ଓଡିଶା

odisha

ETV Bharat / state

କୁଖ୍ୟାତ ଅପରାଧୀ କାହ୍ନୁ ଚମ୍ପତିକୁ ତଡିପାର, ଘୋଷଣା କଲେ ପୋଲିସ କମିଶନର - EXTERNMENT TO KANHU CHAMPATI - EXTERNMENT TO KANHU CHAMPATI

EXTERNMENT TO KANHU CHAMPATI: ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ଚମ୍ପତିକୁ ତଡିପାର ଘୋଷଣା କରିଛି କମିଶନରେଟ୍ ପୋଲିସ । ତା' ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ

କୁଖ୍ୟାତ ଅପରାଧୀ କାହ୍ନୁ ଚମ୍ପତିକୁ ତଡିପାର, ଘୋଷଣା କଲେ ପୋଲିସ କମିଶନର
କୁଖ୍ୟାତ ଅପରାଧୀ କାହ୍ନୁ ଚମ୍ପତିକୁ ତଡିପାର, ଘୋଷଣା କଲେ ପୋଲିସ କମିଶନର (ETV BHARAT ODISHA)

By ETV Bharat Odisha Team

Published : May 6, 2024, 10:28 PM IST

ଭୁବନେଶ୍ବର:କୁଖ୍ୟାତ ଅପରାଧୀଙ୍କୁ ବିରୋଧରେ କଠୋର ପଦକ୍ଷେପ । କାହ୍ନୁ ଚମ୍ପତିକୁ ତଡିପାର ଘୋଷଣା କଲା କମିଶନରେଟ୍ ପୋଲିସ । ଆଉ ଚାଲି ପାରିବନି ଏହି ଅପରାଧୀର ଦାଦାଗିରି କି ଚୋରି ଛିନତାଇ । ତଡିପାର ଘୋଷଣା କରିଛି କମିଶନରେଟ ପୋଲିସ । ପୋଲିସ ରେକର୍ଡ ଅନୁସାରେ ୫ରୁ ଉର୍ଦ୍ଧ୍ବ ଅପରାଧିକ ମାମଲାରେ ସମ୍ପୃକ୍ତ କାହ୍ନୁ ଚମ୍ପତିର ଘର ରସୁଲଗଡ ଛକ ପାଲା ମଣ୍ଡପର ପ୍ଲଟ ନମ୍ବର ୬୫୮ରେ ବୋଲି ଜଣାପଡ଼ିଛି । ଯିଏ କି ନିଜକୁ ସଜାଇଥିଲା ରସୁଲଗଡର ଦାଦା । ଲୋକଙ୍କୁ ମାରପିଟ୍ କରିବା, କଥା କଥାରେ ଆକ୍ରମଣ କରିବା ,ଦାଦାବଟି ଆଦାୟ କରିବା ଏବଂ ମୋବାଇଲ ଛିନତାଇ ଭଳି କାର୍ଯ୍ୟରେ ଲିପ୍ତ ଥିଲା କାହ୍ନୁ ।

ଭୁବନେଶ୍ୱର ମାଟି ମାଡି ପାରିବନି ଏହି କୁଖ୍ୟାତ କ୍ରିମିନାଲ । କାରଣ ଯାହାର ଉପସ୍ଥିତି ସମାଜ ପାଇଁ ହେବ ଭୟର ବାତାବରଣ । ଯାହାର ରୋଜଗାର କୌଣସି ପନ୍ଥା ନଥାଇ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିବା ନିଶା । ଲୋକଙ୍କୁ ଭୟ ଦେଖାଇ ସର୍ବ ସାଧାରଣରେ ଅସ୍ତ୍ରଶସ୍ତ୍ର ଦେଖାଇବା ଭଳି ଯାହାର କାରନାମା । ସେଭଳି ଅପରାଧୀକୁ ବାହାରେ ରହିଲେ ବିପଦ ଆଶଙ୍କା କରି ତାକୁ ମଞ୍ଚେଶ୍ବର ଥାନା ଅଞ୍ଚଳରେ ନ ପଶିବାକୁ ଏଭଳି ତଡିପାର ଘୋଷଣା କରାଯାଇଛି । ତଡିପାର ନିଷ୍ପତ୍ତି ନେବା ପରେ ଡିସିପି ଭୁବନେଶ୍ୱର ଓ ଡିଜି ଅଫିସ କଟକ ସହ ଗୃହ ବିଭାଗକୁ ମଧ୍ୟ ଏନେଇ ଜଣାଇଛନ୍ତି ପୋଲିସ କମିଶନର ।

ତେବେ କାହ୍ନୁ ନାରେ ରହିଛି ଏକାଧିକ ଅପରାଧି ମାମଲା । ଗତ ୩ଏପ୍ରିଲ ୨୦୨୪ରେ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଦାଦାବଟି ମାମଲାରେ ଗିରଫ ହୋଇଥିଲା । ତା ପୂର୍ବରୁ ସେ ୨୦୨୩ ମସିହା ୩ ଜୁନରେ କାଶିନାଥ ନାମକ ଜଣେ ବ୍ୟକ୍ତି ତାର ଘର ଆଗରେ ଡ୍ରେନ ବ୍ଲକେଜ ଦେଖିଥିବା ସମୟରେ କାହ୍ନୁ କରିଥିଲା ମରଣାନ୍ତକ ଆକ୍ରମଣ ଯାହାକୁ ନେଇ ମଞ୍ଚେଶ୍ବର ଥାନାରେ ହୋଇଥିଲା ଅଭିଯୋଗ । ସେହିପରି ବାଲେଶ୍ବର ସୋରୋ ଅଞ୍ଚଳର ଅଂଶୁମାନ ନାୟକ ନାମକ ଜଣେ ବ୍ୟକ୍ତି ସକାଳ ୭ଟା ସମୟରେ ରସୁଲଗଡ ଛକ ଫରେନସିକ ଲ୍ୟାବ ନିଟକଟ ଦେଇ ଯିବାବେଳେ ତାଙ୍କ ମୋବାଇଲ ଛଡାଇ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ.....ରାଜ୍ୟର ୨୪୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ଜଣଙ୍କ ନାଁରେ ଅପରାଧିକ ମାମଲା, ଶୀର୍ଷରେ ବିଜେପି - ADR Report

ସେହିପରି ୩୦ ସେପ୍ଟେମ୍ବରରେ ରସୁଲଗଡ ପାଲାମଣ୍ଡପ ପାଖରେ ଥିବାବେଳେ ସେହି ଠାରେ ଗୋଲେଇ ପୁହାଣ ନାମକ ବ୍ୟକ୍ତିଙ୍କର ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲା । ୨୦୧୪ ମସିହାରେ ମଧ୍ୟ ୧୨ ଜୁନରେ ସୁକାନ୍ତ ସମାଲ ନାମକ ଜଣେ ବ୍ୟକ୍ତି ନିଜର ଗାଡି ନେଇ ମଞ୍ଚେଶ୍ବରରେ ପାର୍କିଂ ବେଳେ ତାଙ୍କୁ ବଟି ଦେବାକୁ ଦାବି କରିଥିଲା ।ଏନେଇ ମନା କରିବାରୁ ତାର ଅଟୋକୁ ଆକ୍ରମଣ କରି କାଚ ଭାଙ୍ଗି ଦେଇଥିଲା । ସେହିପରି ୨୦୧୧ ମସହାରେ ମଧ୍ୟ ସବିତା ଚମ୍ପତି ନାମକ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଦାଦାବଟି ମାଗିବା ଲୋକଙ୍କ ସହ ଗଣ୍ଡଗୋଳ କରିବା ଭଳି ୬ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି କାହ୍ନୁ ନାଁରେ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details