ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାକୁ 4 ଦିନ ପରେ ବି ଅଭିଯୁକ୍ତକୁ ଠାବ କରିପାରିଲାନି ପୋଲିସ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କଣ ରହିଛି ପୁରୀ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ ଉଡାଣର ନିୟମ ଓ ଜରିମାନା, ଜାଣନ୍ତୁ ।
ପୋଲିସ ହାତ ଖାଲି, ଉଠିଲା ପ୍ରଶ୍ନ ?
ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ଡ୍ରୋନ ଉଡ଼ିବା ଘଟଣାକୁ ନେଇ 4 ଦିନ ବିତିବାକୁ ବସିଥିବା ବେଳେ ଏହି ବେଆଇନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଏବେସୁଦ୍ଧା ଠାବ କରିପାରିନି ପୁରୀ ପୋଲିସ୍ । ଯାହାକୁ ନେଇ ପୁରୀ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି । ନୋ ଫ୍ଲାଇଙ୍ଗ ଜୋନ ଅଞ୍ଚଳ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଖସି ଯାଉଥିବା ବେଳେ ଏହାର ସାମାନ୍ୟ ସୁରାକ ପୋଲିସ ପାଖରେ ନ ରହିବା ଜଗନ୍ନାଥ ପ୍ରେମୀ ତଥା ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଛି ।
ଆଇନଜୀବୀଙ୍କ ପ୍ରଶ୍ନ କଣ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ?
ପୁରୀ ସହରର ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, "ଶ୍ରୀଜଗନ୍ନାଥ ମନ୍ଦିର ଅଞ୍ଚଳ ହେଉଛି ନୋ ଫ୍ଲାଇଙ୍ଗ ଜୋନ ଅଞ୍ଚଳ । ଶ୍ରୀମନ୍ଦିର ହେଉଛି ଏକ ରହସ୍ୟମୟ ମନ୍ଦିର । ଏହାର ଐତିହାସିକ କୀର୍ତ୍ତିରାଜି ଅନ୍ୟ ମନ୍ଦିରଠାରୁ ଭିନ୍ନ । ଶ୍ରୀମନ୍ଦିରର ଅନେକ ଗୁପ୍ତ ରହସ୍ୟ ତଥ୍ୟ ଯେଭଳି ପ୍ରଘଟ ନ ହେଉ ସେଥିପାଇଁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଙ୍ଗ ଜୋନ ଓ ରେଡ ଜୋନରେ ରଖାଯାଇଛି । ତେବେ ଡ୍ରୋନ ଉଡାଣ ପାଇଁ କେତେକ ନିୟମ ରହିଛି । ଐତିହ୍ୟ କୀର୍ତ୍ତିରାଜି ଉପରେ ଡ୍ରୋନ ଉଡାଣ ହୋଇପାରିବ ନାହିଁ । ଏହାଦ୍ବାରା ଅନେକ ଗୁପ୍ତ ତଥ୍ୟ ପ୍ରଘଟ ହେବା ସହ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷାରେ ବିପଦ ଆଶଙ୍କା ଥିବାରୁ ଶ୍ରୀମନ୍ଦିର ଭଳି ଐତିହ୍ୟ କୀର୍ତ୍ତିରାଜି ଉପରେ ଡ୍ରୋନ ଉଡାଣ ନିଷିଦ୍ଧ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଅତୀତରେ ଅନେକ ଥର ଡ୍ରୋନ ଶ୍ରୀମନ୍ଦିର ଉପରେ ଉଡିଥିବା ବେଳେ ଆଜି ପର୍ଯ୍ୟନ୍ତ କଣ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ୍ ?"
ଡ୍ରୋନ ଉଡାଣ କଟକଣା କଡାକଡି କରିବାକୁ ଦାବି:
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଘୁନାଥ ଗୋଛିକାର କହିଛନ୍ତି, "ଗତ ରବିବାର ଭୋର୍ 4ଟାରେ ଶ୍ରୀମନ୍ଦିର ଉପରେ ଦୀର୍ଘ ଏକ ଘଣ୍ଟା ଡ୍ରୋନ ଉଡ଼ିଲା । ଯାହାକି ବେଶ ଦୁଃଖର ବିଷୟ । ଏହାଦ୍ବାରା ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜିକାର ସମୟରେ ଡ୍ରୋନରେ ଯୁଦ୍ଧ ହେଉଛି, ଖବର ସଂଗ୍ରହ ହେଉଛି । ତେବେ ଶ୍ରୀମନ୍ଦିରର ଅନେକ ଗୁପ୍ତ ତଥ୍ୟ ରହିଛି । ଏହା ଡ୍ରୋନ ଦ୍ବାରା ଚାଲିଗଲେ ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିବ । ଯଦି କିଏ ଡ୍ରୋନ ଦ୍ବାରା ଆକ୍ରମଣ କରେ ଶ୍ରୀମନ୍ଦିରର କ୍ଷତି ହେବ । ଏଣୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ କଟକଣାକୁ କଡାକଡି କରାଯାଉ । ଏଭଳି ବେଆଇନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।"
ଶୀଘ୍ର ଧରିବୁ ଅଭିଯୁକ୍ତକୁ: ଏସପି
ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, "ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ବେଆଇନ । ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ କରାଯାଇ ଘଟଣାର ତଦନ୍ତ ଜାରି ରହିଛି । ଆମେ ସିସିଟିଭି ଯାଞ୍ଚ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛୁ । ଶୀଘ୍ର ଅଭିଯୁକ୍ତକୁ ଧରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବ । ଶ୍ରୀମନ୍ଦିର ଚାରିପାଖରେ ୱାଚ ଟାୱାର କରାଯାଇ 24 ଘଣ୍ଟିଆ ପୋଲିସ ମୁତୟନ କରାଯିବ ।"
ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ 2023 ମସିହାରେ ଗିରଫ ହୋଇଥିଲେ ଜଣେ ୟୁ-ଟ୍ୟୁବର
ଶ୍ରୀମନ୍ଦିର ଉପରେ ଅନେକ ଥର ଡ୍ରୋନ ଉଡ଼ିଥିବା ନଜିର ରହିଛି । ତେବେ 2023ରେ ଡ୍ରୋନ ଉଡାଇବା ମାମଲାରେ ଜଣେ ୟୁଟ୍ୟୁବର ଅନିମେଶକୁ ପୁରୀ ପୋଲିସ ଗିରଫ କରିଥିଲା । ଆଇପିସିର ଦଫା ୪୬୮, ୪୨୦, ୫୧୧, ୧୯୩୪ ଏୟାରକ୍ରାଫ୍ଟ ଆକ୍ଟ ୧୦(୨) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୪ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୩୦(ଏ)୪ (ସି)ରେ ତାଙ୍କୁ ଗିରଫ କରାଯାଇଥିଲା । ତତ୍କାଳୀନ ସିଟି ଡିଏସପି କେ.କେ.ହରିପ୍ରସାଦଙ୍କ ନେତୃତ୍ବରେ ଗଠିତ ସ୍ଵତନ୍ତ୍ର ଟିମ ତାଙ୍କୁ ଉତ୍ତରପ୍ରଦେଶ ,ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଚଢ଼ାଉ କରି ଶେଷରେ ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିଲା ।
ଗତ 2022 ମସିହା ଡିସେମ୍ବର 3 ତାରିଖରେ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ଶ୍ରୀମନ୍ଦିର ଭିଡିଓ ୟୁଟୁବରେ ଅପଲୋଡ଼ କରି ପ୍ରତିଟି ଆଙ୍ଗେଲ୍ ପିଛା 20 ହଜାର ଟଙ୍କା ଦାବି କରୁଥିଲେ । ଏହାସହ ମଧ୍ୟ ସେ ଓଡିଶା ପୋଲିସର ଲୋଗକୁ ବ୍ୟବହାର କରିଥିଲେ । ଏନେଇ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଗତ 2022 ମସିହା ଡିସେମ୍ବର 4 ତାରିଖରେ 150/22 ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଖବର ପ୍ରସାରଣ ହେବାପରେ ଅନିମେଶ୍ ଅତି ଚତୁରତାର ସହ ନିଜ ସ୍ଥାନ ପରବର୍ତ୍ତନ କରି ଆଗୁଆ ଜାମିନ ଆବେଦନ କରିଥିଲେ । ପୁରୀ ଜିଲ୍ଲା ପୋଲିସ ଜେଏମ୍ଏଫ୍ସି କୋର୍ଟରେ NBW ନେଇ ଆବେଦନ ପରେ ଏହାକୁ ଭିତ୍ତିକର ଅନିମେଶକୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲେ ।
ଡ୍ରୋନ ଉଡାଣ ପାଇଁ ରହିଛି ସ୍ବତନ୍ତ୍ର ନିୟମ ?
ଡିଜିସିଏ 2021ର ନିୟମ ଅନୁଯାୟୀ ଡ୍ରୋନ୍ ଲାଇସେନ୍ସ ପାଇଁ ଅନୁମତି ନେବା ସହ ଫ୍ଲାଇଙ୍ଗ ପାଇଁ ସମ୍ବେଦନଶୀଳ ସ୍ଥାନ ଗୁଡିକୁ ରେଡ୍ ଜୋନ୍, ୟେଲୋ ଓ ଗ୍ରୀନ୍ ଜୋନରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ରେଡ ଜୋନ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହା ଉପରେ ଡ୍ରୋନ ଉଡାଇବା ବେଆଇନ ।
ଡ୍ରୋନ ରେଜିଷ୍ଟ୍ରେସନ୍:
ଆମ ଦେଶରେ ଡ୍ରୋନ ଉଡ଼ାଇବା ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଥିପାଇଁ ଆପଣଙ୍କୁ ଏକ ଅନଲାଇନ ପୋର୍ଟାଲ Digitalskyକୁ ଯାଇ ଅନଲାଇନ ଆବେଦନ କରିବାକୁ ପଡ଼ିବ।
ଡ୍ରୋନ ଏକ୍ନୋଲେଜମେଣ୍ଟ ନମ୍ୱର: