ ପୋଡି, ଝାରପଡ଼ାରେ ଉତ୍ସବ ପାଳିଲେ ହିନ୍ଦୁ-ମୁସଲିମ

ଏହା ବି ପଢନ୍ତୁ...ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର

ଏହା ବି ପଢନ୍ତୁ...ସମ୍ବଲପୁରରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

  • ଶେଷ ମୁହୂର୍ତ୍ତରେ ମନା କଲା ପ୍ରଶାସନ:-

ଆହୁରି ମଧ୍ୟ ସେ କହିଛନ୍ତି, ଉତ୍ସବ ଅଵ୍ୟଵସ୍ଥିତ ପରିଚାଳନାକୁ ନେଇ ଆମେ ଆର୍ଥିକ ବୋଝ ସହଉଛୁ ଓ ଅପମାନିତ ହେଉଛୁ । ହାଇକୋର୍ଟଙ୍କ ୬୫ ଡେସିବିଲ୍ ଭିତରେ ଡିଜେ ବଜେଇବାର ନିଷ୍ପତ୍ତି ପରେ ଡ଼ିସିପିଙ୍କଠାରୁ ଅନୁମତି ଆଣି ଡିଜେ ଭଡାରେ ଆଣିଲୁ । ଭସାଣ ପାଇଁ ପ୍ରସ୍ତୁତ ହେଲାବେଳକୁ ପ୍ରଶାସନ ମନା କଲା । ଏହାକୁ ନେଇ ଭସାଣ କମିଟି ପାଇଁ କ’ଣ ମାର୍ଗଦର୍ଶିକା ରହିବ, ତାର ପୂର୍ବରୁ ସ୍ପଷ୍ଟତାର ସହ ନିର୍ଣ୍ଣୟ କରିବାର ଥିଲା । ଶେଷ ମୁହୂର୍ତରେ ଏ ନିଷ୍ପତ୍ତି ପ୍ରଶାସନ ଓ ଭସାଣି କମିଟିର ଅଵ୍ୟଵସ୍ଥିତ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥିପାଇଁ ରାଜନୈତିକ ଚାପ ରହିଛି ବୋଲି ମଧ୍ୟ ଶୁଣାଯାଉଛି । ତେଣୁ ଆମେ ବାଧ୍ୟ ହୋଇ ଅଲଗା ହୋଇଗଲୁ ।

ବାଜିଲାନି ଡିଜେ; ଫିକା ଫିକାରେ ସରିଲା ମା’ଙ୍କ ମେଲାଣି, ସାମିଲ ହେଲେନି ଏକାଧିକ ମଣ୍ଡପ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details