ଓଡିଶା

odisha

ETV Bharat / state

ବିରଳ ଶକ୍ତିପୀଠ, ବର୍ଷରେ ମାତ୍ର ୧୬ ଦିନ ପୂଜା ପାଆନ୍ତି ଦେବୀ ଦଣ୍ଡ ମା' - DANDA MAA PEETHA

ଗଜପତି ପାରଳାଖେମୁଣ୍ଡିର ଭିନ୍ନ ଏକ ଶକ୍ତିପୀଠ । ବର୍ଷା ସାରା ବନ୍ଦ ରହେ । ଦଶହରା ଏବଂ ନବରାତ୍ରିରେ ଖୋଲେ ମାଆଙ୍କ ମନ୍ଦିର । ଏଠି ନଡିଆ ମାନସିକ ପରମ୍ପରା ବିରଳ ।

ଏକ ବିରଳ ଶକ୍ତିପୀଠ, ବର୍ଷରେ ମାତ୍ର 16 ଦିନ ପାଇଁ ଖୋଲେ ମା’ଙ୍କ ମନ୍ଦିର
ଏକ ବିରଳ ଶକ୍ତିପୀଠ, ବର୍ଷରେ ମାତ୍ର 16 ଦିନ ପାଇଁ ଖୋଲେ ମା’ଙ୍କ ମନ୍ଦିର (ETV Bharat Odosha)

By ETV Bharat Odisha Team

Published : Oct 9, 2024, 12:20 PM IST

ପାରଳାଖେମୁଣ୍ଡି: ଶାରଦୀୟ ପୂଜାକୁ ନେଇ ଉତ୍ସବମୁଖର ସାରା ଦେଶ । ବିଭିନ୍ନ ଶକ୍ତିପୀଠରୁ ଆରମ୍ଭ କରି ପୂଜା ମଣ୍ଡପ ଯାଏଁ, ଜାରି ରହିଛି ମା’ ଶକ୍ତି ସ୍ବରୂପିଣୀଙ୍କ ଆରାଧନା । ମାତ୍ର ଗଜପତି ଜିଲ୍ଲା ପାରାଲାଖେମୁଣ୍ଡିରେ ଏପରି ଏକ ବିରଳ ଶକ୍ତିପୀଠ ରହିଛି, ଯେଉଁଠାରେ ନୀତିକାନ୍ତି, ବିଶ୍ବାସ ଓ ପରମ୍ପରାରେ ରହିଛି ଏକାଧିକ ଭିନ୍ନତା । ଯେଉଁଠି ବର୍ଷ ସାରା ବନ୍ଦ ରହିଥିବା ମା’ଙ୍କ ମନ୍ଦିର କେବଳ ଷୋଡଷ ଉପଚାର ପୂଜା ଆରମ୍ଭରୁ ଦଶହରା ପର୍ଯ୍ୟନ୍ତ ମାତ୍ର 16 ଦିନ ପାଇଁ ଖୋଲେ । ଏହି ଅବସରରେ ମା’ଙ୍କ ନିକଟରେ ମାନସିକ ରଖି ପୂଜାର୍ଚ୍ଚନା କଲେ, ତାହା ଅବଶ୍ୟ ପୂରା ହୁଏ ବୋଲି ବିଶ୍ବାସ ରହିଛି । ଯାହାକି ଓଡିଶା ଓ ସୀମାନ୍ତ ଆନ୍ଧ୍ରର ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଏହି ପୀଠକୁ ଟାଣି ଆଣୁଛି ।

  • ବର୍ଷକୁ ମାତ୍ର ୧୬ ଦିନ ପୂଜା :-

ପାରଳାଖେମୁଣ୍ଡିର ମା’ ଦଣ୍ଡମା ମନ୍ଦିର । ଏହି ପୀଠ ବର୍ଷରେ ମାତ୍ର ୧୬ ଦିନ ପାଇଁ ଖୋଲା ହୋଇଥାଏ । ବର୍ଷ ସାରା ଏହି ମନ୍ଦିର ବନ୍ଦ ରହୁଥିବା ବେଳେ ମୂଳାଷ୍ଟମୀ ଦିନ ଏହି ପୀଠ ଖୋଲା ଯାଇ ମା’ଙ୍କ ବିଶେଷ ନୀତିକାନ୍ତି ଆରମ୍ଭ ହୁଏ । ଏହି ସମୟରେ ମା’ଙ୍କ ନିକଟରେ ମାନସିକ ରଖି ପୂଜା କଲେ, ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳେ । ଶକ୍ତିଙ୍କ ଚାରିପାଖରେ ଥିବା ୬୪ ଯୋଗିନୀଙ୍କ ପ୍ରତିନିଧି ଭାବେ ଏହି ଦେବୀଙ୍କୁ ପୂଜା କରାଯାଉଥିବା ପଣ୍ଡିତ କୁହନ୍ତି ।

ଭିନ୍ନ ଏକ ଶକ୍ତିପୀଠ, ବର୍ଷରେ ମାତ୍ର 16 ଦିନ ପାଇଁ ଖୋଲେ ମା’ଙ୍କ ମନ୍ଦିର (ETV Bharat Odisha)
  • ବିରଳ ନଡିଆ ମାନସିକ ପରମ୍ପରା:-

ଏଠାରେ ଶ୍ରଦ୍ଧାଳୁଙ୍କ ନଡିଆ ମାନସିକର ଏକ ଭିନ୍ନ ତଥା ବିରଳ ପରମ୍ପରା ମଧ୍ୟ ଦେଖିବାକୁ ମିଳେ । ମୂଳାଷ୍ଟମୀଠାରୁ ୧୬ ଦିନ ମା’ଙ୍କ ପୂଜାର୍ଚ୍ଚନା କରାଯିବା ପରେ ଦଶହରା ବିଲମ୍ବିତ ରାତିରେ ମା’ଙ୍କ ପୀଠରେ ଏକ ନଡିଆକୁ ରଖି ପୁଣି ମନ୍ଦିରକୁ ବନ୍ଦ କରିଦିଆଯାଏ । ନଡିଆ ରଖିଥିବା ମାନସିକଧାରୀ ଶ୍ରଦ୍ଧାଳୁ ପରବର୍ଷକୁ ଅପେକ୍ଷା କରିଥାନ୍ତି । ଦୀର୍ଘ ଗୋଟିଏ ବର୍ଷ ପରେ ପୁଣି ମୂଳାଷ୍ଟମୀରେ ମନ୍ଦିର ଖୋଲାଯିବା ପରେ ନଡିଆଟିକୁ ଅକ୍ଷତ ଭାବରେ ପ୍ରାପ୍ତ କରାଯାଏ । ଏହା ମା’ଙ୍କ ମହିମା ବୋଲି ବିଶ୍ବାସ ରହିଛି ।

ଭିନ୍ନ ଏକ ଶକ୍ତିପୀଠ, ବର୍ଷରେ ମାତ୍ର 16 ଦିନ ପାଇଁ ଖୋଲେ ମା’ଙ୍କ ମନ୍ଦିର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଚାଉଳିଆଗଞ୍ଜରେ ମାଆ ଦୁର୍ଗାଙ୍କ ମହକ,ଏଲଇଡି ଲାଇଟରେ ଝଲସୁଛି ଚାନ୍ଦିମେଢ଼

ଏହା ମଧ୍ୟ ପଢନ୍ତୁ :-ଏହା ମଧ୍ୟ ପଢନ୍ତୁ- ଦୂର୍ଗାପୂଜାରେ ଝଲସିବ ଝାରସୁଗୁଡ଼ା, ଶୋଭା ପାଇବ ଆଖି ଲାଖିଯିବା ପରି ତୋରଣ

ଏହା ମଧ୍ୟ ପଢନ୍ତୁ- ହାଇକୋର୍ଟଙ୍କ ରାୟ, 'ହେବ ରାବଣପୋଡ଼ି, ହେବନି ବାଣ ପ୍ରତିଯୋଗିତା' - HC On Ravan Podi

ଏହା ମଧ୍ୟ ପଢନ୍ତୁ :- ଦୁର୍ଗାପୂଜାରେ ରଥଯାତ୍ରା ଭଳି ସୁରକ୍ଷା, ଟ୍ବିନ ସିଟିରେ କେନ୍ଦ୍ରୀୟ ଫୋର୍ସ

ଭିନ୍ନ ଏକ ଶକ୍ତିପୀଠ, ବର୍ଷରେ ମାତ୍ର 16 ଦିନ ପାଇଁ ଖୋଲେ ମା’ଙ୍କ ମନ୍ଦିର (ETV Bharat Odisha)
  • ଶକ୍ତିପୀଠରେ ଭିନ୍ନ କିମ୍ବଦନ୍ତୀ:-

ଏହି ପୀଠକୁ ନେଇ ପଣ୍ଡିତମାନେ ଭିନ୍ନମତ ପୋଷଣ କରନ୍ତି । ପଣ୍ଡିତଙ୍କ କହିବା ଅନୁସାରେ, ଏହା କୌଣସି ଶକ୍ତିପୀଠ ନୁହେଁ । ଦଣ୍ଡାମା ହେଉଛନ୍ତି ୬୪ ଯୋଗିନୀଙ୍କ ପ୍ରତିନିଧି । ମହାରାଜାଙ୍କ ୮ ଟି ଶକ୍ତିପୀଠ ମଧ୍ୟରୁ କଦମ୍ବଖଣ୍ଡା ଅନ୍ୟତମ । ପ୍ରତି ବର୍ଷ ନବରାତ୍ରି ସମୟରେ ତାଙ୍କ ନିକଟରେ ମହାରାଜାଙ୍କ ସୈନ୍ୟ ସାମନ୍ତ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପୂଜା କରୁଥିଲେ । ତେବେ ମା’ ବଳି ପିପାଶୁ ଥିଲେ ବୋଲି ବିଶ୍ବାସ କରାଯାଏ । ତାଙ୍କୁ ନିମନ୍ତ୍ରଣ କରି ଆଣିବା ବେଳେ ବିଭିନ୍ନ ପ୍ରକାର ବଳି ପ୍ରଦାନ କରାଯାଉଥିଲା । ଏହି ସ୍ଥାନକୁ ମା’ଙ୍କ ସହ ଆବାହନ କରୁଥିବା ୬୪ ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ତେଣୁ ଯୋଗିନୀଙ୍କ ପ୍ରତିନିଧି ଭାବେ ଏହି ସ୍ଥାନରେ ଦଣ୍ଡମା’ଙ୍କୁ ସ୍ଥାପନ କରାଯାଇଥିଲା । ବର୍ଷର ନିର୍ଦ୍ଦିଷ୍ଟ ସମୟରେ ହିଁ ଏହି ମନ୍ଦିର ଖୋଲିବା ସହ ମା’ ପୂଜା ପାଇଥାନ୍ତି । ତେଣୁ ଶାରଦୀୟ ଦୂର୍ଗାପୂଜା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମେ ବୋଲି ପଣ୍ଡିତ କୁହନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details