ଓଡିଶା

odisha

ETV Bharat / state

ଦିଲ୍ଲୀରେ ନିବେଶକ ସମ୍ମିଳନୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପୁଞ୍ଜି ନିବେଶ ଯୋଜନା, ୩୪ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା - Utkarsh Odisha Conclave - UTKARSH ODISHA CONCLAVE

Utkarsh Odisha Conclave: ନିବେଶ ଟାଣିବ ଉତ୍କର୍ଷ ଓଡ଼ିଶା । ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ୍ ପୂର୍ବରୁ ଦିଲ୍ଲୀରେ ୩୪ ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ଓଡିଶାରେ ବଡ଼ ପୁଞ୍ଜି ନିବେଶ ଲକ୍ଷ୍ୟରେ ନୂଆଦିଲ୍ଲୀରେ ହେବ ରୋଡ ସୋ । ଅଧିକ ପଡନ୍ତୁ

Utkarsh Odisha Conclave
Utkarsh Odisha Conclave (@InvestInOdisha)

By ETV Bharat Odisha Team

Published : Oct 3, 2024, 12:58 PM IST

Updated : Oct 3, 2024, 1:17 PM IST

ଭୁବନେଶ୍ବର: ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା ଆରମ୍ଭ । ଆଗାମୀ 5 ବର୍ଷରେ 5 ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ । ଦିଲ୍ଲୀରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ‌ରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା ଜାରି । ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜିନିବେଶ ଲକ୍ଷ୍ୟରେ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ କରୁଛନ୍ତି । ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ହେବାକୁ ଥିବା ବେଳେ କନକ୍ଲେଭକୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି ।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ' -

ଫୋକସରେ ଓଡିଶାରେ ପୁଞ୍ଜି ନିବେଶ । ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ବର୍ଷ ଜାନୁଆରୀରେ ମୋହନ ସରକାର ଆୟୋଜନ କରିବେ 'ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫' । ଏହା ୨୦୨୫ ଜାନୁଆରୀ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓଡିଶା ସରକାର । ଆଜି (ଗୁରୁବାର) ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନ, କନସୋଲ ଜେନେରାଲ, ଶିଳ୍ପପତିଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ମୋହନ ସରକାର । ଏଥିପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀ ।

ବିଭିନ୍ନ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା-

  • ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା ଜାରି
  • ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • OIL ଅଧ୍ୟକ୍ଷ ରଞ୍ଜିତ ରଥଙ୍କ ସହ CMଙ୍କ ଆଲୋଚନା
  • JK ପେପର ଲିମିଟେଡ ଅଧ୍ୟକ୍ଷଙ୍କ ସହ ବି ଆଲୋଚନା
  • ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ ଉପସ୍ଥିତ
  • ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଆଲୋଚନା

ଏହା ବି ପଢନ୍ତୁ- କାଲି ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ - Utkarsh Odisha 2025

ଏହା ବି ପଢନ୍ତୁ- ନୂଆବର୍ଷରେ ମୋହନ ମାଝୀ ସରକାରଙ୍କ ମିଶନ ଶିଳ୍ପାୟନ, ‘ଉତ୍କର୍ଷ ଓଡ଼ିଶା’ରେ ବିଶ୍ବ ନିବେଶକଙ୍କୁ କରାଯିବ ଆକୃଷ୍ଟ - Utkarsha Odisha Logo Unveiled

‘ଉତ୍କର୍ଷ ଓଡ଼ିଶା ୨୦୨୫’ ଲୋଗୋ -

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଲୋଗୋ ଉନ୍ମୋଚିତ ହୋଇଥିଲା । 'ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫'ର ଲୋଗୋ ଉନ୍ମୋଚନ ସମାରୋହ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା । 'ଉତ୍କର୍ଷ ଓଡ଼ିଶା' ସମ୍ମିଳନୀ ମାଧ୍ୟମରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ଗଢି ତୋଳିବା ଏବଂ ପୁଞ୍ଜିନିବେଶର ଏକ ଵୈଶ୍ୱିକ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା ଆମ ସରକାରଙ୍କର ଲକ୍ଷ୍ୟ l ୨୦୨୯ ସୁଦ୍ଧା ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଘରୋଇ ପୁଞ୍ଜିନିବେଶ ଏବଂ ୨ ଶହ କୋଟି ଡଲାରରୁ ଅଧିକ ଏଫଡିଆଇ ରାଜ୍ୟକୁ ଆଣିବା ଆମର ଉଦ୍ଦେଶ୍ୟ ବୋଲି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।ଏହି ସମ୍ମିଳନୀ ଆୟୋଜନ ଦ୍ୱାରା ଓଡ଼ିଶାରେ ଥିବା Existing ଏବଂ Emerging ଉଦ୍ୟୋଗ ଗୁଡିକ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଅଭିବୃଦ୍ଧିର ଇକୋସିଷ୍ଟମକୁ ପ୍ରୋତ୍ସାହନ ମିଳିବ ବୋଲି ଲେଖିଛନ୍ତି ଶିଳ୍ପମନ୍ତ୍ରୀ ।

ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫:

ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ, "ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ପ୍ରାକ ପ୍ରସ୍ତୁତ ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରେ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନ, କନସୋଲ ଜେନେରାଲ, ଟ୍ରେଡ଼ କମିଶନର ମାନଙ୍କ ସହ ଓଡିଶା ସରକାରଙ୍କର ଆଲୋଚନା ହେବ । ସେହିପରି ବିଭିନ୍ନ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା ୱାନ ଟୁ ୱାନ ଆଲୋଚନା କରିବେ ।"

୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜିନିବେଶ ଟାର୍ଗେଟ:

"ଓଡିଶାରେ ନିବେଶ କଲେ ନିବେଶକ କିଭଳି ଲାଭବାନ ହେବେ ଓ କ'ଣ ସୁବିଧା ରାଜ୍ୟ ସରକାର ଯୋଗାଇ ଦେବେ ସେ ନେଇ ଅବଗତ କରାଯିବ । ୧୦୦ ଦିନରେ ବିଜେପି ସରକାର ନିବେଶ କ୍ଷେତ୍ରରେ ଅନେକ ସଫଳତା ପାଇଛି । ୪୫ ହଜାର କୋଟିର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଟାର୍ଗେଟ ରହିଛି । ଏହି ଦିଗରେ ପ୍ରଥମ ବର୍ଷ ଟାର୍ଗେଟର ୯୦ ପ୍ରତିଶତ ୧୦୦ ଦିନରେ ପୂରଣ କରିଛୁ । ଯାହା ଆଶା ଅଛି ରାଜ୍ୟରେ ଭଲ ପୁଞ୍ଜିନିବେଶ ହେବ । ଗତବର୍ଷ ତୁଳନାରେ ମେକ ଇନ ଓଡ଼ିଶା ଭଲ ହେବା ସହ ବଡ଼ ନିବେଶକ ଓଡିଶା ଆସିବେ," ବୋଲି ସୂଚନା ଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ

Last Updated : Oct 3, 2024, 1:17 PM IST

ABOUT THE AUTHOR

...view details