ଓଡିଶା

odisha

By ETV Bharat Odisha Team

Published : Feb 24, 2024, 10:29 PM IST

ETV Bharat / state

ସରକାରଙ୍କ ବିଫଳତା ବିରୋଧରେ ଗର୍ଜିବ କଂଗ୍ରେସ, ଲୋକ ସେବା ଭବନ ଘେରିବ ଦଳ

Congress Press Meet: ଆସନ୍ତା ୨୬ତାରିଖ ଦିନ ରାଜଧାନୀରେ ଗର୍ଜିବ କଂଗ୍ରେସ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦୁର୍ନିତି ବିରୋଧରେ ସଚିବାଳୟ ଘେରାଓ କରିବା ଦଳ । ଅଧିକ ପଢନ୍ତୁ

ସରକାରଙ୍କ ବିଫଳତା ବିରୋଧରେ ଗର୍ଜିବ କଂଗ୍ରେସ , ଲୋକ ସେବା ଭବନ ଘେରିବ ଦଳ
ସରକାରଙ୍କ ବିଫଳତା ବିରୋଧରେ ଗର୍ଜିବ କଂଗ୍ରେସ , ଲୋକ ସେବା ଭବନ ଘେରିବ ଦଳ

ସରକାରଙ୍କ ବିଫଳତା ବିରୋଧରେ ଗର୍ଜିବ କଂଗ୍ରେସ , ଲୋକ ସେବା ଭବନ ଘେରିବ ଦଳ

ସମ୍ବଲପୁର: ରାଜଧାନୀରେ ଗର୍ଜିବ କଂଗ୍ରେସ । ସଚିବାଳୟ ଘେରିବ ଦଳ ।ଆସନ୍ତା ୨୬ ଫେବୃଆରୀ (ସୋମବାର) ଦିନ ଭୁବନେଶ୍ବରରେ ରାଜ୍ୟ ଏବଂ କେନ୍ଦ୍ରର ସରକାରର ବିଫଳତା ଓ ଦୁର୍ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଏନେଇ ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରସ୍ତୁତି ନେଇ ସୂଚନା ଦିଆଯାଇଛି ।

ସମ୍ବଲପୁର ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ଯେ, ଦୀର୍ଘ ୨୪ ବର୍ଷ ଧରି ବିଜେଡ଼ି ସରକାର ଏବଂ ୧୦ ବର୍ଷ ଧରି କେନ୍ଦ୍ର ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ପାଳନରେ ସମ୍ପୂଣ୍ଣ ବିଫଳ ହୋଇଛନ୍ତି । ମୌଳିକ ସେବା ଯୋଗାଇଦେବା ପରିବର୍ତ୍ତେ ରାଜ୍ୟ ଏବଂ କେନ୍ଦ୍ର ରକାର ସାଧାରଣ ଜନତାଙ୍କୁ ଲୁଟ କରୁଛନ୍ତି । ଦୀର୍ଘ ୨୪ବର୍ଷ ଭିତରେ ରାଜ୍ୟ ସରକାର ଦୁର୍ନୀତିର ପାହାଡ଼ ସୃଷ୍ଟି କରିଛନ୍ତି । ଦୁର୍ନୀତିଖୋରଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ କେନ୍ଦ୍ର ସରକାକ ବାରମ୍ବାର ପୁରସ୍କୃତ କରୁଛନ୍ତି ସରକାର ।

୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ୨୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି, ୩୩ ହଜାର କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଯୋଜନାର ଠିକା ଦୁର୍ନୀତି, ବିଦ୍ୟୁତ କ୍ଷେତ୍ରର ଭିତ୍ତିଭୂମିର ପୁର୍ନବିନ୍ୟାସ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚର ଦୁର୍ନୀତି, ରାଜ୍ୟରେ ବଢ଼ି ଚାଲିଥିବା ବେକାରୀ ସମସ୍ୟା । ଏହାସହ ଧାନର ଅଭାବି ବିକ୍ରୀ ତଥା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହାକି ସର୍ବସମ୍ମତି କ୍ରମେ ବିଧାନସଭାରେ ୨୯୩୦ ଟଙ୍କା ହେଉ ବୋଲି ନିଷ୍ପତ୍ତି ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବା, ଦୀର୍ଘ ୨୦ ବର୍ଷ ପରେ ମଧ୍ୟ ରାଜ୍ୟର ସମସ୍ତ ବ୍ଳକକୁ ୩୫% ଜଳସେଚନ ଯୋଗାଇବାରେ ବିଫଳତା, ଚାଷୀ ଆତ୍ମହତ୍ୟା, କୃଷକ ଋଣଭାର ଆଦି ସମସ୍ୟାକୁ ପ୍ରସଙ୍ଗ କରି କଂଗ୍ରେସ ଆନ୍ଦୋଳନ କରିବ ବୋଲି ସୂଚନା ଦିଆଯାଇଛି l

ଏହା ମଧ୍ୟ ପଢନ୍ତୁ .....ବିଜେଡି ଓ ବିଜେପିର ବିଫଳତା ଓ ଦୁର୍ନୀତି ବିରୋଧରେ ଗର୍ଜିବ କଂଗ୍ରେସ, ୨୬ରେ ଘେରିବ ସଚିବାଳୟ

ଏହା ସହ ରାଜ୍ୟରେ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ହୋଇନପାରିବା ଏବଂ ମହିଳାମାନଙ୍କର ସମସ୍ୟା ଉତ୍କଟ ଓ ବିପଦଜନକ ଅଟେ ବୋଲି କହିଛି କଂଗ୍ରେସ । ରାଜ୍ୟରେ ପ୍ରତିଦିନ ୭ଜଣ ମହିଳାଙ୍କୁ ଧର୍ଷଣ କରାଯାଉଥିଲା ବେଳେ ସେଥି ମଧ୍ୟରୁ ୪ ଜଣ ନାବାଳିକା ବୋଲି ଅଭିଯୋଗ କରିଛି କଂଗ୍ରେସ । ନାବାଳିକା ଚାଲାଣରେ ରାଜ୍ୟ ତାଲିକାରେ ଓଡିଶା ଆଜି ଭାରତ ବର୍ଷର ପ୍ରଥମ ସ୍ଥାନରେରେ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।ଦୀର୍ଘ ୨୪ ବର୍ଷ ଭିତରେ ଏ ରାଜ୍ୟରେ ମହିଳା, ଛାତ୍ର, ଯୁବକ, ଶ୍ରମିକ, କୃଷକ କେହି ଶାନ୍ତିରେ ନାହାନ୍ତି । ରାଜ୍ୟ ସରକାର ନିଜର ଅପାରଗତାକୁ ଦକ୍ଷତା ବୋଲି କେବଳ ପ୍ରଚାର କରୁଛନ୍ତି । ଏ ରାଜ୍ୟକୁ ସମ୍ପୂର୍ଣ୍ଣ ବିନାଶ କରିବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ନେତୃବୃନ୍ଦ ଏକ ଖସଡ଼ା ପ୍ରସ୍ତୁତ କରିଥିବା ଅଭିଯୋଗ କରିଛନ୍ତି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ହଜାର ହଜାର ପଦବୀ ବର୍ଷ ବର୍ଷ ଧରି ଫାଙ୍କା ପଡ଼ିଛି ।

ଏ ସମସ୍ତ ବିଫଳତାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୨୬ ତାରିଖ (ସୋମବାର) ଦିନ ୧୧ ଟା ସମୟରେ ଭୁବନେଶ୍ୱର ରାଜ୍ୟ ସଚିବାଳୟ (ଲୋକସେବା) ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details