ନିମାପଡ଼ା:ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି ଏନଏଏସି ତାତି ।ରାଜ୍ୟ ସରକାର ୩୫ଟି ନୂତନ ଏନଏଏସି ଘୋଷଣା ପରେ ତେଜିଛି ଦାବି । ଏହାରି ଭିତରେ ପୁରୀ ଜିଲ୍ଲା କାକଟପୁରକୁ ମଧ୍ୟ ଏନଏଏସି ମାନ୍ୟତା ଦାବିରେ ବିଜେପି ପକ୍ଷରୁ ୮ଘଣ୍ଟିଆ ବନ୍ଧ ପାଳନ କରାଯାଇଛି । ଦୀର୍ଘ ଦିନ ହେବ କାକଟପୁରକୁ ଏନଏଏସି ଘୋଷଣା ପାଇଁ ଦାବି କରା ଯାଉଥିଲେ ମଧ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛି ବିଜେପି । ସରକାର ରାଜ୍ୟରେ ୩୫ଟି ନୂଆ ଏନଏସି ଘୋଷଣା କରିଥିବାବେଳେ କାକଟପୁର ଏଥିରୁ ବାଦ ପଡିଛି । ଏଥିପାଇଁ ଆଜି(ଗୁରୁବାର) ଦିନ ବିଜେପି ପକ୍ଷରୁ ୮ଘଣ୍ଟିଆ ବନ୍ଧ ପାଳନ ଡ଼ାକରା ଦିଆଯାଇଥିଲା । ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ କୁଶ ପୁତ୍ତଳିକା ଦାହ କରିଥିଲା ବିଜେପି । ସେପଟେ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି ବନ୍ଦ ଡ଼ାକରା ।
ବିଜେପି ନେତା ସୁଦର୍ଶନ ସ୍ୱାଇଁଙ୍କ ନେତୁତ୍ବରେ ଏହି ବନ୍ଦ ଡ଼ାକରା ଦିଆଯାଇଥିଲା । କାକଟପୁରରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନ ବଜାର , ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଏଠାରେ ଏନଏସି ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମୀ ରହିଥିବା ବେଳେ ସରକାର ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ କରିଛି ବିଜେପି । ଯଦି ୭ଦିନ ମଧ୍ୟରେ କାକଟପୁରକୁ ଏନଏସି ଘୋଷଣା ନ କରାଯାଏ , ତାହାଲେ ବିଜେପି ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।
ଏହା ମଧ୍ୟ ପଢନ୍ତୁ .....ବାମରାକୁ NAC ମାନ୍ୟତା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ