ଓଡିଶା

odisha

ETV Bharat / state

ପୁରୀରେ ଦୀପାବଳି କଟକଣା, ଏହି ସମୟରେ ବାଣ ଫୁଟାଇବାକୁ ଅନୁମତି

ଦୀପାବଳିରେ ବାଣ ଫୁଟା ୨ଘଣ୍ଟା ପାଇଁ ଜାରି ରହିବ । ରାତି ୮ ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇ ପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Restrictions For Diwali
Restrictions For Diwali (ETV Bharat Odisha)

By ETV Bharat Odisha Team

Published : 4 hours ago

Updated : 4 hours ago

ପୁରୀ:ଦୀପାବଳି ପାଇଁ ଲାଗିଲା କଟକଣା । ଦୀପାବଳିରେ ରାତି ୮ ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇ ପାରିବ । ଭାରତର ଆପେକ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୀପାବଳିରେ ବାଣ ଫୁଟା ଏହି ୨ଘଣ୍ଟା ପାଇଁ ଜାରି ରହିବ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ଅବଗତ କରାଇଛନ୍ତି । ସବୁଜ ବାଣ ବ୍ୟବହାର ସହ ସୁରକ୍ଷିତ ଭାବେ ଦୀପାବଳି ପାଳନ ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

Restrictions For Diwali (ETV Bharat Odisha)

ଛୋଟ ପିଲାଙ୍କ ନିକଟରେ ଅଭିଭାବକ ରହିବା ଉଚିତ:

ସେହିପରି ଛୋଟ ପିଲାମାନେ ବାଣ ଫୁଟାଇବା ସମୟରେ ବଡ ଲୋକମାନେ ସେମାନଙ୍କ ନିକଟରେ ନିଶ୍ଚିତ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ସ୍ନାନ ସମୟରେ ଅଧିକ ଗଭୀରକୁ ନଯିବା ଓ ଲାଇଫ ଗାର୍ଡମାନଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି ।

Restrictions For Diwali (SJTA)
ସତର୍କତା ଅବଲମ୍ବନ ପାଇଁ ପରାମର୍ଶ:

ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ଦୀପାବଳୀକୁ ସୁରକ୍ଷିତ ଓ ପ୍ରଦୂଷଣ ମୁକ୍ତ କରିବାକୁ କଟକଣା ଲଗାଯାଇଛି । ବାଣ ଦୋକାନୀମାନେ କେବଳ ଗ୍ରୀନ ବାଣ ବିକ୍ରି କରିପାରିବେ । ପୂର୍ବରୁ ପୁରୀରେ ବାଣ ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଥିବାରୁ ବାଣ ଗଚ୍ଛିତ ସ୍ଥାନ ଓ ଦୋକାନରେ ସବୁ ପ୍ରକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାର ଉଲଘଂନ ହେଲେ ଜିଲ୍ଲା ପ୍ରଶାସନ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ସମସ୍ତେ ବାଣ ଫୁଟାଇବାବେଳେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ସୁରକ୍ଷା ମଧ୍ୟ କରିବା ଉଚିତ୍ । ସରକାରଙ୍କ ସବୁ ଗାଇଡଲାଇନ ମାନି ଆନନ୍ଦ ଉଲ୍ଲାସରେ ଆଲୋକର ପର୍ବ ଦୀପାବଳିକୁ ସମସ୍ତେ ପାଳନ କରିବା ଉଚିତ୍ ।

ଏହା ବି ପଢନ୍ତୁ...ଦୀପାବଳିରେ ଘରେ ଲଗାନ୍ତୁ ଏହି ୬ ଗଛ, ପରିବାର ଉପରେ ହେବ ମା' ଲକ୍ଷ୍ମୀଙ୍କ କୃପା

ଏହା ବି ପଢନ୍ତୁ...ପ୍ରଦୂଷଣ ଟେନସନ, ଦୀପାବଳିରେ ସତର୍କ ରହିବାକୁ ଏହି ଉପାୟ ଆପଣାନ୍ତୁ

ଏହା ବି ପଢନ୍ତୁ...ସାପ୍ତାହିକ ରାଶିଫଳ: ଦୀପାବଳି ଏହି ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ, ଚାକିରି-ବ୍ୟବସାୟ-ପ୍ରେମରେ ହେବେ ସଫଳ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା:

ଆସନ୍ତା ଦୀପାବଳି ଅମାବାସ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ବଡ ବଡିଆ ଡକା ଯିବାର ପରମ୍ପରା ଥିବାରୁ ଶ୍ରୀମନ୍ଦିର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କାଉଁରିଆ କାଠି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜାଳ ବାକୁ ବ୍ୟବସ୍ଥା ହେବ । ତେବେ ଅଗ୍ନି ନିରାପତ୍ତା ପାଇଁ ଶ୍ରୀମନ୍ଦିର ସିଂହ ଦ୍ୱାରରେ ଅଗ୍ନିଶମ ବାହିନୀ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ପୁରୀ

Last Updated : 4 hours ago

ABOUT THE AUTHOR

...view details