ପୁରୀ:ଋଣ ପ୍ରଦାନ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ଏସଏଚଜି ଗ୍ରୁପକୁ ସରକାର ଦଳୀୟ ଆଧାରରେ ଋଣ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ପୁରୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି । SHG ମହିଳା ଗୋଷ୍ଠୀଙ୍କୁ ସରକାର ଋଣ ଦେବାରେ ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆଣିଛନ୍ତି ବିକ୍ଷୋଭକାରୀ । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ପୁରୀ ଟାଉନ ହଲ ଛକରୁ ଏକ ରାଲିରେ ଶହ ଶହ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଆସି ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତିକୁ ପ୍ରତିବାଦ କରିଥିଲେ। ଏନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲାପାଳଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ହେଲେ ପୋଲିସ୍ ନ ଛାଡ଼ିବାରୁ ସେମାନେ ଉତ୍ୟକ୍ତ ହୋଇ ବନ୍ଦ କରାଯାଇଥିବା ଗେଟକୁ ଠେଲି ଅଫିସରେ ଧସେଇ ପଶିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଭିତରେ ଧାରଣା ଦେଇଥିଲେ। ପରେ ସଦସ୍ୟମାନେ ପୁରୀ ଏଡିଏମଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। '
ଏହା ମଧ୍ୟ ପଢନ୍ତୁ...10 ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କୁ ଭେଟିଲା ଅଙ୍ଗନବାଡି କର୍ମୀ ସଂଘ