କଟକ: ଡିଜିଟାଲ ଆରେଷ୍ଟ ମାମଲାରେ ରାଜ୍ୟର ପ୍ରଥମ ଗିରଫଦାରୀ । ତେଲେଙ୍ଗାନାରୁ ଜଣେ ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ନାଁ ଅବଦୁଲ ସଲିମ । ନିଜକୁ ମୁମ୍ବାଇ ସାଇବର କ୍ରାଇମ ଅଧିକାରୀ ପରିଚୟ ଲୁଟିଥିଲା କୋଟି କୋଟି ଟଙ୍କା । ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କୁ କରିଥିଲା ଡିଜିଟାଲ ଆରେଷ୍ଟ(Digital Arrest) । ବିଭିନ୍ନ ଆଳରେ ତାଙ୍କ ଠାରୁ ଏକ କୋଟି ଟଙ୍କା ଲୁଟ କରିଥିଲା । ଅବଦୁଲ ବ୍ୟବହାର କରିଥିବା ଆକାଉଣ୍ଟ ନାଁରେ ରହିଛି ଆହୁରି ୧୩ଟି ଅଭିଯୋଗ । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ନିଜକୁ ପୋଲିସ ପରିଚୟ ଦେଇ କରୁଥିଲା ଡିଜିଟାଲ ଆରେଷ୍ଟ:
ରାଜ୍ୟ ପୋଲିସ ଜାରି କରିଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ, ଅଭିଯୁକ୍ତ ଅବଦୁଲ ସଲିମ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଲୋକଙ୍କୁ ଗିରଫ କରିବାକୁ ଧମକ ଦେଉଥିଲା । ଜଣେ ବ୍ୟକ୍ତି ଠାରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ତେଲେଙ୍ଗାନା ନିଜାମାବାଦର ଅବଦୁଲ ସଲିମ ।
ସାରା ଦେଶରେ 13ରୁ ଅଧିକ ମାମଲା ରହିଛି:
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଠାରୁ ମୋବାଇଲ ଫୋନ, ୩ଟି ସିମ କାର୍ଡ, ସାଉଦି ଆରବର ସିମକାର୍ଡ, ପାସବୁକ, ପାସପୋର୍ଟ, ଆଧାର କାର୍ଡ, ପାନ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି । ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ।
ବ୍ରହ୍ମପୁର ବରିଷ୍ଠ ନାଗରିକଙ୍କୁ ଠକିଥିଲା: