ଭୁବନେଶ୍ବର:ସାମ୍ବାଦିକ ସମ୍ମିଳନୀ କରି ରାଜ୍ଯ ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ। ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, "ରାଜ୍ୟ ରାଜକୋଷର ଅର୍ଥ ବିଜୁ ଜନତା ଦଳ ବା ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ପାଣ୍ଠି ନୁହେଁ। ନିର୍ବାଚନ ଆସିଲେ ନବୀନ ବାବୁ ନୂଆ ନୂଆ ଲଲିପପ୍ ଧରାଇବାରେ ଓସ୍ତାଦ। ୨୪ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାରେ ରହିଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶା ଯୁବକ ଓ ଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ କୌଣସି ଠୋସ ନିଷ୍ପତ୍ତି ନେଇନାହାନ୍ତି। ଯେଉଁମାନେ ୧୮ ରୁ ୪୦ ବର୍ଷ ଭିତରେ ସେମାନଙ୍କୁ ଦୀର୍ଘ ୨୪ ବର୍ଷ ଧରି ଅବହେଳିତ କରି ରଖାଯାଇଛି । ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁଙ୍କର ଓଡ଼ିଶାର ଯୁବକ, ଯୁବତୀ, କୃଷକ ଏବଂ ଅନ୍ୟ ଅବହେଳିତ ବର୍ଗଙ୍କ କଥା ମନେପଡ଼େ। ରାଜ୍ୟର ଶାସନ ବ୍ୟବସ୍ଥାକୁ ଠିକାରେ ଦେଇ ଯୁବବର୍ଗ ଓ କୃଷକଙ୍କୁ ଉପହାସ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ।
"ଓଡ଼ିଶା ସରକାରଙ୍କ କ୍ୟାବିନେଟରେ ୨୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ପ୍ରସ୍ତାବ ପାରିତ ହୋଇଥିଲା। ସେଥିରୁ ସ୍ଵୟଂ ଯୋଜନା ଅନ୍ୟତମ। ଏହି ଯୋଜନା ଅନୁସାରେ, ଓଡ଼ିଶାର ଯୁବକ ଓ ଯୁବତୀ ସ୍ବାବଲମ୍ବୀ ହୋଇ ରୋଜଗାର ପାଇଁ ୧ ଲକ୍ଷ ଟଙ୍କା ଋଣ ମିଳିବ ବୋଲି ଘୋଷଣା କରାଗଲା। ଏହି ଋଣକୁ ୪ ବର୍ଷ ଭିତରେ ବିନା ସୁଧରେ ଫେରସ୍ତ କରାଯିବ। ୧ ଲକ୍ଷ ଟଙ୍କା ଋଣରେ ଚା' ଓ ପକୋଡ଼ି ଦୋକାନ ଛଡ଼ା ଅନ୍ୟ କ’ଣ ବ୍ୟବସାୟ ଆରମ୍ଭ ହୋଇପାରିବ?" ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ କାନୁନଗୋ।
ସ୍ବୟଂ ଯୋଜନାକୁ କଂଗ୍ରେସର ସମାଲୋଚନା: "ଚାକିରି ନଦେଇ ଋଣ ଦେବା ଦେବାଳିଆ ପଣର ପ୍ରମାଣ" - ଓଡ଼ିଶା କଂଗ୍ରେସ
Congress Targets State Govt: ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟର ଶାସନ ବ୍ୟବସ୍ଥାକୁ ଠିକାରେ ଦେଇ ଯୁବବର୍ଗଙ୍କୁ ରାଜ୍ୟ ସରକାର ଉପହାସ କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ,
Published : Feb 14, 2024, 1:21 PM IST
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ନିଶ୍ଚିତ ନିଯୁକ୍ତି ଦେବା ପରିବର୍ତ୍ତେ ଶିକ୍ଷିତ ଯୁବକ ଯୁବତୀଙ୍କୁ ଋଣ ଦେବା ଏ ରାଜ୍ୟ ସରକାରଙ୍କର ଦେବାଳିଆ ପଣର ଏକ ବଡ଼ ପ୍ରମାଣ। ଓଡ଼ିଶା ସରକାର ପ୍ରତିବର୍ଷ ୨ ଲକ୍ଷ ଚାକିରି ସୃଷ୍ଟି କରିବା ପାଇଁ ଓଡ଼ିଶାରେ ଯୁବବର୍ଗଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏଗୁଡ଼ିକ ନିର୍ବାଚନ ପୂର୍ବରୁ ଯୁବବର୍ଗଙ୍କ ଭୋଟକୁ ହାତେଇବା ପାଇଁ ଆଉ ଏକ ଲଲିପପ୍। ସବୁଠାରୁ ଦୁଃଖ ଓ ନୈରାଶର କଥା ଯେ ରାଜ୍ୟରେ ୨ ଲକ୍ଷ ୩୬ ହଜାରରୁ ଅଧିକ ପଦବୀ ଦୀର୍ଘ ବର୍ଷ ଧରି ପଡ଼ିରହିଛି। କିନ୍ତୁ ଏ ସବୁକୁ ପୁରଣ କାହିଁକି କରାଯାଉନାହିଁ ? ରାଜ୍ୟର ଭବିଷ୍ୟତ ଯୁବବର୍ଗଙ୍କ ହାତରେ । ଯୁବବର୍ଗ ହତାଶ, ଦିଶାହୀନ ହୋଇ ଘନ ଅନ୍ଧାକାର ଭିତରେ ନିଜର ଭବିଷ୍ୟତକୁ ଖୋଜୁଥିଲାବେଳେ ୧ ଲକ୍ଷ ଟଙ୍କା ଯୋଜନା ରାଜ୍ୟର କେଉଁ ପରିସ୍ଥିତିକୁ ପରିବର୍ତ୍ତନ କରିବ? ତାହାର ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ।"
ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ଆସିଲେ ଯୋଜନା ଆସେ, ସବୁ ଲଲିପପ୍: ନରସିଂହ
"୨୪ ବର୍ଷ ଭିତରେ ରାଜ୍ୟର ଗୋଟିଏ ବି କୃଷିଭିତ୍ତିକ ଶିଳ୍ପ ଏ ସରକାର କରିନାହାନ୍ତି। ଚଣ୍ଡିଖୋଲର ଯେଉଁ ଝୋଟ ଶିଳ୍ପଟି କଂଗ୍ରେସ ସରକାର ସମୟରେ ଚାଲିଥିଲା, ତାକୁ ଏ ସରକାର ବନ୍ଦ କରିଦେଲେ। ଏବେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାର ୯୫ ଲକ୍ଷ ୯୦ ହଜାର ଉପଭୋକ୍ତାଙ୍କୁ ୧ ହଜାର ଟଙ୍କା ଲେଖାଏଁ ଏବଂ ଦୁଇଟି ବ୍ୟାଗ ଦିଆଯାଉଛି। ଏହାଦ୍ବାରା ରାଜ୍ୟର ୨୭୮.୮୫ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବିଜୁ ଜନତା ଦଳର ପ୍ରଚାର ଓ ପ୍ରସାର ପାଇଁ ଖର୍ଚ୍ଚ କରାଯାଉଛି। ବ୍ୟାଗରେ 5Tର ଲୋଗୋ ଏବଂ ଶଙ୍ଖ ଚିହ୍ନକୁ ସ୍ଥାନିତ କରିବା ପାଇଁ ରାଜ୍ୟର ଖଟିକିଆ ଗରିବଙ୍କ ପଇସାକୁ ବ୍ୟୟ କରାଯାଉଛି" ବୋଲି କହି ବର୍ଷିଛି କଂଗ୍ରେସ ।
ଇଟିଭି ଭାରତ, ଭୁବନେଶ୍ବର