ଓଡିଶା

odisha

ETV Bharat / state

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା, ପାର୍କ ନିର୍ମାଣ କରି ଭୁଲିଗଲା ପ୍ରଶାସନ - Park In An Abandoned Situation

Park Became Decaying Due To lack Of Maintenance: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାର୍କ ଭାଙ୍ଗି ନଷ୍ଟ ହେବା ସହିତ ମଶାଣି ଭୂଇଁ ପାଲଟିଛି । ଅଧିକ ପଢନ୍ତୁ

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା, ପାର୍କ ନିର୍ମାଣ କରି ଭୁଲିଗଲା ପ୍ରଶାସନ
ପାଣିରେ ପଡ଼ିଲା କୋଟି କୋଟି ଟଙ୍କା, ପାର୍କ ନିର୍ମାଣ କରି ଭୁଲିଗଲା ପ୍ରଶାସନ

By ETV Bharat Odisha Team

Published : Mar 15, 2024, 9:06 PM IST

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା, ପାର୍କ ନିର୍ମାଣ କରି ଭୁଲିଗଲା ପ୍ରଶାସନ

ନିମାପଡ଼ା: ଜରାଜୀର୍ଣ୍ଣ ଅବସ୍ଥାରେ ଶିଶୁ ଉଦ୍ୟାନ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାର୍କ ଏବେ ଭଗ୍ନା ଅବସ୍ଥାରେ ରହିଛି ।ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଲଣ୍ଡା ଗ୍ରାମରେ । 2020 ମସିହାରେ ରାଜ୍ୟ ସରକାର ଏହି ଗ୍ରାମୀଣ ପାର୍କ ଯୋଜନା ଆରମ୍ଭ କରିଥିଲେ ।ଏହି ଯୋଜନାରେ ନିମାପଡ଼ାର 32 ପଞ୍ଚାୟତରୁ 9ଟି ପଞ୍ଚାୟତରେ ଏହି ପାର୍କ ନିର୍ମାଣ ହୋଇଥିଲା । ହେଲେ ସେଗୁଡ଼ିକର ରକ୍ଷଣାବେକ୍ଷଣା ଅଭାବରୁ ଭଗ୍ନା ଅବସ୍ଥାରେ ପଡ଼ି ରହିଛି ।

କେତେକ ପାର୍କରେ ବରିଷ୍ଠ ନାଗରିକ ନିମନ୍ତେ ପାଦ ଚଲା ରାସ୍ତା କରାଯାଇଥିଲା ବେଳେ ଯୁବ ବର୍ଗ ପାଇଁ ଜିମ୍ ସୁବିଧା ସହିତ ଶିଶୁମାନଙ୍କ ଦୋଳି ଓ ଖସଡ଼ା ସହିତ ବିଭିନ୍ନ ପ୍ରକାର ବାଘ, ହାତୀ ଘୋଡ଼ା ପ୍ରଭୃତି ଖେଳନା ବ୍ୟବସ୍ଥା କରାଯାଇଥିଲା ।ପାର୍କକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାନୀୟ ଜଳ ଯୋଗାଣ ସହିତ ରଙ୍ଗ ବେରଙ୍ଗର ଆଲୋକ ବ୍ୟବସ୍ଥା ହୋଇଥିଲା । ପାର୍କରେ ସକାଳେ ଓ ଅପରାହ୍ନରେ ବରିଷ୍ଠ ନାଗରିକ ଠାରୁ ଆରମ୍ଭ କରି ଯୁବପିଢି, ଶିଶୁଙ୍କ ଲାଗୁଥିଲା ଗହଳି । ସରକାରଙ୍କ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ପାର୍କ ନିର୍ମାଣ କରିଥିଲେ । ନିର୍ବାଚନ ପରେ ସରକାର ସମସ୍ତ ଯୋଜନାକୁ ଭୁଲିଯାଆନ୍ତି । ତେଣୁ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ମାନସ ପ୍ରଧାନ ।


ଏହା ମଧ୍ୟ ପଢନ୍ତୁ .....୧୫୫ ବର୍ଷରେ ପାଦ ଦେଲା କେନ୍ଦ୍ରାପଡା ପୌରପାଳିକା, ଏବେ ବି ବିକାଶଠୁ ଦୂରରେ

ଏହା ମଧ୍ୟ ପଢନ୍ତୁ...ସୌନ୍ଦର୍ଯ୍ୟକରଣ ପରେ ଝଲସୁଛି ହରିଶଙ୍କର, ଉଦଘାଟନ କଲେ ମୁଖ୍ୟ

ସେପଟେ ନିମାପଡ଼ା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ କହିଛନ୍ତି ଯେ, ଏମଏନଆରଜିଏସ ଯୋଜନରେ ପାର୍କ ପାଇଁ ଅର୍ଥ ଖର୍ଚ୍ଚ କରାଯାଇ ପାର୍କ ନିର୍ମାଣ କରାଯାଉଛି ।ପଞ୍ଚାୟତକୁ ଆସୁଥିବା ପଞ୍ଚାୟତ ପରିମଳ ବ୍ୟବସ୍ଥା ପାଇଁ ସରକାର ଚତୁର୍ଦ୍ଦଶ ଅର୍ଥ କମିଶନ ମାଧ୍ୟମରେ ଲକ୍ଷାଧିକ ଟଙ୍କାର ଯୋଗାଇ ଦେଉଛନ୍ତି ।ସେହି ଅର୍ଥରେ ଏହି ଗ୍ରାମୀଣ ପାର୍କର ରକ୍ଷଣା ବେକ୍ଷଣ ହେବା କଥା । ଘଟଣାର ତଦନ୍ତ କରି ପାର୍କଗୁଡ଼ିକ ପୁନର୍ବାର କାର୍ଯ୍ୟକ୍ଷମ କରାଯିବ । ସେପଟେ ସରକାରଙ୍କ ଏହି ଗ୍ରାମୀଣ ପାର୍କ ଯୋଜନା କାହାସ୍ୱର୍ଥରେ ନିର୍ମାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ସେହିପରି ଦେଖିବାକୁ ବାକି ରହିଲା ପାର୍କ କେବେ ପୁନର୍ବାର କାର୍ଯ୍ୟକ୍ଷମ ହେବ ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details