ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କଲେ ଅଜୟ କୁମାର, କହିଲେ ମୋଦି ସବୁଥିରେ ଦୁର୍ବଳ - Ajoy Kumar Press Meet - AJOY KUMAR PRESS MEET

Ajoy Kumar criticizes PM Modi: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । କହିଲେ 'ମୋଦି ସବୁଥିରେ ଦୁର୍ବଳ' । ଅଧିକ ପଢନ୍ତୁ

Dr Ajoy Kumar
Dr Ajoy Kumar (ETV Bharat Odisha)

By ETV Bharat Odisha Team

Published : May 13, 2024, 5:52 PM IST

ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କଲେ ଅଜୟ କୁମାର (ETV Bharat Odisha)

ଭୁବନେଶ୍ବର:ମୋଦି ସବୁଥିରେ ଦୁର୍ବଳ । ଗଣିତ ଶିକ୍ଷା ମଧ୍ୟ ତାଙ୍କର ନାହିଁ । ଦେଶରୁ ଏଥର ମୋଦି ସରକାର ଯାଉଛି ଏହା ସ୍ପଷ୍ଟ ହୋଇଯାଇଛି । ଏହା ମୁଁ କହୁନି ଜଣେ ବରିଷ୍ଠ ନେତା ଏହା ସୋସିଆଲ ମିଡ଼ିଆରେ କହିଛନ୍ତି । ଏପରି ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସେପଟେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ସେ ଓଡ଼ିଶାବାସୀଙ୍କୁ ଅପିଲ୍‌ କରିଛନ୍ତି ।

ଏନେଇ ଅଜୟ କୁମାର କହିଛନ୍ତି, " ମୋଦି ସବୁଥିରେ ଦୁର୍ବଳ । ଗଣିତ ଶିକ୍ଷା ମଧ୍ୟ ତାଙ୍କର ନାହିଁ । ମେ ୨ରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଲେ ଆମ ପାଖରେ 360 ସିଟ ଅଛି ନବୀନ ବାବୁଙ୍କ ସମର୍ଥନରେ ଆମେ 400 ଟାର୍ଗେଟ ନେଇଯିବୁ । କିନ୍ତୁ ଓଡ଼ିଶାରେ ତ ମୋଟ 21 ସାଂସଦ । 21 ସାଂସଦ ମିଶିଲେ କଣ 400 ହେଉଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଭାରୀ । ଦେଶରେ ଘୃଣାକୁ ବୃଦ୍ଧି କରାଉଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କର ଅଭିଭାଷଣ ଶୁଣିଲେ ଲାଗୁଛି ଗଳିର ଗୁଣ୍ଡା ନେତା କିଏ ଭାଷଣ ଦେଉଛି । ବିଜେପି ନେତା ମଧ୍ୟ ଜାଣି ସାରିଲେଣି କେନ୍ଦ୍ରରେ ବିଜେପି ସରକାର ହଟୁଛି । ସେଥିପାଇଁ ଅନୁରାଗ ଠାକୁର, ଚିରାଗ ପାସୱାନ ତାଙ୍କର ମନ୍ତବ୍ୟ ପରିବର୍ତ୍ତନ କଲେଣି । ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଛନ୍ତି ବିଜେପି ନେତା ।"

ଏହା ବି ପଢନ୍ତୁ- 'ବିଜୁବାବୁ 5ଥର ନିର୍ବାଚନ ହାରିଥିଲେ, ଏଠି ଗୁମାସ୍ତା କହୁଛନ୍ତି ନିର୍ବାଚନ ହାରିଲେ ସନ୍ନ୍ୟାସ ନେବି'

ସେ ଆହୁରି କହିଛନ୍ତି, " ନିର୍ବାଚନରେ ତାନାସାହି ମୋଦି ସରକାରକୁ ତଡିବାକୁ ପଡିବ । କାରଣ ଦେଶରେ ସାଧାରଣ ଜନତାଙ୍କ ଅଧିକାରକୁ ଛଡାଇ ନେଇଛି ବିଜେପି ସରକାର । ଯିଏ ସ୍ୱର ଉତ୍ତୋଳନ କରିବ ତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଡରରେ ଡରୁଛନ୍ତି କେନ୍ଦ୍ର ସରକାର । ଏହା ହେଉଛି ଦେଶର ଆତ୍ମ ଉପରେ ଆକ୍ରମଣ । ଦେଶରୁ ଏଥର ମୋଦି ସରକାର ଯାଉଛି ଏହା ସ୍ପଷ୍ଟ ହୋଇଯାଇଛି । ଏହା ମୁଁ କହୁନି ଜଣେ ବରିଷ୍ଠ ନେତା ଏହା ସୋସିଆଲ ମିଡିଆରେ କହିଛନ୍ତି । ତେଣୁ ଆମେ ଅନୁରୋଧ କରୁଛୁ ଦେଶକୁ ବଞ୍ଚାଇବା ପାଇଁ ଇଣ୍ଡିଆ ମେଣ୍ଟକୁ ଭୋଟ ଦିଅନ୍ତୁ ।"

ଅନ୍ୟପଟେ ସେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ AI ଫେକ୍‌ ଭିଡିଓ ଅଭିଯୋଗ ଆଣି ଟାର୍ଗେଟ କରିଛନ୍ତି । ଅଜୟ କୁମାର କହିଛନ୍ତି ଯେ AIରେ ଇଣ୍ଟେଲିଜେନ୍ସି ଶବ୍ଦ ଆସେ । ହେଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିକଟରେ ଇଣ୍ଟେଲିଜେନ୍ସି ମଧ୍ୟ ନାହିଁ । ତାଙ୍କ ଭିଡିଓରୁ ସେପରି ଜଣାପଡ଼େ ବୋଲି କହିଛନ୍ତି ଅଜୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details