ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ ବୋଲି ଆଇନ ମନ୍ତ୍ରୀଙ୍କ ସୂଚନା । ହବିଷ୍ୟାଳୀ ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ସରକାର ।

By ETV Bharat Odisha Team

Published : 5 hours ago

Devotees to get free Mahaprasad
Devotees to get free Mahaprasad (ETV Bharat Odisha)



ଭୁବନେଶ୍ୱର:ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା । ମାଗଣା ମିଳିବ ମହାପ୍ରସାଦ କୁଡୁଆ । ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, "ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ଯୋଜନା କରାଯାଉଛି । ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରଙ୍କୁ ବର୍ଡନ ନ କରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ, ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

"ସେହିପରି ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ 14 ରୁ 15 କୋଟି ଟଙ୍କା ଖର୍ଚ୍ଚ ହେବ । ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ, ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି । ସରକାରଙ୍କ ଉପରେ ବର୍ଡ଼ନ ନ କରି ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ହେବ । ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ । ଭକ୍ତମାନେ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ପଡୋଶୀ ଅପେକ୍ଷା କରି ରହିଥାନ୍ତି ମହାପ୍ରସାଦ ଲାଗି, ଭକ୍ତ ଜଣଙ୍କ ମହାପ୍ରସାଦ ଟିକେ ତାଙ୍କ ହାତରେ ଦେଇପାରିବ । ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରୁଛୁ," ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Devotees to get free Mahaprasad (ETV Bharat Odisha)
Devotees to get free Mahaprasad (ETV Bharat Odisha)

ଏହା ବି ପଢନ୍ତୁ- ଲୁହା କଡ଼େଇରେ ମହାପ୍ରସାଦ ରନ୍ଧାଯିବା ଘଟଣା, ମହାପ୍ରଭୁଙ୍କ ସେବାରୁ 3 ସୁପକାର ନିଲମ୍ବିତ - MAHAPRASAD PREPARATION IN IRON PANS

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଛି କି ହାନିକାରକ ଘିଅ ? ଖଣ୍ଡନ କଲା ମହାସୁଆର ନିଯୋଗ - specified company ghee using Khaja

ଏହା ବି ପଢନ୍ତୁ- ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ - free Mahaprasad to devotees in Puri

ଏହା ବି ପଢନ୍ତୁ- Srimandir New Rules: ସେପ୍ଟେମ୍ବର ପହିଲାରୁ ଶ୍ରୀମନ୍ଦିରରେ ବାସି ଅବଢ଼ା ବିକ୍ରି ବନ୍ଦ, ଆନନ୍ଦ ବଜାର ଜଗିବେ ପୂର୍ବତନ ସେନା କର୍ମଚାରୀ - ROTTEN MAHAPRASAD SALE BAN



ସୁରଖୁରରେ ମହାପ୍ରଭୁଙ୍କ ଦର୍ଶନକୁ ନେଇ କହିଛନ୍ତି, "ମାର୍ଗଶିର ମାସରୁ ଶୃଙ୍ଖଳିତ ଦର୍ଶନ । ଏହାର ଡିଜାଇନ ଆରମ୍ଭ ହୋଇଛି । ଭକ୍ତ ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ, ସେଭଳି ଏକ ବ୍ୟବସ୍ଥା କରାଯାଉଛି । ଏହି ବ୍ୟବସ୍ଥା ହୋଇସାରିବା ପରେ ଭକ୍ତମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ । ଏହାକୁ ଆଖି ଆଗରେ ରଖି ଯୋଜନା ଆରମ୍ଭ କରୁଛୁ ।"

ପୂର୍ବରୁ ମନ୍ତ୍ରୀ କହିଥିଲେ ମାଗଣା ମିଳିବ ମହାପ୍ରସାଦ-

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ମାଗଣା ମହାପ୍ରସାଦ ବୋଲି ପୂର୍ବରୁ ଅଗଷ୍ଟ ମାସରେ କହିଥିଲେ ଆଇନମନ୍ତ୍ରୀ । ଦୈନିକ ପ୍ରାୟ 80 ହଜାରରୁ ଏକ ଲକ୍ଷ ଭକ୍ତଙ୍କ ପାଇଁ ମାଗଣା ଅବଢା ଯୋଗାଇବା ଦିଗରେ ବିଚାରବିମର୍ଶ ଜାରି ରହିଛି । ଏଥିପାଇଁ ଦାତାମାନଙ୍କ ସହ ଆଲୋଚନା କରାଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତକାଲି ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଥିଲେ ।

ମନ୍ତ୍ରୀ କହିଥିଲେ, ଏଣିକି ରଥ ନିର୍ମାଣ କରୁଥିବା ସେବକଙ୍କୁ ରାଜ୍ୟ ସରକାର ରଥଯାତ୍ରା ପରେ ପ୍ରତି ବର୍ଷ ସମ୍ବର୍ଦ୍ଧିତ କରିବେ । ଆସନ୍ତାବର୍ଷଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅୟୋଜନ କରାଯିବ । ପୂଜ୍ୟପୂଜାର ସମ୍ମାନ ହେଉଛି ଆମ ମାଟିର ସଂସ୍କୃତି । ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କରୁଛନ୍ତି ସେହି ସେବକଙ୍କୁ ସମ୍ମାନ ଦେବା ନିଶ୍ଚିତ ବହୁତ୍ ଗର୍ବର ବିଷୟ ।

ହବିଷ୍ୟାଳୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ସରକାର-

ହବିଷ୍ୟାଳି ମା’ ମାନଙ୍କ କୌଣସି ଅସୁବିଧା ହେବ ନାହିଁ ସେ ନେଇ ବ୍ୟବସ୍ଥା କରାଯାଇଛି । ତର୍ଜମା ଏବଂ ସମୀକ୍ଷା କରାଯାଇଛି । ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏ ନେଇ ଧ୍ୟାନ ଦେଉଛନ୍ତି । କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆମେ ଆରମ୍ଭ କରିବୁ । ହବିଷ୍ୟାଳିଙ୍କ ଦର୍ଶନ ସାରି ଘରକୁ ଫେରିବେ ତାହାର ଦାଇତ୍ୱ ସରକାର ନେବେ । କୌଣସି ସମସ୍ୟା ହେଲେ ତାର ସମାଧାନ ହେବ ଏନେଇ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ABOUT THE AUTHOR

...view details