ଓଡିଶା

odisha

ETV Bharat / state

ପାରାଦ୍ବୀପରେ ବିଶ୍ବର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ, ୩୫ ହଜାର ନିଯୁକ୍ତି ସୁଯୋଗ - ପାରାଦୀପରେ ଷ୍ଟିଲ କାରଖାନାର ଶିଳାନ୍ୟାସ

Largest Steel Plant in Paradeep: ପାରାଦୀପର ଢିଙ୍କିଆରେ ବିଶ୍ବର ଅନ୍ୟତମ ବୃହତ ଷ୍ଟିଲ୍‌ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'JSW Utkal Steel Limited'ର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧୩.୨ MTPA ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ କାରଖାନା ପ୍ରକଳ୍ପରେ ପ୍ରାୟ ୩୫ ହଜାର ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ମିଳିବ । ଅଧିକ ପଢ଼ନ୍ତୁ

Largest Steel Plant in Paradeep
Largest Steel Plant in Paradeep

By ETV Bharat Odisha Team

Published : Feb 16, 2024, 4:23 PM IST

Updated : Feb 16, 2024, 8:19 PM IST

Largest Steel Plant in Paradeep

ଭୁବନେଶ୍ବର/ପାରାଦ୍ବୀପ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପାରାଦ୍ବୀପର ଢିଙ୍କିଆରେ ବିଶ୍ବର ଅନ୍ୟତମ ବୃହତ ଷ୍ଟିଲ୍‌ କାରଖାନାର ସେ ଭିତ୍ତିପ୍ରସ୍ତର ଦେଇଛନ୍ତି । ପ୍ରକଳ୍ପ ହେଉଛି 'JSW Utkal Steel Limited'ର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧୩.୨ MTPA ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ କାରଖାନା । ଏହା ମାଧ୍ୟମରେ ପ୍ରାୟ ୩୫ ହଜାର ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ମିଳିବ । ଏହାସହ 'ReNew E-Fuels Private Ltd.'ର ୨୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧.୨୦ MPTA ଗ୍ରୀନ୍‌ ଆମୋନିଆ କାରଖାନା, 'Silox India Private Limited'ର ୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ୨୫ ହଜାର MPTA ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ପାରାଦ୍ବୀପ ଆସିଲେ ମୋର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନକୁ ଆସେ । ୬୦ ମସିହାର ପ୍ରାରମ୍ଭରେ ବିଜୁ ବାବୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ପାରାଦ୍ବୀପ ବନ୍ଦର ସ୍ଥାପନ କରିଥିଲେ । ଓଡିଶା ବିକାଶରେ ଏହା ମାଇଲଷ୍ଟୋନ୍‌ ଥିଲା । ଆଜି ପାରାଦ୍ବୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶସ୍ଥଳୀ ହୋଇପାରିଛି । ଏକ ବନ୍ଦର ନଗରୀ ଭାବେ ପାରାଦ୍ବୀପର ସୁନାମ ମଧ୍ୟ ବୃଦ୍ଧି ପାଇଛି । ଆଜି ଏଠାରେ JSWର ମେଗା ଇସ୍ପାତ କାରଖାନା ପାଇଁ ଭିତ୍ତି ଦିଆଗଲା । ଏହା ସହିତ ଗ୍ରୀନ ଆମୋନିଆ କାରଖାନା ଓ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା । ଏ ସବୁ ଶିଳ୍ପାନୁଷ୍ଠାନ ଓଡିଶା ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିଛି । ଏହାସହ ଏ ସବୁ ପ୍ରକଳ୍ପ ମାଧ୍ୟମରେ ୩୫ ହଜାର ନିଯୁକ୍ତି ସୃଷ୍ଟି ହେବ ।" ଏ ସବୁ ପୁଞ୍ଜି ନିବେଶ କରୁଥିବା ଶିଳ୍ପପତିମାନଙ୍କୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟର ୧୩ ଜିଲ୍ଲାର ୨୦ ନବନିର୍ମିତ ବସଷ୍ଟାଣ୍ଡ ଲୋକାର୍ପିତ, ଯୋଗାଯୋଗ ବିକାଶର ଆଧାର କହିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ଓଡିଶାରେ ଶିଳ୍ପ ଅଭିବୃଦ୍ଧି ପାଇଁ ଜିନ୍ଦଲ ଗ୍ରୁପର ସହଯୋଗ ରହିଛି । ଓଡିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପାଞ୍ଚଳରେ ପରିଣତ କରିବା ପାଇଁ ଆମର ଯାତ୍ରାରେ ଜିନ୍ଦଲ ଗ୍ରୁପର ମହତ୍ବପୂର୍ଣ୍ଣ ସହଭାଗିତା ରହିଛି । ବିକାଶ ଆଜି ଓଡିଶାର ପରିଚୟ ହୋଇଛି । ଶିଳ୍ପ, ଭିତ୍ତିଭୂମି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଛି । 5T ଉପକ୍ରମରେ ଓଡିଶାର ବିକାଶ ଧାରା ଆହୁରି ଉଜ୍ଜ୍ବଳ ହୋଇଛି । ସାଧାରଣ ଲୋକ, ଚାଷୀ, ମହିଳା, ଯୁବକ ଆମ ବିକାଶର ପାର୍ଟନର ହୋଇଛନ୍ତି । ନୂଆ ଓଡିଶା ଗଠନ ପାଇଁ ଆମ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି ।" ପାରାଦୀପର ଶିଳ୍ପ ବିକାଶ ପାଇଁ ପାରାଦୀପ ଓ ଜଗତସିଂହପୁର ଜିଲ୍ଲାର ଲୋକମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଶିଳ୍ପାନୁଷ୍ଠାନ ଦ୍ବାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ ।

ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହିସବୁ ପ୍ରକଳ୍ପ ସମଗ୍ର ଜଗତସିଂହପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଜିଲ୍ଲାକୁ ସମୃଦ୍ଧ କରିବ । ରାଜ୍ୟ ଯୁବଗୋଷ୍ଠୀ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ଆଣିବ । JSWର ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି, "ବହୁ ବର୍ଷ ପୂର୍ବେ ରାଷ୍ଟ୍ର ନାୟକ ବିଜୁ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି । ପ୍ରକୃତରେ ଏହା ଥିଲା ବିଜୁବାବୁଙ୍କ ସ୍ବପ୍ନ । ଆଜି ତାଙ୍କ ସୁପୁତ୍ରଙ୍କ ଦ୍ବାରା ଏହି ସ୍ବପ୍ନ ସାକାର ହୋଇଥିବା ଦେଖି ସେ ନିଶ୍ଚୟ ଖୁସି ଅନୁଭବ କରୁଥିବେ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାରେ ଆଜି ପ୍ରକୃତ ବିକାଶ ଘଟିଛି । ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ହୋଇଛି । JSW ପାଇଁ ଓଡିଶା ହେଉଛି ପ୍ରମୁଖ ନିବେଶସ୍ଥଳୀ । ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଆମେ ସବୁଦିନ ସହଯୋଗୀ କରିବୁ ।" କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ଜଗତସିଂହପୁର

Last Updated : Feb 16, 2024, 8:19 PM IST

ABOUT THE AUTHOR

...view details