ଓଡିଶା

odisha

ETV Bharat / state

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ - DOUBLE DECKER BUS

ଦିବ୍ୟାଙ୍ଗଙ୍କ ପାଇଁ ବି ଗଡ଼ିଲା ସ୍ୱତନ୍ତ୍ର ହ୍ୱିଲଚେୟାର ଲିପ୍ଟିଂ ବସ୍‌ । ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ନିଜେ ବସରେ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)

By ETV Bharat Odisha Team

Published : Jan 7, 2025, 9:38 PM IST

ଭୁବନେଶ୍ବର:ଓଡ଼ିଶାରେ ଆଜିଠୁ ବିଧିବଦ୍ଧ ଭାବେ ଗଡିଲା ଡବଲ ଡେକର ବସ୍‌ । ସହରୀ ପରିବହନ ବ୍ୟବସ୍ଥାରେ ଏହି ବସ ସେବା ବଡ ସହାୟକ ହେବ । ସ୍ୱତନ୍ତ୍ର ଭାବେ ଏହି ସେବା ପ୍ରବାସୀ ଭାରତୀୟଙ୍କ ପାଇଁ ଆରମ୍ଭ ହୋଇଥିବା ବେଳେ ୫ଟି ଡବଲ ଡେକର ବସ୍‌ ସହ 10 ଟି ହପ ଅନ ହପ ଅଫ (ହୋହୋ )ବସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ଶ୍ରୀମନ୍ଦିର ପ୍ରଶାସନର ଇ-ବସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଛି ।

  • ଡବଲ ଡେକର ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଆଜି ଏହି ସବୁ ବସଗୁଡ଼ିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ । ‘କ୍ରୁଟ’ ଏହି ସବୁ ପରିଚାଳନା କରିବ । ପତାକା ଦେଖାଇ ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟ ମନ୍ତ୍ରୀମାନେ ଡବଲ ଡେକର ବସରେ ବସି ଜନତା ମୈଦାନ ଗସ୍ତ କରିଛନ୍ତି । ସେଠାରେ ପ୍ରବାସୀ ଭାରତୀୟ ଦିବସର ଶେଷ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ୫ଟି ଡବଲ-ଡେ଼କର ବସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଅନ୍ୟ ନୂଆ ବସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବ ନିଆରା ଅନୁଭୂତି ଥିଲା ସେଥିରେ ବସିବା । ଏହି ବସରେ ପ୍ରବାସୀମାନେ ପୁରୀ ଓ କୋଣାର୍କ ଯାତ୍ରା କରିବେ । ପ୍ରବାସୀ ଭାରତୟ ଦିବସ ସାରିବା ପରେ ଏହା ରୁଟରେ ଚାଲିବ। ପ୍ରବାସୀ ସମ୍ମିଳନୀ ପରିସର ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେ ସବୁ କାର୍ଯ୍ୟ ସରିଛି ଯାହା କିଛି କିଛି ଅଛି ତାହା ସରିଯିବ ।

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)
  • ଜନତା ମୈଦାନ ଅଭିମୁଖେ ଅତିଥି:-

ଏପଟେ ପ୍ରବାସୀ ଭାରତୀୟମାନକର ଜନତା ମୈଦାନକୁ ଛୁଟୁଛି ସୁଅ । ଭାରତର ବିଭିନ୍ନ କୋଣ ଅନୁକୋଣରୁ ପ୍ରବାସୀ ଭାରତୀୟମାନେ ଏହି ଦିବସରେ ସାମିଲ ହୋଇଥିବା ବେଳେ ଓଡ଼ିଶାର ଅତିଥ୍ୟକୁ ବେଶ ପ୍ରଶଂସା କରାଇଛନ୍ତି । ପ୍ରଥମ ଥର ପାଇଁ ଓଡିଶାର ଭୁବନେଶ୍ୱର ରେ ଏହି ଦିବସ ପାଳନ ହୋଇଥିବା ବେଳେ ମନ୍ଦିର ମାଳିନୀ ସହର ର ସୌଦର୍ଯ୍ୟକୁ ନେଇ ଖୁସି ହୋଇଛନ୍ତ ପ୍ରବାସୀ । ଏହାସହ ଓଡ଼ିଶାର କଳା ସଂସ୍କୃତି ଓ ଉଚକୋଟିର ଇତିହାସ ବିଷୟରେ ମଧ୍ୟ ଜାଣିବାର ସ୍ପୃହା ସେମାନଙ୍କ ଭିତରେ ଦେଖିବାକୁ ମିଳିଛି ।

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)
ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)
  • ଦିବ୍ୟାଙ୍ଗଙ୍କ ପାଇଁ ଗଡିଲା ସ୍ପେଶାଲ ବସ:-

ଅନ୍ୟପଟେ ପ୍ରଥମ ଥର ଲାଗି ଦିବ୍ୟାଙ୍ଗଙ୍କ ଲାଗି ରହିଛି ଲିଫ୍ଟି ବ୍ୟବସ୍ଥା । ଏହି ବସରେ ଦିବ୍ୟାଂଗମାନେ ବସିବା ଲାଗି ନିଜ ହୁଇଲ ଚେୟାରରୁ ଓହ୍ଲାଇବେ ନାହିଁ କି କାହାରି ସାହାରା ନେବେ ନାହିଁ । ଯେଉଁ ଦିବ୍ୟାଙ୍ଗମାନେ ବିନା ହୁଇଲ ଚେୟାର ହେଉ କି ଅନ୍ୟ କାହାରି ସାହାରା ନେଇ ବସ୍ ରେ ଯିବା ପାଇଁ ପ୍ରୟାସ କରୁଛନ୍ତି ତାହା ମଧ୍ୟ କରିବାକୁ ପଡ଼ିବ ନାହିଁ । ସେମାନଙ୍କ ପାଇଁ ବସରେ ଚଢିବା ଯେହେତୁ ବଡ କଷ୍ଟକର, ତେଣୁ ଏହି ବସରେ ରହିଛି ଲିଫ୍ଟିଂ ବ୍ୟବସ୍ଥା । ସାଧାରଣ ଯାତ୍ରୀଙ୍କ ଲାଗି ବସରେ ଚଢିବା ଲାଗି ଯେଉଁଠି ଡୋର ରହୁଛି ତା ପାଖରେ ରହିଛି ଦିବ୍ୟଙ୍ଗମାନଙ୍କ ଲାଗି ଏହି ଲିଫ୍ଟଂ ବ୍ୟବସ୍ଥା । ସେଠାରେ ହ୍ୟାଣ୍ଡେଲ ଧରିବା ମାତ୍ରେ ଲିଫ୍ଟ ଦିବ୍ୟାଂଙ୍ଗ ଯାତ୍ରୀଙ୍କୁ ବସ ଭିତରକୁ ନେଇଯିବ । ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂଙ୍କ ସମେତ ପରିବହନ କମିଶନର ଉଷା ପାଢୀ ଓ ‘କ୍ରୁଟ’ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details