ଭୁବନେଶ୍ବର:ବିଜେପିର ପଛା ଛାଡୁନି ଟିକେଟ୍ କନ୍ଦଳ । ଦିନକୁ ଦିନ ଉଗ୍ରରୂପ ନେଇ ଅସନ୍ତୋଷ ନେତା ଓ କର୍ମୀଙ୍କ ବିରୋଧ । ବିଜେପିର ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ହେବା ପରେ ପ୍ରାୟ ପ୍ରତିଦିନ ରାଜ୍ୟ କାର୍ଯ୍ୟାଳୟରେ ଅସନ୍ତୋଷ ନେତାଙ୍କ ପ୍ରତିବାଦ ସହ ହୋହଲ୍ଲା ଜାରି ରହିଛି । ଫଳରେ ଦଳର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବାରେ ବିଳମ୍ବ ହେଉଛି । ଏହି ବିଦ୍ରୋହ ପ୍ରଥମେ ଯାଜପୁର ଧର୍ମଶାଳାରୁ ଆରମ୍ଭ ହୋଇଥିବା ବେଳେ ଏବେ କୋରାପୁଟରେ ପହଞ୍ଚିଛି । ସେହିଭଳି ଆଜି(ଗୁରୁବାର) ଦିନ ବିଜେପୁର ଏବଂ କୋରାପୁଟ ବିଧାନସାଭା ଆସନର ଆଶାୟୀ ପ୍ରାର୍ଥୀମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି ।
ଆଜି ପୁଣି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋହାଲ୍ଲା କରିଥିଲେ ଆଶାୟୀ ପ୍ରାର୍ଥୀ । ବିଜେପୁର ପାଇଁ ସନତକୁମାର ଗର୍ତିଆଙ୍କୁ ବିଜେପି ଟିକେଟ୍ ଦେଇଛି । ଏହାକୁ ବିରୋଧ କରିଛନ୍ତି ସୁଶୀଲଙ୍କ ସମର୍ଥକ । ବିଜେପି ପାର୍ଟି ଅଫିସକୁ ସୁଶୀଲଙ୍କ ସମର୍ଥକମାନେ ଆସି ତାଙ୍କୁ ଟିକେଟ୍ ଦେବାକୁ ଦାବି କରିଛନ୍ତି । ସେପଟେ କୋରାପୁଟ ଟିକେଟ ଘୋଷଣାକୁ ନେଇ ଅସନ୍ତୋଷ କରି ପାର୍ଟି ଅଫିସ ସମ୍ମୁଖରେ ନାରାବାଜି କରିଛନ୍ତି ଆଶାୟୀ । ତେବେ ଦଳ ରଘୁରାମ ମାଛଙ୍କୁ ଟିକେଟ ଦେଇଥିବା ବେଳେ ସେଠାରେ ଆଶାୟୀ ଭାଗୀରଥୀ ପାଟନିଆ ନିଜ ସମର୍ଥକଙ୍କ ସହିତ ଆମଦାନୀ ନେତା ରଘୁରାମ ମାଛଙ୍କୁ ହଟାଓ କୋରାପୁଟ ବଞ୍ଚାଓ ନାରା ଦେଇଛନ୍ତି । ସେମାନେ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା ସଭାପତି ଲାଞ୍ଚ ନେଇ ଟିକେଟ୍ ଦେଇଛନ୍ତି ।ଏହି ଅସନ୍ତୁଷ୍ଟ ଆଶାୟୀମାନଙ୍କୁ କିପରି ଭାବରେ ମ୍ୟାନେଜ କରିବେ ନା ଟିକେଟକୁ ଅଦଳବଦଳ କରିବେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିଦ୍ରୋହ ହୋଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ କଥା ଦେଖବାକୁ ଗଲେ ,ଯାଜପୁର ଧର୍ମଶାଳା ଟିକେଟ ମିଳିଛି ସ୍ମୃତି ରେଖା ପହିଙ୍କୁ ହେଲେ ବିଦ୍ରୋହୀ ହିମାଂଶୁ ଶେଖର ସାହୁ । ଭୁବନେଶ୍ଵର ଜୟଦେବ ଟିକେଟ ମିଳିଛି ଅରବିନ୍ଦ ଢାଲିଙ୍କୁ ତାଙ୍କ ବିଦ୍ରୋହୀ ସତ୍ୟପ୍ରିୟ ବେହେରା ଓ ବସନ୍ତ ନାୟକ । ସେହିପରି କଟକ ବାଙ୍କୀ କଥା ଦେଖବାକୁ ଗଲେ ଟିକେଟ ମିଳିଛି ତୁଷାର ଚକ୍ରବର୍ତ୍ତୀ ବିଦ୍ରୋହୀ ନେତା ଶୁଭ୍ରାଂଶୁ ପାଢ଼ୀ । ହିଞ୍ଜଳିକାଟୁରେ ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ବିରୋଧ କରି ରଜନୀକାନ୍ତ ପାଢ଼ୀ ତାଙ୍କ ସମର୍ଥକଙ୍କ ସହ ପାର୍ଟି ଅଫିସରେ ବିରୋଧ କରିଥିଲେ ।