ମାଲକାନଗିରି:ଦୁଇ ଦିନିଆ ମାଲକାନଗିରି ଗସ୍ତରେ ବିଏସ୍ଏଫ ଆଇଜି କୈଳାସ ଚନ୍ଦ୍ର ଜେଟା । ଏନେଇ ସେ କ୍ୟାମ୍ପ ବୁଲି ଦେଖିବା ସହ ମାଓ ମୁକାବିଲା ଓ ସୁରକ୍ଷା ଉପରେ ସମୀକ୍ଷା କରିଛନ୍ତି । ତେବେ ଏହି ଗସ୍ତ ସମୟରେ ତାଙ୍କ ସହ ଡିଆଇଜି ଅପରେସନ ଧିରେନ୍ଦ୍ର କୁମାର୍ , ଡିଆଇଜି ଇଣ୍ଟିଲିଜେନ୍ସ ସଞ୍ଜିବ୍ କୁମା , ଏବଂ ମାଲକାନଗିରି ସେକ୍ଟର ଡିଆଇଜି ସୈଲେନ୍ଦ୍ର କୁମାର ସିହ୍ନା ଓ ବିଏସ୍ଏଫ୍ ର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଥମ ଦିନରେ ସେ କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିବାଡା ସଂରକ୍ଷଣ ଜଙ୍ଗଲ, ଗୋମ୍ପାକୋଣ୍ଡା ଜଙ୍ଗଲ ଗସ୍ତ କରି ସେଠାକାର ସ୍ଥିତି ସମ୍ବନ୍ଧରେ ପଚାରି ବୁଝିଥିଲେ। ପରେ ସେ ବଡିଗେଟା, ଏମ୍.ଭି. ୭୨ ଓ ଏମ୍.ଭି. ୭୯ ବି.ଏସ୍.ଏଫ୍ କ୍ୟାମ୍ପ ଗସ୍ତ କରି ସମୀକ୍ଷା କରିଥିଲ । ସେହିପରି ଦ୍ୱିତୀୟ ଦିନରେ ସେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜାନବାଇ, ବଡପଡା, ଜନ୍ତାପାଇ, ଜଡାମ୍ବ ଓ ହନ୍ତାଳ ଗୁଡା ଗସ୍ତ କରି ବିଏସଏଫ ବାହିନୀଙ୍କ ସହିତ ସମୀକ୍ଷା କରିଥିଲେ । ଏଥିସହ ବିଏସ୍ଏଫ୍ ଯବାନମାନଙ୍କୁ ସେମାନଙ୍କର କାର୍ଯ୍ୟକୁ ଦେଖି ପ୍ରଶଂସା କରିଥିବା ବେଳେ ଉଭୟ ଓଡ଼ିଶା-ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା-ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳ ରେ କୁମ୍ବିଂ ଅପରେସନ ଉପରେ ଗୁରୁତ୍ବ ଦେଇଥିଲେ ।