ଓଡିଶା

odisha

ପୁରୀ ରେଳ ଷ୍ଟେସନରେ ଅଘଟଣ, ନିର୍ମାଣାଧୀନ କୋଠାର ଛାତ ଭୁଶୁଡି 4 ଗୁରୁତର - Roof Collapsed

By ETV Bharat Odisha Team

Published : Apr 28, 2024, 12:14 PM IST

Updated : Apr 28, 2024, 1:16 PM IST

Building Roof Collapses: ପୁରୀ ରେଲୱେ ଷ୍ଟେସନ ସମ୍ମୁଖରେ ଭୁଶୁଡ଼ିଲା ନିର୍ମାଣାଧୀନ ବିଲ୍ଡିଂର ଛାତ । 4 ଜଣ ଶ୍ରମିକ ଗୁରୁତର । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ROOF COLLAPSED
ROOF COLLAPSED

ROOF COLLAPSED

ପୁରୀ:ପୁରୀ ରେଲୱେ ଷ୍ଟେସନରେ ଅଘଟଣ । ଏଠାରେ ଏକ ନିର୍ମାଣାଧୀନ ବିଲ୍ଡିଂର ଛାତ ଭୁଶୁଡି ପଡିବାରୁ 4 ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା । ଷ୍ଟେସନ ସମ୍ମୁଖରେ ଗୋଟିଏ ନୂତନ ବିଲ୍ଡିଂ ନିର୍ମାଣ ଚାଲିଥିବା ବେଳେ ଏହାର ଛାତ ଆଜି ଭୁଶୁଡି ପଡିଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ପୁରୀ ମେଡ଼ିକାଲରେ ଭର୍ତ୍ତି କରଯାଇଛି । ଗୁରୁତର ଶ୍ରମିକମାନେ ନିର୍ମାଣାଧୀନ ବିଲ୍ଡିଂ କାର୍ଯ୍ୟରେ ନିୟୋଜିତ ଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଆହତ ଶ୍ରମିକ ହେଉଛନ୍ତି ବିଶୁ ମଣ୍ଡଳ, ଶଙ୍କର ବେରା, ଶମ୍ଭୁ ବେରା ଓ କୁନୁ ଗୌଡ଼ । ତେବେ ଆହାତଙ୍କ ମଧ୍ୟରୁ 3 ଜଣ ମେଦିନପୁରର ହୋଇଥିବା ବେଳେ କୁନୁ ଗୌଡ ଗଞ୍ଜାମ ଜିଲ୍ଲା ନିବାସୀ ଅଟନ୍ତି । ସେପଟେ ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦେଲା ପୂର୍ବତଟ ରେଳପଥ ।

ଏହା ମଧ୍ୟ ପଢନ୍ତୁ-ଓଟିରେ ଭୁଶୁଡିଲା ନିର୍ମାଣାଧୀନ କାନ୍ଥ: 6 ମହିଳା ଶ୍ରମିକ ମୃତ, ଏକାଧିକ ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ, ଆଜି (ରବିବାର) ସକାଳେ ବିଲ୍ଡିଂରେ କାମ ଚାଲିଥିଲା । 6 ଜଣ ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଛାତ ପାଇଁ ଲାଗିଥିବା ସେଟ୍ରିଙ୍ଗ ଭୁଶୁଡି ପଡିଥିଲା । ଫଳରେ 6 ଶ୍ରମିକଙ୍କ ମଧ୍ୟରୁ 4 ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ପକ୍ଷରୁ କୌଣସି ଖବର ହସ୍ତଗତ ହୋଇନାହିଁ । ନିର୍ମାଣାଧୀନ ବିଲ୍ଡିଂଟି ପୁରୀ ରେଲୱେ ଷ୍ଟେସନ ସମ୍ମୁଖରେ ରହିଛି ।

ଏହା ମଧ୍ୟ ପଢନ୍ତୁ-ଭୁଶୁଡି ପଡିଲା ଶ୍ମଶାନ ପାଚେରୀ; 4 ମୃତ, ଏକାଧିକ ଆହତ - Cremation Wall Collapsed

ଜିଆରପି ଅଧିକାରୀ ସନ୍ତୋଷ ବାହିନୀପତି ଘଟଣା ସମ୍ପର୍କରେ କହିଛନ୍ତି, ''ଆଜି ସକାଳ 9ଟା 30ରୁ 9ଟା 45 ମନିଟ ମଧ୍ୟରେ ବିଲ୍ଡିଂର ଛାତ ଭୁଶୁଡି ପଡିଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 3 ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଶ୍ରମିକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି । ଆଗକୁ ଆହତ ଶ୍ରମିକଙ୍କ ପରିଚୟ ଜଣାପଡିବ ।''

ପୁରୀ ରେଳ ଷ୍ଟେସନ ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଲା ପୂର୍ବତଟ ରେଳପଥ । ପୁରୀ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ ଷ୍ଟେସନ କୋଠାର ସମ୍ମୁଖ ପର୍ଟିକୋ ଭୁଶୁଡ଼ି ପଡ଼ିବାରୁ ଅଭାବନୀୟ ଦୁର୍ଘଟଣା ଘଟିଛି । ଘଟଣା ସମୟରେ ଘଟଣାସ୍ଥଳରେ 6 ଜଣ ଶ୍ରମିକ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ 6 ଜଣ ଆହତ ହୋଇଥିଲେ । ଆହତ ଶ୍ରମିକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ଏବେ ବିପଦମୁକ୍ତ ଅଛନ୍ତି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଉଛି ।

ଏହି ଅଘଟଣ ପରେ ଯୁବ କଂଗ୍ରେସ ନେତା ସୁଜିତ୍ ମହାପାତ୍ର ପୁରୀ ରେଲୱେ ଷ୍ଟେସନ ଆସି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ବିଲ୍ଡିଂ ଛାତ ଭୁଶୁଡିବା ନେଇ ସେ ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଥିଲେ । ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ପାଇଁ ଏପରି ଅଘଟଣ ଘଟିଛି । ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ସହ ଶ୍ରମିକଙ୍କୁ କ୍ଷତି ପୂରଣ ଦେବାକୁ ଯୁବ କଂଗ୍ରେସ ନେତା ସୁଜିତ୍ ମହାପାତ୍ର ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Apr 28, 2024, 1:16 PM IST

ABOUT THE AUTHOR

...view details