ଓଡିଶା

odisha

ETV Bharat / state

କଫି ବଗିଚାରେ ବ୍ଲସମ ଡେ ! ବର୍ଷକୁ ମାତ୍ର ତିନିଦିନ ପାଇଁ ଦେଖାଯାଏ କଫି ଫୁଲ - coffee flowers blossom - COFFEE FLOWERS BLOSSOM

Coffee flowers blossom: କଫି ବଗିଚାରେ ଫୁଟିଛି ଫୁଲ । ବର୍ଷକୁ ମାତ୍ର 3 ଦିନ ପାଇଁ ଏହି କଫି ଫୁଲ ଦେଖାଯାଉଥିବା ବେଳେ ଏହାକୁ ସୁଗନ୍ଧ ଓ ସୌନ୍ଦର୍ଯ୍ୟ ବେଶ ମନମୁଗ୍ଧକର । ଅଧିକ ପଢନ୍ତୁ

coffee flowers blossom
coffee flowers blossom

By ETV Bharat Odisha Team

Published : Mar 31, 2024, 12:08 PM IST

coffee flowers blossom

କୋରାପୁଟ:ଧଳା ଚାଦରରେ ଘୋଡାଇ ହୋଇଛି କୋରାପୁଟର କଫି ବଗିଚା । ଅସରାଏ ବର୍ଷା ପରେ କଫି ବଗିଚାରେ ଫୁଲ ଫୁଟିଛି । ତେବେ କଫି ଗଛରେ ଫୁଲ ବର୍ଷକୁ ଥରେ ଫୁଟୁଥିବା ବେଳେ ଏହି ଫୁଲ ଗଛରେ କେବଳ ତିନିଦିନ ରହିବା ପରେ ଫଳ ଧରିଥାଏ । ଏବଂ ମାର୍ଚ୍ଚ ମାସରେ ହେଉଥିବା ପ୍ରଥମ ବର୍ଷାର ସପ୍ତାହକ ମଧ୍ୟରେ ଏହି ଫୁଲ ଫୁଟିଥାଏ । ଯାହା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ ।

ଅସରାଏ ବର୍ଷା ପରେ କୋରାପୁଟର କଫି ବଗିଚାରେ ଫୁଲ ଫୁଠିଛି । ଯେଉଁଥିପାଇଁ କଫି ଚାଷୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । କଫି ବଗିଚାରେ ଧଳା ରଙ୍ଗର ଫୁଲ ସାଙ୍ଗକୁ ଏହାର ବାସ୍ନା ପର୍ଯ୍ୟଟକମାନଙ୍କ ମନ ମୋହୁଛି । ତେବେ କୋରାପୁଟ କଫି ବୋର୍ଡର ସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ସାହାଙ୍କ କହିବାନୁଯାୟୀ, ମାର୍ଚ୍ଚ ମାସରେ ହେଉଥିବା ପ୍ରଥମ ବର୍ଷାର ସପ୍ତାହକ ମଧ୍ୟରେ କୋରାପୁଟ ଜିଲ୍ଲାର ପ୍ରତ୍ୟେକ କଫି ବଗିଚାରେ ଫୁଲ ଫୁଟେ । ତେବେ ସବୁ ଅଞ୍ଚଳରେ ସମାନ ଭାବେ ବର୍ଷା ଜଳ ପାଇପାରୁନଥିବା ଯୋଗୁଁ ବିଭିନ୍ନ ବଗିଚାରେ ପ୍ରାୟ ଏହି ସପ୍ତାହକ ମଧ୍ୟରେ କମବେଶୀ ଫୁଲ ଫୁଟି ଥାଏ । ଏହି ଫୁଲ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ ।

ଏହାମଧ୍ୟ ପଢନ୍ତୁ..କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

କଫି ଗଛରେ ବର୍ଷକୁ ଥରେ ଫୁଟୁଥିବା ଏହି ଫୁଲ ଗଛରେ କେବଳ ତିନିଦିନ ରହିବା ପରେ ଫଳ ଧରିଥାଏ । ଏହି ସପ୍ତାହକୁ କଫି ଫୁଲର ବ୍ଲସମ ଦିବସ ଭାବେ ପାଳନ କରାଗଲେ କଫି ଉଦ୍ୟୋଗୀଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବେଶ ଖୁସି ହୋଇପାରନ୍ତେ ବୋଲି କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି । ଆଉ ମଧ୍ୟ କଫି ଫୁଲର ମହକରେ ମହୁମାଛିମାନେ ଆକୃଷ୍ଟ ବଗିଚା ମଧ୍ୟକୁ ଆସିଥାନ୍ତି । କର୍ଣ୍ଣାଟକ ଭଳି କଫି ବଗିଚା ମଧ୍ୟରେ ଭ୍ରାମ୍ୟମାଣ ମହୁଚାଷ କରୁଥିବା ମହୁ ଚାଷୀଙ୍କୁ ପ୍ରୋତ୍ସାହନ ମିଳିଲେ ମହୁଚାଷୀମାନେ ମଧ୍ୟ ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି ।

କୋରାପୁଟର କଫି ବଗିଚାରେ ମୂଳତଃ ଆରବିକା କଫି ଚାଷ କରାଯାଉଥିବା ବେଳେ ଗୋଟିଏ ସମୟରେ ସବୁ ଫୁଲ ଫୁଟୁଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ବୋଲି ଛୋଟାଗୁଡା ସ୍ଥିତ ବ୍ରାଉନ ଭେଲି କଫି ବଗିଚାର ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି ।

କଫି ବଗିଚାରେ ବର୍ତ୍ତମାନର ବ୍ଲୁମିଙ୍ଗ ସପ୍ତାହ ମଧ୍ୟରେ ଆସୁଥିବା ପର୍ଯ୍ୟଟକ ଆରବିକା କଫି ଗଛରେ ଫୁଲର ଆନନ୍ଦ ନେବା ସହ ବହୁ ପ୍ରକାରର ରଙ୍ଗ ବେରଙ୍ଗର ପକ୍ଷୀ ଓ ପ୍ରଜାପତିଙ୍କୁ ପାଖରୁ ଦେଖିବାର ସୁଯୋଗ ପାଉଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଠିକ ସମୟରେ ବର୍ଷା ହୋଇଥିବା ଯୋଗୁଁ କଫି ଚାଷର ବୃଦ୍ଧି ହୋଇପାରେ ବୋଲି ଆଶା ରଖିଛନ୍ତି କଫି ବୋର୍ଡର ଅଧିକାରୀ ।



ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details