ଭୁବନେଶ୍ବର:ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ । 7 ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ । ତାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଲଣ୍ଡନ ଗସ୍ତ କରିଛନ୍ତି । ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପର୍ଯ୍ୟଟନରେ ଆକୃଷ୍ଟ କରିବା ପାଇଁ 7 ଦିନିଆ ଲଣ୍ଡନ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
WORLD TOURISM CONCLAVE 2024 (ETV Bharat Odisha) ବିଶ୍ୱ ପର୍ଯ୍ୟଟନ କନକ୍ଳେଭ 2024:
ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଲଣ୍ଡନରେ ଓଡ଼ିଆ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ । ତା ସହ ବିଦେଶୀ ଟୁର ଅପରେଟରଙ୍କ ସହ ବି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପର୍ଯ୍ୟଟନର ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । ଓଡ଼ିଶାକୁ କିଭଳି ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ସେନେଇ ରାଜ୍ୟ ସରକାର ବିଭିନ୍ନ ପ୍ରଚାର ପ୍ରସାର କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ....ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା, ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା - world tourism day celebration
ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ:
ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି," ପର୍ଯ୍ୟଟନର ପ୍ରଚାର ପ୍ରସାର ଅଭାବରୁ ତାହା ଆଗକୁ ଯାଇପାରୁନି । ଆଗକୁ ଓଡିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ ।"ପ୍ରଧାନମନ୍ତ୍ରୀଙ୍କ 'ଚାଲୋ ଆପନା ଦେଶ' ସ୍ଲୋଗାନ ଆଧାରରେ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହ ଦେଶର କୋଣାନୁକୋଣରୁ ବିଦେଶରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ଭବିଷ୍ୟତରେ କିଭଳି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ମାନେ ଆସିବେ ସେନେଇ ବିଭିନ୍ନ ପଦକ୍ଷେପ ନେବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ।"
ରାଜ୍ୟରେ ବିସ୍ତିର୍ଣ୍ଣ ବେଳାଭୂମି ସହ ଜଙ୍ଗଲ ଏବଂ ଝରଣା ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି । ଏହାର କିଭଳି ବ୍ୟାପକ ପ୍ରଚାର ପ୍ରସାର କରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ ସେନେଇ ମୋହନ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଲଣ୍ଡନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଦେଶୀ ଟୁର ଅପରେଟରଙ୍କ ସହ ଆଲୋଚନା କରିବେ । ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ ଆସିଲେ ରାଜ୍ୟର ଅର୍ଥନୀତି ସୁଦୃଢ ହେବ ।
ଇଟିଭି ଭାରତ, ଭୁବନେଶ୍ବର