ଭୁବନେଶ୍ୱର:ରାଜ୍ୟରେ ରାସନ କାର୍ଡ ହିତାଧିକାରୀ ରହିଛନ୍ତି ହଜାର ହଜାର ସରକାରୀ ଚାକିରିଆ । ଏନେଇ ସରକାରଙ୍କ ପକ୍ଷରୁ ଜାରି ରହିଛି ଧରପଗଡ଼ । ଯାହାକୁ ନେଇ ଛାନିଆ ହୋଇଛନ୍ତି ସରକାରୀ ବାବୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ହଜାର ସରକାରୀ ଚାକିରିଆ ରାସନ କାର୍ଡ ଫେରାଇଲେଣି । ଅନ୍ୟପଟେ ଠିକା କର୍ମଚାରୀ ଯେଉଁମାନେ ସ୍ୱଳ୍ପ ବେତନ ପାଉଛନ୍ତି ସେମାନଙ୍କର ରାସନ କାର୍ଡ କଟିବ ନାହିଁ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ।
୨୦ ହଜାର ସରକାରୀ ଚାକିରିଆ ଫେରାଇଲେଣି ରାସନ କାର୍ଡ:
ଏନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଭଲ ଚାକିରି ବା ଭଲ ଦରମା ପାଉଥିବା କର୍ମଚାରୀ ରାସନ କାର୍ଡ ଫେରାନ୍ତୁ । ଏହାରି ମଧ୍ୟରେ ସରକାରୀ ଚାକିରିଆ ରାସନ କାର୍ଡ ଫେରାଇ ଦେଲେଣି । ଦୁଇ ଦିନ ତଳେ ୧୨ ହଜାର ସରକାରୀ ଅଧିକାରୀ ରାସନ କାର୍ଡ ଫେରାଇଥିଲେ । ବର୍ତ୍ତମାନ ସୁଦ୍ଧା ୨୦ ହଜାର ସରକାରୀ ଅଧିକାରୀ ରାସନ କାର୍ଡ ଫେରାଇଲେଣି । କିନ୍ତୁ କିଛି ଦ୍ବନ୍ଦ୍ୱ ସୃଷ୍ଟି ହୋଇଛି । ଠିକା କର୍ମଚାରୀ ୧୦ରୁ ୧୫ ହଜାର ଟଙ୍କା ଦରମା ପାଉଥିବା ସରକାରୀ ଚାକିରିଆଙ୍କ ରାସନ କାର୍ଡ କଟିବ ନାହିଁ କିମ୍ବା ସେମାନେ ରାସନ କାର୍ଡ ଫେରାଇବେ ନାହିଁ । ଏଥିପାଇଁ ମୁଁ ମନା କରିଛି । ସେମାନେ ରାସନ କାର୍ଡ ଫେରାଇବା ଆବଶ୍ୟକ ନାହିଁ ।"
ଠିକା କର୍ମଚାରୀ ଓ ସ୍ୱଳ୍ପ ବେତନ ଭୋଗୀ ଫେରାନ୍ତୁ ନାହିଁ ରାସନ କାର୍ଡ:
ସେ ଆଉମଧ୍ୟ କହିଛନ୍ତି, "ସେହିପରି ସ୍ୱଳ୍ପ ବେତନ ଭୋଗୀ ବା କମ ଦରମା ପାଉଥିଲେ କର୍ମଚାରୀ କାର୍ଡ ଫେରେଇବା ଆବଶ୍ୟକ ନାହିଁ । NFS ନିୟମ ଅନୁସାରେ ଗ୍ରାମୀଣ ଅଞ୍ଚଳରେ ଯାହାର ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଏବଂ ସହରାଞ୍ଚଳରେ ଯାହାର ୧୫ ହଜାର ଟଙ୍କାରୁ ଊର୍ଦ୍ଧ୍ବ ରୋଜଗାର ଥିବ ସେମାନେ ରାସନ କାର୍ଡ ଫେରାଇବେ । ଗ୍ରାମରକ୍ଷୀମାନେ ମଧ୍ୟ ରାସନ କାର୍ଡ ଫେରାଇବେ ନାହିଁ । ସବୁ ଜିଲ୍ଲାରୁ ସରକାରୀ ଅଧିକାରୀ କାର୍ଡ ଫେରାଉଛନ୍ତି । ଏବେ ମଧ୍ୟ ଏହି ଫେରାଇବା ପ୍ରକ୍ରିୟା ଜାରି ରହିଛି । ଯେଉଁମାନେ ଭଲ ଚାକିରୀ କରିଛନ୍ତି ସେମାନେ ରାସନ କାର୍ଡ ଫେରେଇ ଦେବା ଉଚିତ ।"
ଜାନୁଆରୀ ୩୧ ସରକାରୀ ଚାକିରିଆଙ୍କ ପାଇଁ ଡେଡଲାଇନ:
ଯେଉଁ ବଡ ବଡ ସରକାରୀ ଚାକିରିଆ କଥା ମାନିକି ରାସନ କାର୍ଡ ଫେରାଇଛନ୍ତି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । କିନ୍ତୁ ଯେଉଁମାନେ ଆମ ନିବେଦନ ପରେ ମଧ୍ୟ ଫେରେଇବେ ନାହିଁ । ପଛରେ ଧରା ପଡିବେ । ନିଶ୍ଚୟ ଭାବେ ଆମେ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ । ଜାନୁଆରୀ 31 ମଧ୍ୟରେ ସରକାରୀ ଅଧିକାରୀ ରାସନ କାର୍ଡ ଫେରାଇବାକୁ କହିଦେଇଛୁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ଏହାମଧ୍ୟ ପଢନ୍ତୁ... |