ଭୁବନେଶ୍ବର:ଓଡ଼ିଶାରେ ଅକ୍ଟୋବରରେ ବାତ୍ୟା ଡର। ୨୦୧୮ ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା 'ତିତିଲି' । ଆଉ ଏହାର ୬ ବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଅକ୍ଟୋବର ମାସରେ ପୁଣି ଘାରିଛି ଓଡ଼ିଶାକୁ ବାତ୍ୟା ଭୟ। ବିଦେଶୀ ମଡେଲ ଆକଳନ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାିଛି । ଅକ୍ଟୋବର ମାସରେ ଓଡ଼ିଶା ମୁହାଁ ହେବକି ବାତ୍ୟା? ଆଉ ସେପରି ହେଲେ ପ୍ରଭାବ କିପରି ରହିବ, କେଉଁ ଅଞ୍ଚଳରେ ହେବ ବର୍ଷା ସେନେଇ ଆଶଙ୍କା ଦେଖାଦେଇଛି ।
ଆସୁଛି ଲଘୁଚାପ:
"ରାଜ୍ୟ ଉପରେ ଆଉ ଏକ ଲଘୁଚାପ ସମ୍ଭାବନା ଦେଖାଦେଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଯାହା ଅଧିକ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପର ରୂପ ନେବ। ଲଘୁଚାପର ରୂପ ନେବା ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁତି ଘନୀଭୂତ ହେବ । ଯାହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ହେବ ପ୍ରବଳ ବର୍ଷା। କିନ୍ତୁ ଲଘୁଚାପର ସମ୍ଭାବନାରେ କୌଣସି ସତର୍କ ସୂଚନା ଏବେ ସୁଦ୍ଧା ଦିଆଯାଇନଥିବାବେଳେ ପାଣିପାଗ ବିଭାଗ ଏହାର ପ୍ରକ୍ରିୟା ଉପରେ ନଜର ରଖିଛି । ଲଘୁଚାପ ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ" ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଏହା ବି ପଢନ୍ତୁ...23ରୁ କାଚିବ ! ମାଡି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବରରେ ହେବ କି ବାତ୍ୟା ?