ଭୁବନେଶ୍ବର:ସରିଯାଇଛି ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏବେ କ୍ଷୟକ୍ଷତି ଆକଳନ କରିବେ ଜିଲ୍ଲାପାଳ । ପ୍ରଥମରୁ ମିଶନ ଜିରୋ କାଜୁଆଲଟି ନେଇ ଆଗକୁ ବଢୁଥିବା ମୋହନ ମାଝୀ ସରକାରଙ୍କୁ ମିଳିଛି ସଫଳତା । 'ସଫଳ ହୋଇଛି ରାଜ୍ୟ ସରକାରଙ୍କ ଜିରୋ ମିଶନ କାଜୁଆଲଟି । ଏହା ଆମେ ହାସଲ କରିଛେ । ପ୍ରଶାସନିକ ତତ୍ପରତା ଓ ସମୟ ଉପଯୋଗୀ କାର୍ଯ୍ୟ ଯୋଗୁଁ ବାତ୍ୟାର ସଫଳ ମୁକାବିଲା ହୋଇଛି ।' ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସଫଳ ହେଲା ଜିରୋ ମିଶନ କାଜୁଆଲଟି:
ବାତ୍ୟା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଫଳ ହୋଇଛି ଜିରୋ କାଜୁଆଲଟି । ପ୍ରଶାସନିକ ତତ୍ପରତା ଯୋଗୁଁ ଏହା ସଫଳ ମୁକାବିଲା ହୋଇଛି ।’
'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା (ETV Bharat Odisha) ସନ୍ଧ୍ୟା ସୁଦ୍ଧା ବିଜୁଳି ସଂଯୋଗ:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ବାତ୍ୟା ଯୋଗୁଁ ଗଛ ଭାଙ୍ଗିଛି ଓ ବିଦ୍ୟୁତ ଖୁଣ୍ଟ ଉପୁଡିଛି । ତାର ନଷ୍ଟ ହୋଇଛି । ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ଦ୍ୱାରା ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି । ଏହାକୁ ହଟେଇବା କାମ ଆରମ୍ଭ ହୋଇଛି । ଗଛ ପଡ଼ିଥିବା ଜାଗାରେ ଦିନ 1 ସୁଦ୍ଧା ଗଛ ହଟାଯିବ ଓ ରାସ୍ତା ସଫା କରାଯିବ । ସନ୍ଧ୍ୟା ଭିତରେ ସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହେବ । ବିମାନ ସେବା ସ୍ୱାଭାବିକ ହୋଇଛି । ସକାଳ 9 ଟାରେ ଗୋଟେ ବିମାନ ଅବତରଣ କରିଛି । ମା' ଗୃହରେ ଗର୍ଭବତୀ ମହିଳା ମାନେ ସୁରକ୍ଷିତ ଅଛନ୍ତି । ପ୍ରସବ ଅପେକ୍ଷାରେ ଥିବା ମା'ମାନେ 1600ରୁ ଅଧିକ ନବଜାତ ଶିଶୁ ଜନ୍ମ ଦେଇଛନ୍ତି । ଉଭୟ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ସେମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।’
ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha) ବାତ୍ୟା ଜନିତ ମୃତାହତ ନାହିଁ:
ଜନ ସାଧାରଣ, ପ୍ରଶାସନିକ ଅଧିକାରି, ଡାକ୍ତର, ଅଗ୍ନିଶମ ବାହିନୀ ଓ ବାତ୍ୟା ମୁକାବିଲାରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭଦ୍ରକରୁ କେନ୍ଦୁଝରର ଆନନ୍ଦପୁର ଓ ଅନୁଗୁଳ ଶେଷ ଆଡକୁ ଗତି କରିବ ବାତ୍ୟା । ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ବର୍ଷା ହେଉଛି । ମୋବାଇଲ ନେଟୱାର୍କ ଓ ବିଦ୍ୟୁତ ସଂଯୋଗ ସଠିକ ଅଛି । ବାତ୍ୟା ଜନିତ ମୃତାହତ ହୋଇନାହିଁ ।
ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha) ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha) ଆଶ୍ରୟସ୍ଥଳୀରୁ ଘରକୁ ବାହୁଡ଼ା:
ଲୋକମାନେ ନିଜ ଘରକୁ ଫେରିବା ଆରମ୍ଭ କଲେଣି । କେନ୍ଦ୍ରାପଡ଼ା ତାଳଚୁଆ ଗ୍ରାମର ଆଶା କର୍ମୀ ବୁଢ଼ୀ ମା’ଙ୍କୁ ଆଣି ରିଲିଫ ସେଣ୍ଟରରେ ପହଁଚାଇବା ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, "ବାଲେଶ୍ଵରର ରେମୁଣାରେ ଦୁଇଟି ରାସ୍ତା ଅବରୋଧ ହୋଇଥିଲା । ଗାଡି ଚଳାଚଳ ସ୍ୱାଭାବିକ କରିବା ଲାଗି ବ୍ୟବସ୍ଥା କରାଯାଉଛି । ମୋବାଇଲ ନେଟୱର୍କ ଓ ବିଦ୍ୟୁତ ସଂଯୋଗ ସଠିକ ଅଛି । ଯେଉଁ ସ୍ଥାନରେ ସମସ୍ୟା ଅଛି, ଆଜି ସଂଧ୍ୟାରେ ସ୍ୱାଭାବିକ ହେବ । ବାତ୍ୟା ଜନିତ ମୃତାହତ ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଏସଆରସି ଦେଓରଞ୍ଜନ କୁମାର ସିଂ । କଣ୍ଟ୍ରୋଲ ରୁମ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର