ଓଡିଶା

odisha

ETV Bharat / state

14ରେ ଖୋଲିବ ରତ୍ନଭଣ୍ଡାର ! ରତ୍ନଭଣ୍ଡାର ତଦାରଖ କମିଟିର ପ୍ରସ୍ତାବ - Ratna Bhandar Reopen - RATNA BHANDAR REOPEN

Puri Srimandir Ratna Bhandar Reopening: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହେବ ନିଷ୍ପତ୍ତି । ଏଥିପାଇଁ ଆଜି ଦିନ ୧୦ଟାରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jul 9, 2024, 7:05 AM IST

Updated : Jul 9, 2024, 12:31 PM IST

ପୁରୀ:କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଆଜି ଏହି ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ ଆଜି (ମଙ୍ଗଳବାର) ଅନୁଷ୍ଠିତ ହୋଇଛି । କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଦିନ ୧୦ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରକୋଷ୍ଠରେ ବୈଠକ ଆରମ୍ଭ ହୋଇଥିବାବେଳେ ରତ୍ନଭଣ୍ଡାର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ । ବୈଠକରେ ରତ୍ନଭଣ୍ଡାର ଚାବି ବି ଉପସ୍ଥାପିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି କମିଟି ଆଗରେ ଉପସ୍ଥାପନ କରିବେ । ତେଣୁ ନବଗଠିତ କମିଟିର ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ରତ୍ନଭଣ୍ଡାର ଖୋଲିଲେ ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ ? କେଉଁଠି ରହିବ ସମସ୍ତ ଅଳଙ୍କାର ତାହା ଏବେ ଚର୍ଚ୍ଚାରେ ।

ଆଜି ରତ୍ନଭଣ୍ଡାର ତଦାରଖ କମିଟିର ଦ୍ଵିତୀୟ ବୈଠକ । ଦାଖଲ ହେବ ଟ୍ରେଜେରୀରୁ ମିଳିଥିବା ଡୁପ୍ଲିକେଟ ଚାବି । ଧାର୍ଯ୍ୟ ହୋଇପାରେ ରତ୍ନ ଭଣ୍ଡାର ଖୋଲିବା ନେଇ ତାରିଖ । ଗତ 6 ତାରିଖରେ ହୋଇଥିଲା ତଦାରଖ କମିଟିର ପ୍ରଥମ ବୈଠକ ।

୨୦୧୮ ମସିହାରୁ ରତ୍ନଭଣ୍ଡାର ଚାବିକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଦ୍ବନ୍ଦ ରହିଥିଲା । ଏମିତିକି ଚାବି ହଜିଯାଇଥିବା ଚର୍ଚ୍ଚା ହେଉଥିଲା । ତେଣୁ ଆଜିର ବୈଠକରେ ଚାବି ଉପସ୍ଥାପନ ପରେ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦ ହଟିବ ବୋଲି ଆଶା କରାଯାଉଛି । ରତ୍ନଭଣ୍ଡାର କେମିତି ଖୋଲାଯିବ ବୈଠକରେ ଏହାର ରୂପରେଖ ପ୍ରସ୍ତୁତ ହେବ । ବର୍ତ୍ତମାନ ମହାପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଯାତ୍ରାରେ ଆଡ଼ପ ମଣ୍ଡପ ଅଭିମୁଖେ ବିଜେ କରିସାରିଛନ୍ତି । ତେଣୁ ଏହି ସମୟରେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ଆଇନ ମନ୍ତ୍ରୀଙ୍କ ସୂଚନା; ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର !


ସେହିପରି ଯଦି ଆଜି ଯାଞ୍ଚ କମିଟିକୁ ମିଳିବାକୁ ଥିବା ଚାବିରେ ରତ୍ନଭଣ୍ଡାର ନ ଖୋଲେ ତାହେଲେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । ଏଥିପାଇଁ ସ୍ବତନ୍ତ୍ର ଏସ୍‌ଓପି ପ୍ରସ୍ତୁତ ହେବ । ଏନେଇ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ବନାଥ ରଥ କହିଥିଲେ, ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଥିବା ଜଣାପଡିଛି । ଟ୍ରେଜେରୀରୁ ଚାବି ଆଣିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଜୁଲାଇ ୯ ବୈଠକରେ ଚାବି ଉପସ୍ଥାପନ ହେବ । ତେବେ ଚାବି କାମ ନକେଲେ ତାଲା ଭଙ୍ଗାଯିବ । ଏଥିପାଇଁ ଏସ୍‌ଓପି ଜାରି ହେବ । ଅସ୍ଥାୟୀ ଭଣ୍ଡାରକୁ ସିସିଟିଭି ନଜରରେ ରଖାଯିବ । ରତ୍ନର ଗଣତିମଣତି ସମୟରେ ଏହାର ତଦାରଖ କମିଟି ପକ୍ଷରୁ କରାଯିବ । ରତ୍ନ ଅଳଙ୍କାର ଚିହ୍ନଟ ପାଇଁ ବିଶେଷଜ୍ଞଙ୍କୁ ଅଣାଯିବ ।

ଇଟିଭି ଭାରତ, ପୁରୀ

Last Updated : Jul 9, 2024, 12:31 PM IST

ABOUT THE AUTHOR

...view details