ଓଡିଶା

odisha

ETV Bharat / state

ଝାରସୁଗୁଡ଼ା ଓ ବୌଦ୍ଧରେ ଛଟ ପୂଜା, ନଦୀରେ ବୁଡ଼ ସହ ବ୍ରତଧାରୀଙ୍କ ସୂର୍ଯ୍ୟ ପୂଜା - CHHATH PUJA

ଆଜି ଛଟ ପୂଜାର ଅନ୍ତିମ ଦିନ । ୪ ଦିନ ଧରି ହେଉଥିବା ପୂଜାର ଶେଷ ଦିନରେ ଝାରସୁଗୁଡ଼ାରେ ବ୍ରତଧାରୀମାନେ ସୂର୍ଯ୍ୟ ପୂଜା କରିଛନ୍ତି ।

Chhath Puja
Chhath Puja (ETV Bharat Odisha)

By ETV Bharat Odisha Team

Published : Nov 8, 2024, 12:36 PM IST

Updated : Nov 8, 2024, 2:19 PM IST

ଝାରସୁଗୁଡା: ଆଜି ଛଟ ପୂଜାର ଅନ୍ତିମ ଦିନ । ସାରା ଦେଶରେ ୪ ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ଶେଷ ହେଉଛି । ସମାପନ ଦିନରେ ବ୍ରତଧାରୀମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଛନ୍ତି । ବିଶେଷ କରି ବିହାରୀ ସମ୍ପ୍ରଦାୟ ଲୋକେ ଏହି ପୂଜାକୁ ଧୁମଧାମରେ ପାଳନ କରୁଛନ୍ତି । ଝାରସୁଗୁଡ଼ା ସହରର ଉପକଣ୍ଠରେ ରହିଥିବା ଇବ୍ ନଦୀ କୂଳରେ ହଜାର ହଜାର ବ୍ରତଧାରୀ ମହିଳା ଗତକାଲି (ଗୁରୁୁବାର) ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସହ ଆଜି ସୂର୍ଯ୍ୟ ଉଦୟ ପରେ ଭୋରରୁ ଜଳାର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି ।

ଛଟ୍‌ ପୂଜା କିମ୍ବଦନ୍ତୀ :

କିମ୍ବଦନ୍ତୀ ଅନୁସାରେ, ଛଟ ଦେବୀ ହେଉଛନ୍ତି ଭଗବାନଙ୍କ ସୂର୍ଯ୍ୟଙ୍କ ଭଉଣୀ । କାର୍ତ୍ତିକ ଶୁକ୍ଲପକ୍ଷ ଚତୁର୍ଥୀ ଦିନ ଆରମ୍ଭ ହୋଇଥାଏ ଏହି ପର୍ବ । ମହିଳାମାନେ ଏହି ବ୍ରତ କରିଥାନ୍ତି । ମହିଳାମାନେ ସୂର୍ଯ୍ୟ ଦେବତାଙ୍କୁ ଫଳମୂଳ ଅର୍ଘ୍ୟ ଅର୍ପଣ କରିଥାନ୍ତି । ପୂଜାରେ ମହିଳାମାନେ ୨ ଦିନ ପର୍ଯ୍ୟନ୍ତ ନିର୍ଜଳ ଉପବାସ ରଖି ପରିବାରର ସୁଖ ଶାନ୍ତି ପାଇଁ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥାନ୍ତି । ବ୍ରତ ରଖିଥିବା ମହିଳାମାନେ ନାକରୁ ମଥା ପର୍ଯ୍ୟନ୍ତ ଲମ୍ବା ଭାବେ ସିନ୍ଦୂର ଲଗାଇଥାନ୍ତି । ଏହା ପଛରେ ମଧ୍ୟ ଏକ ବିଶେଷ କାରଣ ରହିଛି ।

Chhath Puja (ETV Bharat Odisha)

ଧାର୍ମିକ ମାନ୍ୟତା ମୁତାବକ, ମଥାରେ ସିନ୍ଦୁର ଭରିବାର ସୌଭାଗ୍ୟର ପ୍ରତୀକ ହୋଇଥାଏ । ଛଟ ପୂଜାରେ ମଧ୍ୟ ମହିଳାମାନେ ସିନ୍ଦୂର ଲଗାନ୍ତି । ୪ ଦିନ ଧରି ହେଉଥିବା ଏହି ପର୍ବ ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଭୋରରୁ ସୂର୍ଯ୍ୟ ଉଦୟ ହେବା ସମୟରେ ଜଳ ଅର୍ପଣ କରି ବ୍ରତ ଭାଙ୍ଗିଛନ୍ତି ବ୍ରତଧାରୀ । ପ୍ରଥମ ଦିନ ଗାଧୁଆ ଖିଆ, ଦ୍ଵିତୀୟ ଦିନ ଖରନା, ତୃତୀୟ ଦିନ ସନ୍ଧ୍ୟା ଅର୍ଘ୍ୟ ଓ ଶେଷ ଦିନ ଉଷା ଅର୍ଘ୍ୟ ଭାବରେ ପାଳିତ ହୋଇଯାଇଛି ।

Chhath Puja (ETV Bharat Odisha)
Chhath Puja (ETV Bharat Odisha)
ଛଟ୍‌ ପୂଜାର ମହତ୍ୱ: ଛଟ ପୂଜାକୁ ଲୋକଙ୍କ ଆସ୍ଥାର ମହାପର୍ବ ବୋଲି ମଧ୍ୟ କୁହାଯାଇଥାଏ । ପୌରାଣିକ ମାନ୍ୟତା ଅନୁସାରେ, ଛଟ ମହାପର୍ବର ଇତିହାସ ସତ୍ୟଯୁଗ ଓ ଦ୍ୱାପର ଯୁଗ ସହିତ ଜଡିତ ଅଟେ । ପୌରାଣିକ କଥା ଅନୁସାରେ, ମାତା ସୀତା ଓ ପ୍ରଭୁ ଶ୍ରୀରାମ ମଧ୍ୟ ଛଟ ବ୍ରତ ରଖି ସୂର୍ଯ୍ୟ ଦେବଙ୍କୁ ଆରାଧନା କରିଥିଲେ । ସେହିପରି ଦ୍ୱାପର ଯୁଗରେ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ଓ କର୍ଣ୍ଣଙ୍କ ପତ୍ନୀ ମଧ୍ୟ ଛଟ ପୂଜା କରି ସୂର୍ଯ୍ୟ ଆରାଧନା କରିଥିଲେ । ଛଟ ପୂଜାରେ ସୂର୍ଯ୍ୟଦେବ ଓ ଦେବୀ ଛଠିଙ୍କ ଉପାସନା କରାଯାଇ ଥାଏ । ଏହାସହ ଏହି ପର୍ବ ପ୍ରକୃତି, ଉଷା, ବାୟୁ, ଜଳ ଆଦି ସହିତ ମଧ୍ୟ ଯୋଡ଼ି ରହିଛି । ଛଟ ବ୍ରତର ପୌରାଣିକ କଥା ରାଜା ପ୍ରିୟମ୍ବଦଙ୍କ ସହିତ ଜଡିତ । ଯିଏକି ନିଜ ପୁତ୍ରର ପ୍ରାଣ ରକ୍ଷା ପାଇଁ ଛଟ ପୂଜା କରି ସୂର୍ଯ୍ୟ ଦେବ ଓ ଛଠି ଦେବୀଙ୍କୁ ପୂଜା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କଟକରେ ନିଆରା କାଳୀପୂଜା: କାନ୍ଧରେ ବସାଇ ମା'ଙ୍କୁ ମେଲାଣି, ଛିନ୍ନମସ୍ତା ରୂପରେ ପୂଜାର୍ଚ୍ଚନା

ଏହା ମଧ୍ୟ ପଢ଼ନ୍ତୁ...କାଳୀପୂଜାରେ ଚଳଚଞ୍ଚଳ ମା' ଦକ୍ଷିଣକାଳୀଙ୍କ ପୀଠ, ମଧ୍ୟରାତ୍ରରୁ ଚାଲିଛି ପୂଜାର୍ଚ୍ଚନା

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ହେବା ପରେ ରାଇକଳାରେ ମୋହନ ମାଝୀଙ୍କ ପ୍ରଥମ ଦୀପାବଳି, ଆଜି ଗୋବର୍ଦ୍ଧନ ପୂଜା ପରେ କାଳୀ ମଣ୍ଡପ ପରିଦର୍ଶନ


ଛଟ୍‌ ବ୍ରତ ଇତିହାସ:
ପୌରାଣିକ କଥା ଅନୁସାରେ, ରାବଣ ବଦ୍ଧ ପରେ ଏବଂ ୧୪ ବର୍ଷ ବନବାସ ପରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରିଥିଲେ । ପ୍ରଭୁଙ୍କ ଉପରେ ରାବଣ ବଦ୍ଧର ପାପ ଲାଗିଥିଲା । ଏହି ପାପରୁ ମୁକ୍ତି ପାଇଁ ଋଷି ମୁନିଙ୍କ ଆଦେଶ କ୍ରମେ ରାଜସୂୟ ଯଜ୍ଞ କରିଥିଲେ । ସେହି ସମୟରେ ମୁଗଦଳ ଋଷି ଯଜ୍ଞ ନିମିତ୍ତ ମାତା ସୀତା ଓ ପ୍ରଭୁ ରାମଚନ୍ଦ୍ରଙ୍କୁ ନିଜ ଆଶ୍ରମକୁ ଡକାଇ ଥିଲେ । ମୁଗଦଲ ଋଷିଙ୍କ କଥା ଅନୁସାରେ ମାଆ ସୀତା କାର୍ତ୍ତିକ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ସୂର୍ଯ୍ୟ ଦେବଙ୍କୁ ଉପାସନା ପୂଜା କରି ପାପରୁ ମୁକ୍ତି ପାଇଥିଲେ । ତେଣୁ ଏହିଭଳି ଭାବରେ ଛଠ ପର୍ବର ଇତିହାସ ରାମାୟଣ ସହିତ ଯୋଡ଼ି ହୋଇରହିଛି । ସହିପରି ମହାଭାରତରେ ମଧ୍ୟ ଛଠ ପର୍ବର ମହତ୍ୱ ବର୍ଣ୍ଣ କରାଯାଇଛି । ମହାଭାରତ ଅନୁସାରେ, ପାଣ୍ଡବମାନେ ନିଜର ସମସ୍ତ ରାଜପାଟ ଜୁଆରେ ହାରିଯିବା ପରେ ଦ୍ରୌପଦୀ ଛଠ ବ୍ରତ କରିଥିଲେ । ସୂର୍ଯ୍ୟଦେବଙ୍କ କୃପାରୁ ପାଣ୍ଡବମାନେ ପୁନର୍ବାର ନିଜର ରାଜପାଟ ଫେରି ପାଇଥିଲେ ।

ବୌଦ୍ଧରେ ଛଟ୍‌ ପୂଜା:

Chhath Puja (ETV Bharat Odisha)

ସେପଟେ ବୌଦ୍ଧ ମହାନଦୀ କୂଳରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି ଛଟ୍‌ ପୂଜା । ନିଷ୍ଠା ଓ କାଷ୍ଠାର ପର୍ବ ଭାବରେ ପରିଚିତ ଛଟ୍‌ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ବୌଦ୍ଧ ଜିଲ୍ଲା ସଦରମହକୁମା ଠାରେ ବସବାସ କରୁଥିବା ବିହାରୀ ଓ ମାରଓ୍ବାଡି ସଂପ୍ରଦାୟର ଶ୍ରଦ୍ଧାଳୁମାନେ ଏହି ପାରମ୍ପରିକ ପର୍ବକୁ ପାଳନ କରିଛନ୍ତି । ବୌଦ୍ଧର ପ୍ରସିଦ୍ଧ ଶୈବପୀଠ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଆଳତୀ ଘାଟ ଠାରେ ଏହି ଛଟ୍‌ ପର୍ବର ଶେଷ ୨ ଦିନ ଗୁରୁବାର ଓ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଗୁରୁବାର ଅପରାହ୍ନରେ ଶ୍ରଦ୍ଧାଳୁମାନେ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ସହିତ ସନ୍ଧ୍ୟାରେ ମହାନଦୀ ଆଳତୀର ଆୟୋଜନ କରାଯାଇଥିଲା । ସେହିପରି ଶୁକ୍ରବାର ମଧ୍ୟ ରାତ୍ରୀରୁ ଶ୍ରଦ୍ଧାଳୁମାନେ ମହାନଦୀ କୂଳରେ ସ୍ବତନ୍ତ୍ର ଭାବରେ ଛଟ ଦେବୀଙ୍କ ପୂଜନ ସହିତ ପ୍ରଥମ ସୂର୍ଯ୍ୟୋଦୟକୁ ଦର୍ଶନ କରି ଖିରକୁ ଅର୍ଘ୍ୟ ଆକାରରେ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Nov 8, 2024, 2:19 PM IST

ABOUT THE AUTHOR

...view details