ଭୁବନେଶ୍ବର: ଏକ ଦୁର୍ନୀତି ମାମଲାରେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା । ଏଥିସହ ତାଙ୍କ 3 ଡ୍ରାଇଭରଙ୍କୁ ମଧ୍ୟ ସମନ କରିଥିଲା ସିବିଆଇ । ଆଜି ସିବିଆଇ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ । ଗତ 7 ତାରିଖରେ ସଚିବ କେଉଁଠି ଥିଲେ ଏନେଇ ପଚାରାଉଚରା କରିଛି ସିବିଆଇ । ସେପଟେ ଏହାକୁ ନେଇ ସରଗରମ ରାଜନୀତି ।
ସିବିଆଇରେ ହାଜର ହେଲେ ଡ୍ରାଇଭର ନୃସିଂହ:
ଆଜି(ଶନିବାର) ସକାଳୁ ଡ୍ରାଇଭର ନୃସିଂହ ଏକ EV ସ୍କୁଟର OD02CJ6012 ଯୋଗେ ଆସି ସିବିଆଇ ଅଫିସରେ ହାଜର ହୋଇଥିଲେ । ଦୀର୍ଘ ତିନି ଘଣ୍ଟା ଧରି ସିବିଆଇ ଅଫିସରେ ହାଜର ହୋଇ ସିବିଆଇ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ । ଏନେଇ ବିଭିନ୍ନ ତଥ୍ୟ ଆଧାରରେ ସିବିଆଇ ଅଧିକାରୀ ଜେରା ପରେ ଦିନ ପ୍ରାୟ ୧ଟା ସମୟରେ ବାହାରିଥିଲେ ନୃସିଂହ ।
ଡ୍ରାଇଭରଙ୍କୁ 3 ଘଣ୍ଟା ଜେରା (ETV Bharat Odisha) ସିବିଆଇ ଅଫିସରୁ ବାହାରି କଣ ପ୍ରତିକ୍ରିୟା ରଖିଲେ ଡ୍ରାଇଭର ?
ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୃସିଂହ କହିଛନ୍ତି, ‘ସାର କେତେବେଳେ ଘରକୁ ଆସନ୍ତି । କେତେବେଳେ ଘରକୁ ଯାଆନ୍ତି । ସେ ବିଷୟରେ ପଚାରିଥିଲେ । ମୁଁ ୯ଟା ୩୦ରୁ ୧୦ଟା ଭିତରେ ଯାଇ ପହଞ୍ଚେ । ପରେ ୨ଟାରୁ ୨ଟା ୩୦ରେ ସାର୍(ବିଷ୍ଣୁପଦ ସେଠୀ)ଙ୍କୁ ଛାଡିଦିଏ । ସକାଳ ଓଳି ସେ ଡ୍ୟୁଟି ପରେ ଉପରବେଳା ଆର ଡ୍ରାଇଭର ଆସି ଡ୍ୟୁଟି କରେ। ଘରେ କେଉଁ ସମୟରେ ରୁହନ୍ତି ଘରେ । କ୍ୟାମେରା ଲାଗିଥିଲା କି ନାହିଁ । ଏନେଇ ସେ ସିବିଆଇକୁ କହିଥିଲେ । ଘର ଭିତରେ କ୍ୟାମେରା ଥାଇପାରେ ବାହାରେ ନାହିଁ ।’
ଗତ 7 ତାରିଖ ଘଟଣା ସମ୍ପର୍କରେ ପଚାରିଥିଲା ସିବିଆଇ:
ନୃସିଂହ ଆହୁରି କହିଛନ୍ତି, ସାତ ତାରିଖ ଦିନ ସାରଙ୍କ ସହ କୁଆଡେ ଯାଇଥିଲେ କି ଏ ସମ୍ପର୍କରେ ପଚାରିଥିଲା ସିବିଆଇ । ସେନେଇ ସେ ଦିନ ତମାମ ସାରଙ୍କ ସହ ଥିଲେ ସାରଙ୍କୁ ନେବା ଆଣିବା ପାଇଁ । ଯେହେତୁ ଅନ୍ୟ ଡ୍ରାଇଭର ଛୁଟିରେ ଥିଲା । କେବଳ ସେ ଏକା ଆସିନାହାନ୍ତି ତାଙ୍କ ସହ ଅନ୍ୟତମ ଡ୍ରାଇଭର ଯେ କି ତୁଷାର । ସେ ମଧ୍ୟ ବାଇକ ଯୋଗେ ଆସି ସିବିଆଇରେ ହାଜର ହୋଇଥିଲେ ଜେରା ବି ହୋଇଥିଲା ।’
ଡ୍ରାଇଭର ନୃସିଂହ (ETV Bharat Odisha) ଡ୍ରାଇଭର ଆହୁରି କହିଛନ୍ତି, ‘ସାରଙ୍କର ଯେଉଁ ଗାଡି ସେ ଚଲାଏ ସେଟା ସିଆଜ କାର । ସେନେଇ ସିବିଆଇ ଯାହା ପଚାରିଲେ ସେ ତଥ୍ୟ ଦେଇଛି । ଦୁଇ ମାସ ହେଲା ସାରଙ୍କ ପାଖରେ ଡ୍ରାଇଭର ଭାବେ ଅଛି । ତେବେ ସାତ ତାରିଖ ସନ୍ଧ୍ୟାରେ ସାତଟା ବେଳେ ସେ ଘର ପାଖରେ ଆସି ଛାଡ଼ିବି ଯାଇଥିଲେ । ହୁଏତ ଅଲଗା ଡ୍ରାଇଭର କୁଆଡେ ନେଇଯାଇଥିବା ସେ ଜାଣି ନାହାଁନ୍ତି ।’ ଅନ୍ୟ ଜଣେ ଡ୍ରାଇଭର ଯିଏ କି ତୁଷାର ଓ ନୃସିଂହକୁ ଛାଡିଦେଲେ ଆଉ ଜଣେ ଟ୍ୟାକ୍ସି ଡ୍ରାଇଭର କିଏ । ଯାହାକୁ ସେ ଜାଣି ନାହାନ୍ତି ବୋଲି କହିଛନ୍ତି।
2 ଡ୍ରାଇଭରଙ୍କୁ ସରିଛି ଜେରା:
ତେବେ ସିବିଆଇ ତିନି ଜଣ ଡ଼୍ରାଇଭରଙ୍କୁ ସମନ କରି ସେମାନଙ୍କୁ ଜେରା କରୁଥିବା ବେଳେ ଦୁଇ ଜଣ ଡ଼୍ରାଇଭରଙ୍କୁ ଜେରା ସରିଛି । ତୃତୀୟ ଡ୍ରାଇଭରଙ୍କୁ ଜେରା କରିବ ସିବିଆଇ । ତେବେ ଏହି ଲାଞ୍ଚ କାରବାରରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ କରୁଛି ସିବିଆଇ ।
IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ, ୩ ଡ୍ରାଇଭରଙ୍କୁ ନୋଟିସ
ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା, ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ CBI
ଭୁବନେଶ୍ବରରେ ଦିଲ୍ଲୀ CBIର ରେଡ; ଦେଢ଼ କୋଟିର ଡିଲ ପାଇଁ 12ଲକ୍ଷର ଲାଞ୍ଚ, 3 ଗିରଫ
ଡ୍ରାଇଭର ନୃସିଂହ (ETV Bharat Odisha) ସମନ ପରେ ସରଗରମ ରାଜନୀତି:
ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଛି । ଏହା ସହ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ କାର୍ଯ୍ୟାଳୟକୁ ଡାକି ସିବିଆଇ ଜେରା କରିଛି । ଘଟଣାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି । ମୋହନ ସରକାରରର ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, "ତଦନ୍ତକାରୀ ସଂସ୍ଥା କାହାକୁ ମଧ୍ୟ ଡାକି ପାରିବ । ଯଦି ସେ କିଛି ଅପରାଧ କରିଥିବେ, ତେବେ ଦଣ୍ଡିତ ହେବେ । ପ୍ରମାଣ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବା ବଡ଼ କଥା ନୁହେଁ । ଅପରାଧ ପ୍ରମାଣିତ ହେବା ଦରକାର । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସୁଛି । କେତେବେଳେ କାହା ବିରୋଧରେ ଅଭିଯୋଗ ଆସିପାରିବ । ସିବିଆଇ କିଛି ପ୍ରମାଣ ପାଇଥିବ ବୋଲି ବରିଷ୍ଠ ଆଇଏଏସଙ୍କୁ ସମନ କରିଥିବ । ମାମଲାର ପ୍ରାରମ୍ଭିକ ଅବସ୍ଥା ତେଣୁ ଏହା ଉପରେ ପ୍ରତିକ୍ରିୟା ରଖିବା ଠିକ ହେବନାହିଁ । ଜଣେ ଅଫିସରଙ୍କ କ୍ୟାରିଅର ସମ୍ପର୍କରେ ଏମିତି କହିବା ଠିକ ହେବନାହିଁ ।"
ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ସଚିବଙ୍କ ଡ୍ରାଇଭରକୁ ସିବିଆଇ ଜେରା କରୁଥିବା ଖବର ରହିଛି । ଯେଉଁ ଉଦେଶ୍ୟରେ ସିବିଆଇ ଗଠନ ହୋଇଛି, ସେ ତା' କାର୍ଯ୍ୟ କରୁ । ଆମର କୌଣସି ଆପତ୍ତି ନାହିଁ । ଅନେକ କେନ୍ଦ୍ରୀୟ ସଂସ୍ଥାର ବିନିଯୋଗ ସଠିକ ଢଙ୍ଗରେ ହେଉନଥିବା ଭାରତର ଲୋକ ଅନୁଭବ କରୁଛନ୍ତି । ଯଦି କୌଣସି ଜାଗାରେ ଦୁର୍ନୀତି ହୋଇଛି, ତାହାର ତଦନ୍ତ କରିବା ସିବିଆଇର କର୍ତ୍ତବ୍ୟ ଓ ଅଧିକାର ଅଛି । ତାହାର ଖୋଳତାଡ଼ ସେମାନେ କରିବେ ।"
ସେହିପରି ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି, "ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଘଟଣା କଣ ଜଣାପଡିବ । ଯଦି ସଚିବ ଦୁର୍ନୀତିରେ ଲିପ୍ତ ଥିବେ, ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା । ଯିଏ ବି ଦୋଷ କରିବ ଓ ଦୁର୍ନୀତିରେ ଲିପ୍ତ ରହିବ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।"
କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ:
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ । କୌଣସି ସ୍ଥାନରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ଯେତେ ବଡ଼ ବ୍ୟକ୍ତି ଦୁର୍ନୀତିରେ ଲିପ୍ତ ଥିବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନୂଆ ସରକାରରେ କାର୍ଯ୍ୟାଦେଶ ଦେବାରେ ଯଦି ଅନିୟମିତତା ହୋଇଥିବ, ସେନେଇ ତଦନ୍ତ ହେବ । ପ୍ରଥମେ ତଦନ୍ତ ହେଉ । ବିନା ତଦନ୍ତରେ କାହାକୁ ଅଭିଯୁକ୍ତ କରି ଛିଡା କରିବା ଉଚିତ ନୁହେଁ । ଦୁର୍ନୀତି ପ୍ରମାଣ ହେଲେ ଛଡାଯିବ ନାହିଁ ।"
ଇଟିଭି ଭାରତ, ଭୁବନେଶ୍ବର