ଓଡିଶା

odisha

By ETV Bharat Odisha Team

Published : Mar 28, 2024, 12:05 PM IST

ETV Bharat / state

ଭକ୍ତଙ୍କ ଦମ୍ଭୋକ୍ତି, ବହୁମତ ପାଇ ଓଡିଶାରେ ସରକାର ଗଠନ କରିବ କଂଗ୍ରେସ - Odisha Assembly Election

Odisha Assembly Election: ବିମାନ ବନ୍ଦରରେ ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ କର୍ମୀଙ୍କ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ଓଡ଼ିଶାରେ କଂଗ୍ରେସ ବହୁମତ ପାଇ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କଲେ ଭକ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat

ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ କର୍ମୀଙ୍କ ସ୍ବାଗତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ କର୍ମୀଙ୍କ ସ୍ବାଗତ । ଏକ ବିଶାଳ ଶୋଭାଯାତ୍ରାରେ ଆସି କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲେ ଭକ୍ତ ଚରଣ ଦାସ । ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା କରାଯାଇଥିଲା । କଂଗ୍ରେସ ଭବନରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । ଏଥି ସହ ରାଜ୍ୟରେ ଚଳିତ ଥର କଂଗ୍ରେସର ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଭକ୍ତ କହିଛନ୍ତି, ‘‘ଅନ୍ଧକାର, ମିଛ, ପ୍ରତାରଣା, ଓଡ଼ିଶାକୁ ଲୁଣ୍ଠନ ଓଡି଼ଶାର ମହତ୍ତ୍ବକୁ ଶେଷ କରିଥିବା ଓ ବାହାରର ଲୋକଙ୍କୁ ଆଣି ଏହି ରାଜ୍ୟକୁ ପରାଧିନ କରି ଯେଉଁ ଶାସନ କରାଯାଉଛି ଏଥି ପାଇଁ ଓଡି଼ଶାର ଲୋକ ମର୍ମାହତ ଅଛନ୍ତି । ବେକାରୀ ସମସ୍ୟା ରାଜ୍ୟରେ ବୃଦ୍ଧି ହେଉଛି, ଦରଦାମ ମଧ୍ୟ ବୃଦ୍ଧି ହେଉଛି, ନାରୀଙ୍କୁ ନ୍ୟାୟ ମିଳୁନାହିଁ । ମହିଳାଙ୍କୁ ଶସକ୍ତ କରିବାକୁ କୌଣସି ଦୃଢ ଯୋଜନା ନାହିଁ, ଯେପରିକି କଂଗ୍ରେସ କରିଛି ଜଣେ ମହିଳାଙ୍କୁ ଲକ୍ଷେ ଟଙ୍କା ବର୍ଷକୁ ଦିଆଯିବ । ଏପରି କୌଣସି ଯୋଜନା ନକରି ଏସଏଚଜି ଗ୍ରୁପ ମହିଳା ମାନଙ୍କୁ ଭିକ ଦେଇ ପ୍ରତାରଣା କରି ତାଙ୍କର ଭୋଟକୁ ଲୁଣ୍ଠନ କରୁଛନ୍ତି । ଆସନ୍ତା ଦିନରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବ । ଆସନ୍ତା ୨୦ ଦିନ ମଧ୍ୟରେ ସାରା ରାଜ୍ୟରେ କଂଗ୍ରେସର ପ୍ରଚାର ଅତି ଦୃତ ଗତିରେ ଆଗେଇଯିବ । ଓଡ଼ିଶାର ଜନସାଧାରଣ ଉଭୟ ବିଜେଡ଼ି ଓ ବିଜେପିର ମିଳିତ ସରକାରଙ୍କୁ ୨୫ ବର୍ଷ ଧରି ଏ ରାଜ୍ୟରେ ଶାସନ କରିବାର ସୁଯୋଗ ଦେଲେ । କିନ୍ତୁ ଏ ରାଜ୍ୟ କୌଣସି କ୍ଷେତ୍ରରେ ଆଜି ସ୍ୱାବଲମ୍ବୀ ହୋଇପାରିଲା ନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉତ୍କଟ । ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି । ବେକାରୀ ସମସ୍ୟା ଆଜି ଶୀର୍ଷ ସ୍ତରରେ ପହଞ୍ଚିଛି । ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାପାଇଁ ବାହାରକୁ ଯାଉଛନ୍ତି । ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟର କୃଷକମାନଙ୍କର ଆୟକୁ ବୃଦ୍ଧି କରାଯାଇ ପାରିଲାନାହିଁ । ''

ଏହା ମଧ୍ୟ ପଢନ୍ତୁ-ରାଜ୍ୟ କଂଗ୍ରେସରେ ପରିବର୍ତ୍ତନ: ହଟିଲେ ବିଜୟ, ଭକ୍ତ ଚରଣ ନୂଆ ପ୍ରଚାର କମିଟି ଅଧ୍ୟକ୍ଷ - OPCC Campaign Committee

ସେ ଆହୁରି ମଧ୍ୟ କହିଛନ୍ତି, ''ରାଜ୍ୟର ଆଦିବାସୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଶିକ୍ଷା ପାନୀୟ ଜଳ, ରୋଜଗାର ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ । କିନ୍ତୁ ଏ ସରକାର କେବଳ ଗଣମାଧ୍ୟମରେ ବିକାଶ ହୋଇଛି ବୋଲି କହି ବାଃ ବାଃ ନେବାକୁ ପଛାଉ ନାହାନ୍ତି । ଓଡ଼ିଶାର ଜନସାଧାରଣ ଆଜି ସଜାଗ ହୋଇଛନ୍ତି ଏମାନଙ୍କ ସମ୍ପର୍କ କେବଳ ଓଡ଼ିଶାର ସମ୍ପତ୍ତିକୁ ଲୁଟ କରିବାପାଇଁ କିନ୍ତୁ ଓଡ଼ିଶାର ବିକାଶ ଏମାନଙ୍କ ଚିନ୍ତାରେ ନାହିଁ । ଆଉ କେତେବର୍ଷ ଶାସନ କଲାପରେ ଓଡ଼ିଶାର ମୌଳିକ ସମସ୍ୟାକୁ ସମାଧାନ କରାଯାଇପାରିଥାନ୍ତା । ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇବାର ଯୁଗ ଶେଷ ହେଲା । ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଓଡ଼ିଶାରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବ । ଯେଉଁମାନଙ୍କର କଂଗ୍ରେସ ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ଅଛି ସେମାନେ କଂଗ୍ରେସ ଦଳକୁ ଫେରିଆସନ୍ତୁ ।''

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଆମ୍ବେଦକର, ଇନ୍ଦିରା ଗାନ୍ଧୀ ସମେତ ରାଷ୍ଟ୍ରନାୟକଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଅପ୍ରଣ କରିଥିଲେ ଭକ୍ତ ଚରଣ ଦାସ । କଂଗ୍ରେସ ଦ୍ବାରା ଆଯୋଜିତ ରାଲିରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ରମେଶ ଜେନା, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details