ଓଡିଶା

odisha

ETV Bharat / state

ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ, ‘ଦାନା’ କ୍ଷୟକ୍ଷତିର କରିବେ ଆକଳନ - CENTRAL TEAM ODISHA VISIT

ବାତ୍ୟା ଦାନାର କ୍ଷୟକ୍ଷତି ସମୀକ୍ଷା କରିବ କେନ୍ଦ୍ରୀୟ । 24ରୁ ଓଡ଼ିଶା ଗସ୍ତରେ ଆସୁଛି ଟିମ୍‌ । ପ୍ରଭାବିତ ଅଞ୍ଚଳ ବୁଲିବେ କ୍ଷୟକ୍ଷତି ଆକଳନ କରିବେ ।

CENTRAL TEAM ODISHA VISIT
CENTRAL TEAM ODISHA VISIT (ETV Bharat Odisha)

By ETV Bharat Odisha Team

Published : Nov 20, 2024, 5:40 PM IST

ଭୁବନେଶ୍ବର:3 ଦିନିଆ ଓଡିଶା ଗସ୍ତରେ ଆସୁଛି କେନ୍ଦ୍ରୀୟ ଟିମ । ଆସନ୍ତା 24ରେ ଓଡିଶା ଆସି ଟିମ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ । ଗୃହ ବିଭାଗର ଯୁଗ୍ମ ସଚିବ ପିକେ ରାୟଙ୍କ ନେତୃତ୍ୱରେ 7 ଜଣିଆ ଅଧିକାରୀ ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡା ଜିଲ୍ଲା ପରିଦର୍ଶନ କରିବେ । 26 ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବ ଟିମ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

24ରେ ଆସିବ କେନ୍ଦ୍ରୀୟ ଟିମ:

CENTRAL TEAM ODISHA VISIT (ETV Bharat Odisha)

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀସୁରେଶ ପୂଜାରୀକହିଛନ୍ତି, "ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଏକ ଚିଠି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ନିକଟ ଅତୀତରେ ବାତ୍ୟା ଦାନା ଓ ପରବର୍ତ୍ତୀ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲା ବିପର୍ଯ୍ୟସ୍ତ ହୋଇଥିଲା । ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଲାଗି କେନ୍ଦ୍ରୀୟ ଟିମ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା 24 ତାରିଖ ସନ୍ଧ୍ୟାରେ କେନ୍ଦ୍ରୀୟ ଟିମ ଓଡିଶାରେ ଆସି ପହଁଚିବେ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପି.କେ ରାୟଙ୍କ ନେତୃତ୍ୱରେ 7 ଜଣିଆ ଟିମ ଓଡିଶା ଆସୁଛନ୍ତି । ନଭେମ୍ବର 27 ତାରିଖ ପର୍ଯ୍ୟନ୍ତ ସେମାନେ ଓଡିଶାରେ ରହିବେ । ’’

25ରେ କ୍ଷତିଗ୍ରସ୍ତ ଅଞ୍ଚଳ ଯିବ କେନ୍ଦ୍ରୀୟ ଟିମ:

ଆସନ୍ତା ସୋମବାର ଅର୍ଥାତ 25 ତାରିଖ ଦିନ ଟିମ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିବେ । ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡା ଜିଲ୍ଲା ପରିଦର୍ଶନ କରିବ କେନ୍ଦ୍ରୀୟ ଦଳ । ତିନି ଜିଲ୍ଲାକୁ 3 ଭାଗରେ ବିଭକ୍ତ ହୋଇ ଟିମ ଯିବ । ରାଜସ୍ୱ ବିଭାଗର ଅଧିକାରୀ ମଧ୍ୟ ସେମାନଙ୍କ ସହିତ ରହିବେ । ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି । ରାଜ୍ୟ ପ୍ରଶାସନ ସହ 26 ତାରିଖରେ କେନ୍ଦ୍ରୀୟ ଟିମ ଆଲୋଚନା କରିବେ । ମୁଖ୍ୟ ଶାସନ ସଚିବଙ୍କ ରାଜସ୍ୱ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହିତ ଟିମ ଆଲୋଚନା କରିବେ । କ୍ଷୟକ୍ଷତିର ସମସ୍ତ ବିବରଣୀ ରାଜ୍ୟ ସରକାରଙ୍କ ଠାରୁ ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ:

ବାତ୍ୟା କ୍ଷୟକ୍ଷତିର ଆସିଲା ଚୂଡାନ୍ତ ରିପୋର୍ଟ, 'ପ୍ରଭାବିତଙ୍କୁ ଖୁବଶୀଘ୍ର ମିଳିବ କ୍ଷତିପୂରଣ'

ବାତ୍ୟା 'ଦାନା'ରେ ୧୪ ଜିଲ୍ଲାର ୧୬୬ ବ୍ଲକ କ୍ଷତିଗ୍ରସ୍ତ, ୬୦୦ କୋଟିର କ୍ଷତି, ଆସିଲା ପ୍ରାଥମିକ ରିପୋର୍ଟ

'କେନ୍ଦ୍ରକୁ ପଠାଯିବ 'ଦାନା' କ୍ଷୟକ୍ଷତି ରିପୋର୍ଟ', ବାତ୍ୟାଞ୍ଚଳ ବୁଲିବା ପରେ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

'ଦାନା' ଛଡାଇ ନେଲା ଚାଷୀଙ୍କ ବର୍ଷକ ଯାକର ଦାନା


ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବ ଟିମ:

କେନ୍ଦ୍ରୀୟ ଟିମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଓଡିଶାର କ୍ଷୟକ୍ଷତି ରିପୋର୍ଟ ଓ ଜିଲ୍ଲା ପରିଦର୍ଶନ ଆଧାରରେ ଅର୍ଥ ବ୍ୟବସ୍ଥା ହେବ । କ୍ଷୟକ୍ଷତି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିଥିବା ବେଳେ କେନ୍ଦ୍ରୀୟ ଟିମ ରିପୋର୍ଟ ଆଧାରରେ ଉକ୍ତ ଅର୍ଥ କେନ୍ଦ୍ର ସରକାର ଭରଣା କରିବେ । ବାତ୍ୟା କ୍ଷୟକ୍ଷତି ବାହାରେ ଓଡିଶା ସରକାର କେନ୍ଦ୍ରୀୟ ସହାୟତା ଓ ସହଯୋଗ ଲୋଡିବୁ । ପ୍ରତ୍ୟେକ ବର୍ଷ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି । ବିଶେଷ କରି ଘର ଭଙ୍ଗା କ୍ଷୟକ୍ଷତି ଓ ଶକ୍ତି ବିଭାଗର ଭିତ୍ତିଭୂମି କ୍ଷୟକ୍ଷତିର ସ୍ଥାୟୀ ସମାଧାନ ଲାଗି ସରକାର ପ୍ରୟାସ କରୁଛନ୍ତି । ଅବଶ୍ୟକ ଅର୍ଥ ରାଶି ଆକଳନ ବାବଦରେ ବିଶେଷଜ୍ଞ ସହ ଆଲୋଚନା କରୁଛୁ । ଏହା ପରେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିବୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details