ଭୁବନେଶ୍ବର: ଦେଶରେ ଲୁଟର ଆତଙ୍କ ରଚିଥିବା ଗ୍ୟାଙ୍ଗ କମିଶନରେଟ ପୋଲିସ କବଜାରେ । କର୍ଣ୍ଣାଟକ ପୋଲିସ ଧରିବାକୁ ଛକିଥିବା ବେଳେ ହେଲେ ଭୁବନେଶ୍ବରରୁ ଧରାପଡିଲେ କୁଖ୍ୟାତଏରାଗୋଲା ଲୁଟେରା ଗ୍ୟାଙ୍ଗ୍ । କମିଶନରେଟ ପୋଲିସ କାବୁ କରିଛି ୧୧ଜଣିଆ କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ । ଏନେଇ ଏହି ଲୁଟେରା ଗ୍ୟାଙ୍ଗର ଖୁଲାସା କରିଛନ୍ତି ପୋଲିସ କମିଶନର ।
ପୋଲିସ କମିଶନର କହିଛନ୍ତି ଯେ, ବାଇକରେ ବୁଲୁଥିଲେ ବାଟୁଳିରେ ଲୁଟୁଥିଲେ । ବ୍ୟାଙ୍କ ଓ ବଣିଆ ଦୋକାନ ସାମ୍ନାରେ ଛକି ଲୁଟପାଟ କରୁଥିଲେ । ଟଙ୍କା ଓ ଗହଣା ଉପରେ ଥିଲା ନଜର । ଏମାନଙ୍କ ବିଶେଷ ନଜର ଅଲଗା ଅଲଗା ହୋଇ ବିଭିନ ସ୍ଥାନରେ ଘର ଭଡ଼ା ନେଇ ରହୁଥିଲେ । ଭୁବନେଶ୍ବର ସହର ସାରା ବୁଲି ଲୁଟପାଟ କରୁଥିଲେ । ଏହି କୁଖ୍ୟାତ ଏରାଗୋଲା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଗ୍ୟାଙ୍ଗର ୧୧ଜଣ ଧରାପଡ଼ିଥିବା ବେଳେ ଏବେବି କିଛି ଫେରାର ରହିଛନ୍ତି । ତେବେ ଏମାନଙ୍କ ନାଁରେ ରହିଛି ୨୭ଟି ଅପରାଧିକ ମାମଲା । ଯେଉଁଥିରେ ରହିଛି କାର କାଚ ଭାଙ୍ଗି ଲୁଟ କରିବା ୨ଟି କେସ, ଡିକି ଭାଙ୍ଗି ବ୍ୟାଗ ଚୋରି ୫ଟି,ମୋଟର ସାଇକେଲ ଚୋରି ୨ଟି,ମୋବାଇଲ ଚୋରି ୫ଟି କେସ ସହ ସୁନା ଚେନ ଝାମ୍ପିବା ୧୩ଟି କେସ ରହିଛି । ଭୁବନେଶ୍ବରର ୨୩ଟି କେସ ସହ ଭୁବନେଶ୍ବର ବାହାରେ ସାଲେପୁର, ରାଜନଗର, ଗୋଳନ୍ଥରା, ଆନ୍ଧ୍ରର ମଧ୍ୟ କେସ ରହିଛି ।
ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବିନୋଦ ଦାସ, ଅନିଲ ଦାସ,ଏମ ରାଜା ,ଶିବ ଦାସ,ଏ ପ୍ରସାଦ ,ପି ଅଜୟ ,ଏ ଅଶୋକ,ପି ସୁବାଷ,ଡି ଶ୍ରିନିବାସ,ସମିର ପ୍ରଧାନ,ଏନ୍ ରାଜଶେଖର ଆଚାରି ରହିଛନ୍ତି । ଗିରଫ ପରେ ସେମାନଙ୍କ ଠାରୁ ୬ଟି ଗାଡି ,୫୦ଟି ଫୋନ,୧୭ଟି ସୁନା ଚେନ,୨୫ଗ୍ରାମର ଅଳଙ୍କାର, ୨ଲକ୍ଷ ୫୦ହଜାର ଟଙ୍କାର କ୍ୟାସ ଓ କିଛି ବାଟୁଳି ଓ ମାଟି ବାଟୁଳା ଓ ଡିକିତଡା କଟର ମଧ୍ୟ ଜବତ କରାଯାଇଛି । ଏମାନଙ୍କର ଲିଡର ଥିଲା ରାଜଶେଖର ଆଚାରୀ ଯେ କି ଆନ୍ଧ୍ରା ଅଞ୍ଚଳର ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଆନ୍ଧ୍ର ଅଞ୍ଚଳର । ଅଭିଯୁକ୍ତମାନେ ଗଞ୍ଜାମ ଓ ଯାଜପୁରର କିଛି ସହଯୋଗୀଙ୍କ ସହ ମିଶି ଏଭଳି ଲୁଟପାଟ କରୁଥିଲେ ।