ଭୁବନେଶ୍ବର: କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । କୃଷି ବିଭାଗ ଦାୟିତ୍ୱ ନେବାପରେ କୃଷି ଭବନ ଯାଇ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହ ଦେଓ କୃଷି ଭବନରେ ପହଁଚିବା ପରେ ପୂଜାର୍ଚ୍ଚନା କରି ବିଭାଗୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । କୃଷି ଭବନରେ ଉପ ମୂଖ୍ୟମନ୍ତ୍ରୀ
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, "ସବୁ ଅଫିସରଙ୍କ ସହିତ ପରିଚିତି ହେଲି । ଆଗକୁ କେମିତି ଏହି ବିଭାଗ ଅଧିକ ଭଲ କାମ କରିବ ଅଧିକ ବଢିପାରିବ ସେନେଇ ଆଲୋଚନା ହେଲା । ନରେନ୍ଦ୍ର ମୋଦି ଆମକୁ କହିଥିଲେ ଛୁଟି ସରିଲା, ବର୍ତ୍ତମାନ ଲୋକଙ୍କ କାମରେ ଲାଗ । ତାଙ୍କ ପରାମର୍ଶ କ୍ରମେ କୌଣସି ଛୁଟି ନାହିଁ । ଲୋକମାନଙ୍କ ପାଇଁ କାମ କରିବୁ । ଆଜି ମୁଁ ଦାୟିତ୍ବ ନେଇଛି । ଆମର ନିର୍ବାଚନ ଇସ୍ତାହାରରେ ଯାହା ଯାହା କହିଛୁ ତାକୁ ପୂରଣ କରିବାର ଗୁରୁଦାୟିତ୍ବ ଆରମ । ଏଥିପାଇଁ ଆମେ ସମ୍ପୂର୍ଣ୍ଣ ବାବରେ ଲାଗିପଡ଼ିଛୁ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାରସରୁ ପିଏମ କିଷାନର ଘୋଷଣା କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଓ ମୁଁ ଆସନ୍ତାକାଲି ବରଗଡ ଯିବୁ । ସେଠାରେ ଚାଷୀମାନଙ୍କୁ ପିଏମ କିଷାନ 17ତମ କିସ୍ତି ପ୍ରଦାନ କରିବୁ ।"