ଓଡିଶା

odisha

ETV Bharat / state

ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଦିଲ୍ଲୀ ମୁଖ୍ୟ ଶାସନ ସଚିବ-ପୋଲିସ କମିଶନରଙ୍କୁ NHRCର ନୋଟିସ - ODISHA WOMAN RAPE IN DELHI

ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ମାମଲାର ଅଗ୍ରଗତି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଡିସଚାର୍ଜ କରାଯାଇଛି ।

Odisha woman rape in Delhi
Odisha woman rape in Delhi (Etv Bharat)

By ETV Bharat Odisha Team

Published : Oct 17, 2024, 8:05 AM IST

ଭୁବନେଶ୍ବର:ନୂଆଦିଲ୍ଲୀରେ ସରାଇ କାଲେ ଖାନ ଅଞ୍ଚଳରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ଅପଡେଟ । ହରିୟାଣା ଗସ୍ତ ପୂର୍ବରୁ ଏହି ଘଟଣା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ. ସାଇନି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:

ଗତକାଲି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶା ଯୁବତୀ ଦୁଷ୍କର୍ମ ମାମଲାର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ନିଆ ଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ ମହିଳା ଆଇପିଏସ ଅଫିସର ଏସ୍. ସାଇନି । ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ତଥା ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସମସ୍ତ ଅପଡେଟ ଜାଣିଥିଲେ ।

ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଓ ପୋଲିସ କମିଶନରଙ୍କୁ NHRCର ନୋଟିସ:

ଏହି ଘଟଣା ନେଇ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଓ ପୋଲିସ କମିଶନରଙ୍କୁ ନୋଟିସ ଜାରି କରିଛି ଜାତୀୟ ମାନବ ଅଧିକାର ଆୟୋଗ । 2 ସପ୍ତାହ ମଧ୍ୟରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କହିଛି NHRC । ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣିବା ପରେ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପୀଡ଼ିତାଙ୍କୁ ଭେଟିବେ ପରିବାର ଲୋକ:

ଓଡ଼ିଶା ସରକାର ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ନୂଆଦିଲ୍ଲୀକୁ ପଠାଇବା ବ୍ୟବସ୍ଥା ସହ ପୀଡ଼ିତାଙ୍କୁ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ସମସ୍ତ ବ୍ୟବସ୍ଥାର ସୁନିଶ୍ଚିତତା କରିଥିଲେ । ବର୍ତ୍ତମାନ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ତାଙ୍କୁ ଏମ୍ସ ଟ୍ରମା କେୟାର ସେଣ୍ଟର ନୂଆଦିଲ୍ଲୀରୁ ଡିସଚାର୍ଜ କରାଯାଇଛି । ଏହି ମାମଲାର ଅଭିଯୁକ୍ତଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ପାଇଁ ଓଡ଼ିଶା ପୋଲିସ ଦିଲ୍ଲୀ ପୋଲିସ ସହିତ ନିୟମିତ ଭାବେ ଯୋଗାଯୋଗରେ ଆଲୋଚନା କରୁଛି । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଓଡ଼ିଶାର ଆଇଜି ଏସ୍ ସାଇନି ମଧ୍ୟ ଦିଲ୍ଲୀ ଅତିରିକ୍ତ କମିଶନର ସାଉଥ୍ ଡିଷ୍ଟ୍ରିକ୍ଟ ଏବଂ ଡିସିପି ସାଉଥ୍ ଇଷ୍ଟଙ୍କ ସହିତ ଆଲୋଚନା କରିଛନ୍ତି ।

  • ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଆଇଜି ଏସ. ସାଇନି
  • ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ନୂଆଦିଲ୍ଲୀକୁ ପଠାଇବା ନେଇ ଆଲୋଚନା
  • ଆଇଜି ସାଇନି, ଦିଲ୍ଲୀ ଅତିରିକ୍ତ କମିଶନର ସାଉଥ୍ ଡିଷ୍ଟ୍ରିକ୍ଟ ଏବଂ ଡିସିପି ସାଉଥ୍ ଇଷ୍ଟଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି
  • ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି
  • ପୀଡ଼ିତାଙ୍କୁ ଏମ୍ସ (AIIMS) ଟ୍ରମା କେୟାର ସେଣ୍ଟର ନୂଆଦିଲ୍ଲୀରୁ ଡିସଚାର୍ଜ କରାଯାଇଛି

ପୋଲିସ ଡିଜିଙ୍କ ସମୀକ୍ଷା:

ଦିଲ୍ଲୀରେ ଓଡ଼ିଆ ମହିଳା ଦୁଷ୍କର୍ମ ମାମଲାର ସମୀକ୍ଷା କରିଥିଲେ ପୋଲିସ ଡିଜି ୱାଇବି ଖୁରାନିଆ । ସେ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଦୁଇ ଦିନ ତଳେ କଥା ହୋଇଥିଲେ । ମାମଲାର ତଦନ୍ତ ସମ୍ପର୍କରେ ଡିଜିପି ଦିଲ୍ଲୀ କମିଶନରଙ୍କଠାରୁ ଅବଗତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ପୀଡିତାଙ୍କ ପରିବାର ସଦସ୍ୟ ସେଠାରେ ଉପସ୍ଥିତ ରହିଛନ୍ତି । ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଓଡିଶା ପୋଲିସର ବରିଷ୍ଠ ପୋଲିସ ଅଧିକାରୀଗଣ ଦିଲ୍ଲୀ ପୋଲିସ ସହ ଯୋଗାଯୋଗରେ ରହିଛନ୍ତି । ଏହି ଘଟଣାର ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଓଡ଼ିଶା ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ. ସାଇନିଙ୍କୁ ଦିଲ୍ଲୀ ପଠାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ସମୀକ୍ଷା କଲେ ଡିଜିପି ଖୁରାନିଆ, ଦିଲ୍ଲୀ ଯିବ ଓଡ଼ିଶା ପୋଲିସ ଟିମ୍

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ! ଅଚେତ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର

କଣ ଥିଲା ସମ୍ପୂର୍ଣ୍ଣ ଘଟଣା:

ଗତ ଶୁକ୍ରବାର ଭୋର ସମୟରେ ଦିଲ୍ଲୀର ସରାଇ କାଲେ ଖାନ ଅଞ୍ଚଳରେ ଓଡ଼ିଆ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ଖବର ପାଇବା ପରେ ପୋଲିସ ପହଞ୍ଚି ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲା । ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଥିଲେ ରାଜ୍ୟ ସରକାର । ଘଟଣାର ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଧରିବାରେ ସଫଳ ହୋଇନି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details