ସମ୍ବଲପୁର:ପୁଣି ଅଶାନ୍ତସମ୍ବଲପୁର । ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ । ଏମିତି ଘଟଣା ଘଟିଛି ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳା ସ୍ଥିତ ନିୟୁ ପାୟଲ ଜୁଏଲାରୀ ଦୋକାନରେ । ଏଥିରେ ଦୋକାନର ମାଲିକ ସୁଜିତ ସ୍ବର୍ଣ୍ଣକାରଙ୍କ ପେଟରେ ବାଜିଛି ଗୁଳି । ଆହତ ବ୍ୟବସାୟୀଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଆଜି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍ ସମୟରେ ୨ଟି ବାଇକରେ ୬ଜଣ ଦୁର୍ବୃତ୍ତ ସୁଜିତଙ୍କ ସୁନା ଦୋକାନକୁ ଆସିଥିଲେ । ଦୋକାନୀଙ୍କୁ ସୁନା ଚେନ ଦେଖାଇବ ପାଇଁ କହିଥିଲେ । ଏହି ସମୟରେ ଦୋକାନୀଙ୍କ ହାତରୁ ସୁନା ଚେନକୁ ଛଡ଼ାଇବାକୁ ଜଣେ ଯୁବକ ଚେଷ୍ଟା କରୁଥିଲେ । ଦୋକାନରରେ କାର୍ଯ୍ୟରତ ଜଣେ ଯୁବକ ଲୁଟେରାଙ୍କ ପ୍ରତିରୋଧ କରିଥିଲେ । ଏହି ସମୟରେ ଦୋକାନୀ ଓ଼ ଲୁଟେରା ମାନଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ଏହାରି ଭିତରେ ଜଣେ ଲୁଟେରା ଦୋକାନୀ ସୁଜିତ ସ୍ବର୍ଣ୍ଣକାରଙ୍କ ଉପରକୁ ଗୁଳିମାଡ କରିଥିଲା । ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଏବଂ ପରେ ବୁର୍ଲା ଭୀମସାର ମେଡିକାଲକୁ ନିଆ ଯାଇଥିଲା । ସେଠାରେ ସେ ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ।
ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର କହିଛନ୍ତି ,"ପ୍ରଥମେ ଜଣେ ବ୍ୟକ୍ତି ଗହଣ ଦୋକାନକୁ ଆସି ସୁନା ଚେନ ଦେଖାଇବା ପାଇଁ କହିଥିଲେ । ଏହାପରେ ଦୋକାନୀଙ୍କ ଅନ୍ୟ ଜଣେ ଭାଇ ଆସି ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ଅନ୍ୟ ପାଞ୍ଚ ଜଣ ଦୁର୍ବୃତ୍ତ ଆସି ଘଟଣା ସ୍ଥଳରେ ପହପଞ୍ଚି ଦୋକାନୀ ମାଲିକଙ୍କୁ ଗୁଳିମାଡ଼ କରିଥିଲେ । ବର୍ତ୍ତମାନ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୋକାନରୁ କୌଣସି ଲୁଟପାଟ ହୋଇନାହିଁ । ଏହି ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି ।"
ଏହା ମଧ୍ୟ ପଢନ୍ତୁ....ପୁଞ୍ଚରେ ଆତଙ୍କୀ ଆକ୍ରମଣ, ସେନା ମୁଖ୍ୟ ପ୍ରଶାସକଙ୍କ ଗାଡ଼ିକୁ ଗୁଳିମାଡ଼