ଓଡିଶା

odisha

ETV Bharat / state

ଖାଁ ଖାଁ ରେଳ ଷ୍ଟେସନ, ୨୦୦ ରୁ ଅଧିକ ଟ୍ରେନ ବାତିଲ

ବାତ୍ୟା ପାଇଁ ୨୦୦ରୁ ଅଧିକ ରେଳ ବାତିଲ କରାଯାଇଛି । ଫଳରେ ଷ୍ଟେସନରେ କମ ସଂଖ୍ୟକ ଯାତ୍ରୀଙ୍କୁ ଦେଖିବାକୁ ମିଳୁଛି।

Trains Cancelled
Trains Cancelled (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ଆଉ ମାତ୍ର କିଛି ଘଣ୍ଟା ପରେ ଲ୍ୟାଣ୍ଡଫଲ କରିବ ବାତ୍ୟା 'ଦାନା'। ଏହା ପୂର୍ବରୁ ଦେଖା ଦେଲାଣି ପ୍ରଭାବ। ବିଭିନ୍ନ ସ୍ଥାନରେ ବର୍ଷା ପବନ ହେଉଥିବାବେଳେ ଭୁବନେଶ୍ବରରେ ଖାଁ ଖାଁ ରେଳ ଷ୍ଟେସନ। କାରଣ ୨୦୦ ରୁ ଅଧିକ ରେଳ ବାତିଲ କରାଯାଇଛି । ରେଳ ବିଭାଗ ମଧ୍ୟ କିଛି ମାତ୍ରାରେ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ତିନି ଦିନ ମଧ୍ୟରେ ୨୦୦ରୁ ଅଧିକ ଟ୍ରେନ ବାତିଲ କରିଦିଆଯାଇଛି । ଯାହା ଫଳରେ ଭୁବନେଶ୍ଵରର ରେଳ ଷ୍ଟେସନ ଖାଁ ଖାଁ ହୋଇପଡିଛି। ଦୈନିକ ହଜାର ହଜାର ଯାତ୍ରୀ ଭୁବନେଶ୍ବର ଷ୍ଟେସନରୁ ଟ୍ରେନ ଯୋଗେ ଯିବା ଆସିବା କରୁଥିବାବେଳେ ବାତ୍ୟା ପାଇଁ ଅନେକ ଟ୍ରେନ ବାତିଲ ହୋଇଛି। ଏହାସହ ଯାତ୍ରୀମାନେ ମଧ୍ୟ ଷ୍ଟେସନରେ ନଥିବା ଦେଖିବାକୁ ମିଳିଛି।

Trains Cancelled (ETV Bharat Odisha)



କ'ଣ କହିଛନ୍ତି ଯାତ୍ରୀ?
ଟ୍ରେନ ବାତିଲକୁ ନେଇ ଯାତ୍ରୀ କହିଛନ୍ତି, "ବାତ୍ୟାକୁ ନେଇ ଖବର ରହିଥିଲେ ମଧ୍ୟ ଘରକୁ ଯିବା ଆବଶ୍ୟକ। ତେଣୁ ଦୀର୍ଘ ସମୟ ଧରି ଷ୍ଟେସନରେ ଅପେକ୍ଷା କରିଛୁ । ହେଲେ ଅଧିକାଂଶ ଟ୍ରେନ ବାତିଲ ହୋଇଛି । ୨ ଟା ପରେ ଟ୍ରେନ ସମ୍ପୂର୍ଣ୍ଣ ଭାବରେ ବାତିଲ ରହିବ ବୋଲି କହିଛନ୍ତି ଯାତ୍ରୀ । ଏହାସହ କେମିତି ଯିବି ସେନେଇ ଚିନ୍ତାରେ ରହିଛି।"



ଖାଁ ଖାଁ ରେଳ ଷ୍ଟେସନ:
ବାତ୍ୟା ଦାନାକୁ ନେଇ ଭୁବନେଶ୍ବର ରେଳ ଷ୍ଟେସନ ରେ ଖାଁ ଖାଁ ଯାତ୍ରୀ। ଆଉ ଶୁଭୁନି ଟ୍ରେନ ଆସିବାର ଯିବାର ଶଦ୍ଧ। ସୂଚନା ଦିଆଯାଉନାହିଁ ଟ୍ରେନ ନମ୍ବର କେଉଁ ଟ୍ରେନ ଆସିବ କେଉଁ ଟ୍ରେନ ଯିବ। ତେବେ ପୂର୍ବତଟ ରେଳ ପଥ ପକ୍ଷରୁ ପାଖାପାଖି ୨୦୦ ରୁ ଅଧିକ ଟ୍ରେନ କୁ ବାତିଲ କରାଯାଇଛି।



24 ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ କକ୍ଷ:
ବାତ୍ୟା ମୁକାବିଲାର ପ୍ରସ୍ତୁତତାକୁ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟ ରେଳ ସଦନ ସହିତ ଖୋର୍ଦ୍ଧା ରୋଡ, ବିଶାଖାପାଟନମ୍ ଏବଂ ସମ୍ବଲପୁରରେ ଥିବା ରେଳ ମଣ୍ଡଳ ମୁଖ୍ୟାଳୟରେ 24 ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁଥିବା ଟ୍ରେନ୍ ସେବା ଏବଂ ରେଳ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ପାଇଁ ଏହି ଦଳଗୁଡିକ ଉତ୍ସର୍ଗୀକୃତ ରହି ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିବେ।



ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ:
ଟ୍ରାକ୍, ସିଗନାଲ ସିଷ୍ଟମ୍ ଏବଂ ବିଦ୍ୟୁତୀକରଣ ପ୍ରକ୍ରିୟାଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ପାଇଁ ବିଶେଷଜ୍ଞ ଦଳ ଗୁଡିକୁ ସ୍ଥାନିତ କରି ପୂର୍ବତଟ ରେଳପଥ ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେଇଛି। ବିଦ୍ୟୁତ୍ ସରବରାହ ବନ୍ଦ ହେଲେ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବାକୁ ଡିଜେଲ ଲୋକୋମୋଟିଭ ଗୁଡିକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି ବୋଲି ପୂର୍ବତଟ ରେଳ ପଥ କହିଛି।



ସଙ୍କଟ ସମୟରେ ସାଟେଲାଇଟ ଫୋନ:
"ସଙ୍କଟ ସମୟରେ ଯୋଗାଯୋଗ ବଜାୟ ରଖିବା ପାଇଁ ସାଟେଲାଇଟ୍ ଫୋନ୍ ସହିତ ସଜାଯାଇଥିବା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଗୁଡ଼ିକ ଦିନରାତି କାର୍ଯ୍ୟକ୍ଷମ କରିବ। ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରାଯିବା ସହିତ ପୂର୍ବତଟ ରେଳପଥ ବ୍ରହ୍ମପୁର-ଭଦ୍ରକ ରେଳ ସେକ୍ସନ ମଧ୍ୟରେ ଥିବା ସମସ୍ତ ଷ୍ଟେସନରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି" ବୋଲି କହିଛି ପୂର୍ବତଟ ରେଳପଥ।

ଏହା ବି ପଢନ୍ତୁ...ଉଗ୍ରରୂପ ଧାରଣ କରିବ ବାତ୍ୟା 'ଦାନା'; ସମୁଦ୍ର ଅଶାନ୍ତ, ବଢୁଛି ବର୍ଷା-ପବନ
ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ପାଇଁ ବିମାନ ଚଳାଚଳ ବାତିଲ, ଆଜି ସନ୍ଧ୍ୟା ୫ରୁ କାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ, 40 ବିମାନ ଉଡାଣ ବାତିଲ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ କାହିଁକି ବାରମ୍ବାର ମାଡ଼ ହେଉଛି ବାତ୍ୟା ? ବଙ୍ଗୋପସାଗର ଆଶୀର୍ବାଦ ନା ଅଭିଶାପ, କଣ କହିଲେ IIT ପ୍ରଫେସର...


ଭୁବନେଶ୍ଵର ଷ୍ଟେସନରେ ହେଲ୍ପ ଲାଇନ ନମ୍ବର:
ଭୁବନେଶ୍ଵରର ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଗମନାଗମନ ସୁବିଧା ପାଇଁ ରେଳ ବିଭାଗ ଏକ ସ୍ବତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି। ହେଲ୍ପ ଲାଇନ ନମ୍ବର ହେଉଛି- ୦୬୭୪-୨୩୫୪୦୨୭, ୮୧୧୪୩୮୨୩୭୧, ୫୯୬୩୩

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details