ଓଡିଶା

odisha

ETV Bharat / state

ନବରଙ୍ଗପୁର ଓ ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ - ନବରଙ୍ଗପୁରରେ ପୁରସ୍କାର ପ୍ରଦାନ

Mukhyamantri Sikshya Puraskar: ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ନବରଙ୍ଗପୁର ଓ ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

By ETV Bharat Odisha Team

Published : Feb 25, 2024, 9:36 AM IST

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ନବରଙ୍ଗପୁର/ବ୍ରହ୍ମପୁର:ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଶହ ଶହ ବିଦ୍ୟାର୍ଥୀ । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ପାଳନ କରାଯାଇଛି । RCD ହାଇସ୍କୁଲ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ମୋଟ ୧ହଜାର ୬୩୦ ଜଣଙ୍କୁ ପୁରସ୍କୃତ କରାଯାଇଛି । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ସମ୍ମାନିତ କରିଥିଲେ । ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସହ ଜଡିତ ବିଭିନ୍ନ ବିଦ୍ୟାଳୟ ସମେତ କୃତି ଛାତ୍ରଛାତ୍ରୀ ତଥା ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି ।

ସମୁଦାୟ ୧୮୯ ପଞ୍ଚାୟତ ସମେତ ଜିଲ୍ଲା ସଦର ମହକୁମାଠାରେ ଥିବା ସମସ୍ତ ହାଇସ୍କୁଲ 5T ଅନ୍ତର୍ଭୁକ୍ତ ହୋଇଛି । ତେଣୁ ବର୍ତ୍ତମାନ ଶିକ୍ଷାର ବିକାଶ ତଥା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଶିକ୍ଷାର ବିକାଶ ଦିଗରେ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅତିଥିମାନେ ବିବରଣୀ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅନ୍ୟ ଅତିଥିଙ୍କ ମଧ୍ୟରୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉଠା ଜଳସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ, ଉପେନ୍ଦ୍ର କୁମାର ଗଣ୍ଡ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି ଶହ ଶହ ବିଦ୍ୟାର୍ଥୀ । ଜିଲ୍ଲାର ସଦର ମହକୁମା ଛତ୍ରପୁର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ ହୋଇଛି । ବହୁ ବିଦ୍ୟାର୍ଥୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟବକ୍ତା ରୂପେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ ଓ ପବିତ୍ର ମୋହନ ସାହୁ , ଡିଆଇଇଟି ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ମଞ୍ଚାସୀନ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ...ବାଲେଶ୍ୱର ଜିଲ୍ଲାରେ ୨୫୧୯ଜଣ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଏହି ଜିଲ୍ଲା ସ୍ତରୀୟ ସମାରୋହରେ ୨୧୭ ଟି ଜିଲ୍ଲାସ୍ତରୀୟ ଷ୍ଟୁଡେଣ୍ଟ୍ ଏକାଡେମିକ ପୁରସ୍କାର , ୨ହଜାର ୨୫୦ଟି ବ୍ଲକସ୍ତରୀୟ ଷ୍ଟୁଡେଣ୍ଟ୍ ଏକାଡେମୀ ପୁରସ୍କାର , ୧ହଜାର ୧୨୯ ଟି ଷ୍ଟୁଡେଣ୍ଟ୍ ଲିଡରସିପ ପୁରସ୍କାର , ୬୯ ଟି ମାଧ୍ୟମିକ ସ୍କୁଲ୍ ପୁରସ୍କାର, ୬୨ ଟି ପ୍ରାଥମିକ ବିଦ୍ୟାଳୟକୁ ପୁରସ୍କାର , ୧୬ଟି ଗ୍ରାମ ପଞ୍ଚାୟତ ପୁରସ୍କାର , ୨୧ଟି ଆଲୁମିନି କମିଟି ପୁରସ୍କାର , ୨୩ ଟି ସ୍କୁଲ ପରିଚାଳନା କମିଟି ପୁରସ୍କାର , ୨୩ଟି ପ୍ରାଥମିକ ଶିକ୍ଷକ ପୁରସ୍କାର , ଏହିପରି ମୋଟ ୩ହଜାର ୮୩୩ ଟି ପୁରସ୍କାର ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସମସ୍ତଙ୍କୁ ପ୍ରଦାନ କରାଯାଇଛି।
ଇଟିଭି ଭାରତ, ନବରଙ୍ଗପୁର/ବ୍ରହ୍ମପୁର

ABOUT THE AUTHOR

...view details